Jio ୟୁଜର୍ସଙ୍କ ବଡ଼ ଝଟକା ! କମ୍ପାନୀ ବନ୍ଦ କଲା ୪ଟି ଦମଦାର ପ୍ରିପେଡ ପ୍ଲାନ୍‌

ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଗ୍ରାହକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଆର୍ଥିକ ଭାବେ ସାଧାରଣ ଜନତାଙ୍କ ପକେଟ ଉପରେ ବେଶ୍‌ ପ୍ରଭାବ ପଡିଛି। ପେଟ୍ରୋଲ, ଗ୍ୟାସ, ସିଏନଜି, ପନିପରିବା ଏବଂ ରିଚାର୍ଜ ପ୍ଲାନ ସବୁ ମହଙ୍ଗା ହେବାରେ ଲାଗିଛି। ଗ୍ୟାସ, ପେଟ୍ରୋଲ ସବୁ ପୂର୍ବରୁ ବଢିଥିବା ବେଳେ ସିଏନଜି ଏବଂ ରିଚାର୍ଜ ପ୍ଲାନ ଡିସେମ୍ବର ମାସରେ ବଢିଛି। ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ଗୁଡିକ ମଧ୍ୟ ମହଙ୍ଗା କରିଛନ୍ତି । ପ୍ରଥମେ ଏୟାରଟେଲ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ମହଙ୍ଗା କଲା, ତା’ପରେ ଭୋଡାଫୋନ୍-ଆଇଡିଆ ସମସ୍ତ ରିଚାର୍ଜ ଯୋଜନାକୁ ମହଙ୍ଗା କରିଥିବା ବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଯେଉଁଥିରେ ପ୍ଲାନରେ ୪୮୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ ଯାଉଛି ।

ଜିଓର ରିଚାର୍ଜ ପ୍ଲାନ ବଢିବା ପରେ ଏବେ ଜିଓ କେତେକ ଦମ୍‌ଦାର ପ୍ଲାନକୁ ବନ୍ଦ କରିଦେଇଛି। ରିଲାଏନ୍ସ ଜିଓ ୪୯୯, ୬୯୯, ୮୮୮, ୨,୪୯୯ ଟଙ୍କିଆ ପ୍ଲାନକୁ ବନ୍ଦ କରିଦେଇଛି। ଏହି ପ୍ଲାନ ଏବେ ଜିଓ େଓ୍ଵବସାଇଟ୍‌ରେ ନଜରର ଆସୁନାହିଁ।

ସୂଚନାଯୋଗ୍ୟ, ଜିଓ ସେପ୍ଟେମ୍ବରରେ ଡିଜନୀ ପ୍ଲସ ହଟଷ୍ଟାର ମୋବାଇଲ ସବସ୍କ୍ରିପସନ ସହିତ ଭାରତରେ ଏହି ଚାରିଟି ନୂଆ ପ୍ଲାନ ଲଞ୍ଚ କରିଥିଲା। କିନ୍ତୁ ଜିଓର ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ କିଛି ନୂଆ ପ୍ଲାନ ଆଡଅନ୍‌ କରିଛି। ଜିଓ ପାଖରେ କେବଳ ୬୦୧ ଟଙ୍କିଆ ପ୍ଲାନରେ ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ସହିତ ଆସୁଛି। ଜିଓର ୪୯୯, ୬୬୬, ୮୮୮, ୨,୪୯୯ ପ୍ଲାନ ନୂଆ ଟାରିଫ ପ୍ଲାନ ଲିଷ୍ଟରେ ନାହିଁ।

ଜିଓର ମହଙ୍ଗା ହୋଇଥିବା ପ୍ଲାନ୍‌:

୧୨୯ ଟଙ୍କା ପ୍ଲାନ : ୨୮ ଦିନର ବୈଧତା ସହ ୧୨୯ ଟଙ୍କାରେ ମିଳୁଥିବା ପ୍ଲାନରେ ବୃଦ୍ଧି ହୋଇଛି । ପହିଲାରୁ ଏହି ପ୍ଲାନ ପାଇଁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମିତ କଲ, ୨ ଜିବି ଡାଟା ଏବ ୩୦୦ ଏସଏମଏସ ମିଳିବ।

୧୪୯ ଟଙ୍କା ପ୍ଲାନ : ୨୪ ଦିନର ବୈଧତା ସହ ୧୪୯ ଟଙ୍କାରେ ମିଳୁଥିବାବେଳେ ଏହି ପ୍ଲାନ ୧୭୯ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ, ଦୈନିକ ୧ ଜିବି ଡାଟା ଏବଂ ଦୈନିକ ୧୦୦ ଏସଏମଏସ ମିଳିବ।

୧୯୯ ଟଙ୍କା ପ୍ଲାନ : ୨୮ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନ ଏବେ ୨୩୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ୧.୫ ଡାଟା ଏବଂ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

୨୪୯ ଟଙ୍କା ପ୍ଲାନ:  ୨୪୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳୁଥିଲା । ତେବେ ୧ ଡିସେମ୍ବର ଠାରୁ ଏହି ପ୍ଲାନ ବଢିବା ଦ୍ୱାରା ଗ୍ରାହକଙ୍କୁ ୨୪୯ ବଦଳରେ ଏହି ପ୍ଲାନ ପାଇଁ ୨୯୯ ଟଙ୍କା ଦେବାକୁ ପଡ଼ିବ ।

୩୯୯ ଟଙ୍କା ପ୍ଲ।ନ : ୫୬ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନରେ ବୃଦ୍ଧି ହୋଇଛି ଏବେ ଏହା ୪୭୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅନଲିମିଟେଡ କଲିଂ ସହ ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

୪୪୪ ଟଙ୍କା ପ୍ଲାନ: ଏହି ପ୍ଲାନରେ ଗ୍ରାହକଙ୍କୁ ୫୬ ଦିନର ବୈଧତା ସହ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳିଥାଏ । ତେବେ ୧ ଡିସେମ୍ବର ଠାରୁ ଗ୍ରାହକଙ୍କୁ ଏହି ପ୍ଲାନ ପାଇଁ ୫୩୩ ଟଙ୍କା ଦେବାକୁ ପଡ଼ିବ ।

୩୨୯ ଟଙ୍କା ପ୍ଲାନ : ୮୪ ଦିନର ବୈଧତା ସହ ମିଳୁଥିବା ଏହି ପ୍ୟାକ ୧ ଡିସେମ୍ବର ଠାରୁ ୩୯୫ ଟଙ୍କା ହେବାକୁ ଯାଉଛି । ପ୍ଳାନରେ ଗ୍ରାହକଙ୍କୁ ୮୪ ଦିନ ପାଇଁ ସମୁଦାୟ ୬ ଜିବି ଡାଟା, ଅସୀମିତ କଲିଂ, ଏବଂ ୧୦୦୦ ଏସଏମଏସ ମିଳିବ ।

୫୫୫ ଟଙ୍କା ପ୍ଲାନ : ୮୪ ଦିନର ବୈଧତା ସହ ମିଳୁଥିବା ସବୁଠାରୁ ଲୋକପ୍ରିୟ ପ୍ଲାନ ମଧ୍ୟ ବଢ଼ିଛି । ଏବେ ଏହା ୬୬୬ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ ସହ ଦୈନିକ ୧.୫ ଜିବି ଡାଟା ସହ ୧୦୦ ଏସଏମଏସ ମିଳିଥାଏ ।

ସେହିପରି ୧୨୯୯ ଟଙ୍କାର ପ୍ଲାନ୍ ୧୫୫୯ ଟଙ୍କା ହେବ। ଶେଷରେ ୨୩୯୯ ଟଙ୍କାର ପ୍ଲାନର ଦର ୨୮୭୯ ଟଙ୍କାକୁ ବୃଦ୍ଧି ପାଇଛି। ଜିଓ ତା’ର ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି। ୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ସେହିପରି ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ। ଗ୍ରାହକମାନେ ସମସ୍ତ ମହଜୁଦ୍ ଚ୍ୟାନେଲଗୁଡିକରୁ ଏହି ସଂଶୋଧିତ ଯୋଜନାଗୁଡିକ ଚୟନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.