Below header

କମ୍ ଦାମରେ ଭଲ ଫୋନ କିଣିବାକୁ ଚାହୁଁଛନ୍ତି କି ? ତେବେ ଶସ୍ତା ହେଲା Samsungର ଏହି ଦୁଇ ସ୍ମାର୍ଟଫୋନ

ସାମସଙ୍ଗ୍ ନିଜର ଦୁଇଟି ଲୋକପ୍ରିୟ ସ୍ମାର୍ଟଫୋନ Galaxy M20 ଏବଂ ଗାଲାକ୍ସୀ M30 ଦାମରେ ରିହାତି ଦେଉଛି। ଏହି ଦୁଇଟି ସ୍ମାର୍ଟଫୋନକୁ ସାମସଙ୍ଗ ଅନଲାଇନ ଷ୍ଟୋର ଏବଂ ଆମାଜନରେ ମିଳିପାରିବ। ତେବେ ଆସନ୍ତୁ ଜାଣିବା କେତେ ଶସ୍ତା ହୋଇଛି ଏହି ଦୁଇଟି ଲୋକପ୍ରିୟ ସ୍ମାର୍ଟଫୋନ।

ଗାଲାକ୍ସୀ Galaxy M30ର ନୂଆ ଦାମ

Galaxy M30ର ୪ଜିବି + ୬୪ଜିବି ଭେରିୟଣ୍ଟକୁ ୧୩,୯୯୦ ଟଙ୍କାରେ ଆପଣ କିଣିପାରିବେ। ଏହାର ଅସଲି ଦାମ ହେଉଛି ୧୪,୯୯୦ ଟଙ୍କା। ସେହିଭଳି ଏହାର ୬ଜିବି + ୧୨୮ଜିବି ଭେରିୟଣ୍ଟ ୧୬,୯୯୦ ଟଙ୍କାରେ ଉପଲବ୍ଧ କରଯାଇଥିବାବେଳେ ଏହାର ଅସଲି ଦାମ ହେଉଛି ୧୭,୯୯୦ ଟଙ୍କା।

ଏତେ ଶସ୍ତା ହେଲା ଗାଲାକ୍ସୀ M20

m20Galaxy M20 ବିଷୟରେ କହିବାକୁ ଗଲେ ଏହାର ୩ଜିବି + ୩୨ଜିବି ଭେରିୟଣ୍ଟକୁ ୯,୯୯୦ ଟଙ୍କାରେ କିଣିପାରିବେ। ସେହିଭଳି ୪ଜିବି+୬୪ଜିବି ଭେରିୟଣ୍ଟକୁ ୧୧,୯୯୦ରେ କିଣିପାରିବେ। ଏହି ଭେରିୟଣ୍ଟର ଅସଲ ଦାମ ୧୨,୯୯୦ ଟଙ୍କା।

ଏହାଛଡା ଯଦି ଆମାଜନରେ କିଣୁଛନ୍ତି ତେବେ ଆସିଆସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ଦ୍ବାରା ଆପଣଙ୍କୁ ଇନଷ୍ଟାଣ୍ଟ କ୍ୟାସବ୍ୟାକର ଫାଇଦା ମିଳିବ। ଏହାସହିତ ସାମସଙ୍ଗ ଅନଲାଇନ ଷ୍ଟୋରରେ ଏହି ଦୁଇ ଡିଭାଇସର ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି।

ଏହାସହ ପଢ଼ନ୍ତୁ : Jio GigaFiber : ମାଗଣାରେ ମିଳିବ ଟିଭି, ଜାଣନ୍ତୁ ପ୍ଲାନ୍ସ ଏବଂ କେମିତି କରିବେ ଆପ୍ଲାଏ

ଗାଲାକ୍ସୀ M30ରେ ରହିଛି ଏହି ଖାସିୟତ

Galaxy M30ର ଖାସିୟତ ବିଷୟରେ କହିବାକୁ ଗଲେ ଏଥିରେ ୬.୩୮ ଇଞ୍ଚର ଫୁଲ-ଏଚଡି+ସୁପର ଆମୋଲେଡ ଡିସପ୍ଲେ ରହିଛି, ଯାହାର ଡିଜାଇନ ଇନଫିନିଟୀ ୟୁ ବିଶିଷ୍ଟ ଅଟେ। ଏହି ଫୋନ ୱାଟରପ୍ରୁଫ୍ ନଞ୍ଚ ସହିତ ଉପସ୍ଥାପନା କରାଯାଇଛି। ଏହାଛଡା ଏଥିରେ ଅକ୍ଟା-କୋର-ଏକ୍ସିନସ୍ ୭୯୦୪ ପ୍ରୋସେସର ରହିଛି।

galaxy m30ଗାଲାକ୍ସୀ ଦାମ ଏବଂ ସ୍ପେସିଫିକେସନ

Galaxy M20ରେ ୬.୩ଇଞ୍ଚର ଫୁଲ ଏଚଡି+ ଇନଫିନିଟୀ ୱି ଡିସପ୍ଲେ ଏବଂ ଅକ୍ଟାକୋର ଏକ୍ସିନଜ୍ ୭୯୦୪ ପ୍ରୋସେସର ମିଳିବ। କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରେ ପ୍ରଥମ ୧୩ ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ ରହିଛି।

ସେହିଭଳି ଫ୍ରଣ୍ଟରେ ସେଲ୍ଫି ପାଇଁ ୮ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ପାୱାର ପାଇଁ Galaxy M20ରେ ୫୦୦୦ ମାହର ବ୍ୟାଟେରୀ ଦିଆଯାଇଛି। ଯାହା ଫାଷ୍ଟ ଚାର୍ଜିଂର ସପୋର୍ଟ କରିଥାଏ ଯେଉଁଥିପାଇଁ ଫୋନ ସହିତ ୧୫ ୱାଟର ଫାଷ୍ଟ ଚାର୍ଜର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.