ଜିଓର ୩୬୫ ଦିନିଆ ଧମାକାଦାର ପ୍ଳାନ୍! ପ୍ରତିଦିନ ୨.୫ ଜିବି ଡାଟା ସହିତ Disney+ Hotstar ମାଗଣା

ନୂଆଦିଲ୍ଲୀ : ଏଇ କିଛି ମାସ ପୂର୍ବରୁ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ଯୋଜନା ଗୁଡିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ଅତି କମରେ ୨୫୦ ଟଙ୍କା ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ ଏହାର ଲାଭ ମଧ୍ୟ ବହୁତ କମ୍ । ହେଲେ ଭାବନ୍ତୁ ଯଦି ପ୍ରତି ମାସରେ ସମାନ ମୂଲ୍ୟରେ ଏକ ବର୍ଷର ରିଚାର୍ଜ ସହିତ ଦୈନିକ ୨.୫ ଜିବି ଡାଟା ଏବଂ ଡିଜନି + ହଟଷ୍ଟାରର ଏକ ବର୍ଷର ସବସ୍କ୍ରିପସନ୍ ସହିତ ମିଳେ? ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ତାହା ଜିଓ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମାସକୁ ୨୪୯ ଟଙ୍କା ରିଚାର୍ଜ ରେ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ଜିଓର ୨,୯୯୯ ଟଙ୍କା ଯୋଜନା :

ଜିଓର ୨,୯୯୯ ଟଙ୍କା ଯୋଜନା । ଏହି ଯୋଜନାରେ, ଆପଣ ପ୍ରତିଦିନ ୨.୫ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍, ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ସୁବିଧା ମିଳୁଛି। OTT ଆକ୍ସେସ୍ ବିଷୟରେ କହିବାକୁ ଗଲେ, ଏହି ଯୋଜନା ସମସ୍ତ ଜିଓ ଆପ୍ସରେ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ସବସ୍କ୍ରିପସନ୍ ସହିତ ଏକ ବର୍ଷ ପାଇଁ ଆସୁଛି।ଏହି ଯୋଜନାର ବୈଧତା ଗୋଟିଏ ବର୍ଷ ପାଇଁ ରହୁଛି।

ପ୍ରତ୍ୟେକ ଦିନର ଖର୍ଚ୍ଚ ମାତ୍ର ୮.୩୩ ଟଙ୍କା:

ଏହି ଯୋଜନାର ମୂଲ୍ୟ ହେଉଛି ୨,୯୯୯ ଟଙ୍କା। ଯଦି ପ୍ରତ୍ୟେକ ମାସର ମୂଲ୍ୟ କଥା ପଡେ, ତେବେ ଏହା ପ୍ରାୟ ୨୪୯ ଟଙ୍କା ଅଟେ । ଯଦି ୨୪୯ ଟଙ୍କା ୩୦ ଦିନ ମଧ୍ୟରେ ବିଭକ୍ତ ହୁଏ, ତେବେ ଏହି ମୂଲ୍ୟ ୮.୩୩ ଟଙ୍କା ହୋଇଯାଏ। ଏହା ସହିତ ୨.୫ ଜିବି ଡାଟା ଏବଂ ଅସୀମିତ କଲିଂ ଆପଣଙ୍କୁ ପ୍ରତିଦିନ ୮.୩୩ ଟଙ୍କାରେ ଦିଆଯାଉଛି। ତେବେ ଜିଓର ଏହି ବର୍ଷକ ଯୋଜନା ଚୟନ କରି ଆପଣ ବହୁ ଅର୍ଥ ସଞ୍ଚୟ କରିପାରିବେ।

You might also like