ସନି ଲିଓନିଙ୍କ ବିବାହକୁ ୧୧ ବର୍ଷ ପୂରିଲା, ଲୋକଙ୍କ ସହ ସେୟାର କଲେ ବାହାଘରର ତିକ୍ତ ଅନୁଭୂତି…

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ଓ ତାଙ୍କ ସ୍ୱାମୀ ଡେନିୟଲ ୱେବରଙ୍କ ବିବାହକୁ ୧୧ ବର୍ଷ ପୂରଣ ହୋଇଛି। ସନି ଓ ଡେନିୟଲଙ୍କ ପାଇଁ ୯ ଏପ୍ରିଲ ବହୁତ ଖାସ୍‌ ଦିନ ଥିଲା। କାହିଁକି ନା, ଆଜକୁ ଠିକ୍‌ ୧୧ ବର୍ଷ ପୂର୍ବେ ଏହି ଦିନ ସ୍ୱାମୀ, ସ୍ତ୍ରୀ ଦୁଇଜଣ ସାତ ଜନ୍ମ ପାଇଁ ଏକାଠି ରହିବାକୁ ଶପଥ ନେଇଥିଲେ। ବିବାହ ବାର୍ଷିକୀକୁ ୧୧ ବର୍ଷ ପୂରଣ ହେବା ପରେ ସନି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଆଉ କହିଛନ୍ତି ଯେ ବିବାହ ସମୟରେ ସେମାନେ କେମିତି କଠିନ ପରିସ୍ଥିତିର ସାମ୍ନା କରିଥିଲେ ଏବଂ ଦୁହେଁ ଏକାଠି ହୋଇଥିଲେ।

କୁହାଯାଏ, ସମୟ ବଦଳିବାକୁ ଡେରି ଲାଗେ ନାହିଁ। ସନି ଲିଓନି ଓ ତାଙ୍କ ସ୍ୱାମୀଙ୍କ କ୍ଷେତ୍ରରେ ଠିକ୍‌ ସେମିତି ହିଁ ହୋଇଛି। ବିବାହର ୧୧ ବର୍ଷ ପରେ ସନି ଯେଉଁ ରାଜ୍‌ ଖୋଲିଛନ୍ତି, ତାହା ହୁଏତ ପୂର୍ବରୁ କେହି ଅନୁମାନ କରି ନ ଥିବେ। ପ୍ରତିକୂଳ ପରିସ୍ଥିତିରେ ଦୁହେଁ କିଭଳି ବିବାହର ସବୁ ରୀତିନୀତିକୁ ପାଳନ କରିଥିଲେ, ସେ ବିଷୟରେ ସନି କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସନି ନିଜ ବିବାହର ପୁରୁଣା ଫଟୋ ସେୟାର କରିଛନ୍ତି। ଫଟୋ ସହିତ ସେ କ୍ୟାପସନ ଲେଖିଛନ୍ତି, ‘ବିବାହକୁ ୧୧ ବର୍ଷ ହୋଇଗଲା। ଏକ ଏମିତି ସମୟ, ଯେତେବେଳେ ଆମ ପାଖରେ ପଇସା ନ ଥିଲା। ରିସେପ୍ସନ ଖର୍ଚ୍ଚ ତୁଲାଇବା ପାଇଁ ଲୋକେ ଦେଇଥିବା ଟଙ୍କା ଲଫାଫାକୁ ଆମେ ଖୋଲି ଦେଇଥିଲୁ। ଫୁଲଗୁଡ଼ିକର ବ୍ୟବସ୍ଥା ଭୁଲ୍‌ ହୋଇଥିଲା। ମଦ ପିଇ ଲୋକେ କିଛି ବି କହୁଥିଲେ। ଆମ ବିବାହର କେକ୍‌ ବହୁତ ଖରାପ ଥିଲା। ଏବେ ସେଠାରୁ ଆମେ କେତେ ଆଗକୁ ଆସି ଯାଇଛୁ। ଆମ ପ୍ରେମ ବିନା ଏହା ସମ୍ଭବ ନ ଥିଲା। ଆମ ବିବାହର କାହାଣୀ ମୁଁ ମନେ ରଖିଥାଏ। ହାପି ଏନିଭର୍ସରୀ ବେବି’।

sunny2
photo: India News

ସେପଟେ ଡେନିୟଲ ୱେବର ମଧ୍ୟ ଏକ ଫଟୋ ପୋଷ୍ଟ କରି ପତ୍ନୀ ସନି ଲିଓନିଙ୍କୁ ବିବାହର ୧୧ତମ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି। କହି ରଖୁଛୁ, ସନି ଓ ଡେନିୟଲଙ୍କର ୩ ସନ୍ତାନ ଅଛନ୍ତି। ଦୁଇଜଣ ପୁଅ ନୋହା ଓ ଅସର ଏବଂ ଏକ ଝିଅ ନିଶା। ନିଶାକୁ ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.