ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Realme 9 ସିରିଜ, ଜାଣନ୍ତୁ କଣ ରହିଛି ଖାସିୟତ

ଖୁବ ଶୀଘ୍ର ଏକ ନୂଆ ସିରିଜ ଲଞ୍ଚ କରିବାକୁ ଯାଉଛି । ଖୁବ ଶୀଘ୍ର କମ୍ପାନୀ Realme 9 ସିରିଜ ଲଞ୍ଚ କରିବା ନେଇ ସୂଚନା ମିଳିଛି ।  ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକ ଇଭେଣ୍ଟରେ Realme ନିଜ ପ୍ରଥମ ଟାବଲେଟ Realme Pad ଲଞ୍ଚ କରିବାକୁ ଯାଉଛି । ଏହି ଇଭେଣ୍ଟରେ ହିଁ କମ୍ପାନୀ ଆଉ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ସ୍ଥିର ହୋଇଛି । କରିରଖିବା ଉଚିତ ହେବକି, ଟ୍ୱିଟରରେ Realmeର ଜଣେ ଏକଜୁକୁଟିଭ ହେଡ଼ ପୋଷ୍ଟ କରି ସୂଚନା ଦେଇଛନ୍ତିକି ଏକ ସ୍ୱତନ୍ତ୍ର ଇଭେଣ୍ଟରେ Realme 9 ସିରିଜ ଫ୍ଲାଗସିପ ସ୍ମାର୍ଟଫୋନ ସହ ଜଡିତ ସୂଚନା ଗୁଡିକ ସେୟାର କରିବ । ଅନ୍ୟପକ୍ଷରେ ପ୍ରତିବର୍ଷ କମ୍ପାନୀ

ନମ୍ବର ଓ ପ୍ର ସିରିଜରେ ଦୁଇ ଜେନେରେସନର ଫୋନ ଲଞ୍ଚ କରିଥାଏ । ବର୍ଷର ପ୍ରଥମ ୬ ମାସରେ ଗୋଟେ ସିରିଜ ଲଞ୍ଚ କରାଯାଉଥିବା ବେଳେ ଦ୍ଵିତୀୟ ୬ ମାସରେ ଆଉ ଏକ ସିରିଜ ଲଞ୍ଚ କରାଯାଇଥାଏ । ଆଉ ଏବେ କମ୍ପାନୀ ନେକ୍ସଟ ଜେନେରେସନ ରିଆଲମି 9 ସିରିଜକୁ ଲଞ୍ଚ କରିବା ନେଇ ସ୍ଥିର ହୋଇଛି ।

ସୂଚନା ଦେବା ଯୋଗ୍ୟକି ପୂର୍ବରୁ ଲଞ୍ଚ ହୋଇଥିବା Realme 8s ଓ Realme 8i ରେ ମିଡ଼ିଆଟେକ ଡ଼ାଈମେଣ୍ଟାରୀ 810 ଚିପସେଟ ସୁବିଧା ରହିଛି । ଏହା ସହ Realme 8 ସିରିଜରେ ମିଡ଼ିଆଟେକ ହିଲିଓ G 96 ପ୍ରସେସର ପରି ଅତ୍ୟାଧୁନିକ ସୁବିଧା ଦିଆଯାଇଛି । ଦୁଇ ସ୍ମାର୍ଟଫୋନରେ ଡ଼ାଈନାମିକ ରାମ ଏକ୍ସପେନ୍ସନ ଫିଚର, ହାଇ ରିଫ୍ରେସ ରେଟ ସମେତ ଫାଷ୍ଟ ଚାରଜିଙ୍ଗର ସପୋର୍ଟ ରହିଛି । ଏହି ଫୋନର ମୂଲ୍ୟ ୨୦ ହଜାର ଟଙ୍କାରୁ କମ ରହିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.