ଅଚାନକ ୨୦୦୦ ଟଙ୍କା ଶସ୍ତା ହେଲା samsungର ଏହି 5G ଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଭାରତରେ samsung galaxy A14 5G ର ମୂଲ୍ୟ ୧୬, ୪୯୯ ରୁ ୧୪, ୪୯୯ ଟଙ୍କାକୁ ହ୍ରାସ ପାଇଛି । ଏବେ ଏହା ସର୍ବନିମ୍ନ ମୂଲ୍ୟରେ ମିଳୁଛି । ସାମସଙ୍ଗର ଏହି ମିଡ୍ ରେଞ୍ଜ୍ ଫୋନ୍ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିଲା । ତେବେ ଆସନ୍ତୁ ଜାଣିବା ସାମସଙ୍ଗ ଗାଲାକ୍ସି A14 5G ର ମୂଲ୍ୟ ଏବଂ ଫିଚର୍ସ...

ଭାରତରେ samsung galaxy A14 5G ର ମୂଲ୍ୟ ୧୬, ୪୯୯ ରୁ ୧୪, ୪୯୯ ଟଙ୍କାକୁ ହ୍ରାସ ପାଇଛି । ଏବେ ଏହା ସର୍ବନିମ୍ନ ମୂଲ୍ୟରେ ମିଳୁଛି । ସାମସଙ୍ଗର ଏହି ମିଡ୍ ରେଞ୍ଜ୍ ଫୋନ୍ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିଲା । ଏହା ବ୍ୟତୀତ ଏଥିରେ ଅନେକ ବିକ୍ରୟ ଅଫର ମଧ୍ୟ ଉପଲବ୍ଧ, ଯାହା ଏହି ଫୋନର ମୂଲ୍ୟକୁ ଆହୁରି କମ କରିଦେବ । ତେବେ ଆସନ୍ତୁ ଜାଣିବା ସାମସଙ୍ଗ ଗାଲାକ୍ସି A14 5G ର ମୂଲ୍ୟ ଏବଂ ଫିଚର୍ସ…

ସାମସଙ୍ଗ ଗାଲାକ୍ସି A14 5G ବର୍ତ୍ତମାନ ୧୪,୪୯୯ ଟଙ୍କାରେ ଉପଲବ୍ଧ । ଜାନୁୟାରୀ ୨୦୨୩ ରେ ଏହି ଫୋନ ୧୬,୪୯୯ ଟଙ୍କାରେ ଲଞ୍ଚ ହୋଇଥିଲା, କିନ୍ତୁ ବର୍ତ୍ତମାନ ଗ୍ରାହକମାନେ ଏଥିରେ ୨୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ । ଏହାର ସବୁଠୁ କମ ମୂଲ୍ୟ ୧୩,୪୯୯ ଟଙ୍କା ରହିଛି । କିଛି ସାଇଟରେ ଏହି ଗାଲାକ୍ସି A14 5G ଉପରେ ୧୦୦୦ ଟଙ୍କା ଅତିରିକ୍ତ ଡିସକାଉଣ୍ଟ ରହିଛି । ଏହି ଅଫର ସାମସଙ୍ଗର ଅଫିସିଆଲ୍ ଇଣ୍ଡିଆନ୍ ୱେବସାଇଟ୍ ଏବଂ ଆମାଜନରେ ଉପଲବ୍ଧ । ସାମସଙ୍ଗ ଗାଲାକ୍ସି A14 5G ଭାରତରେ ମୂଲ୍ୟ ହ୍ରାସ ପାଇଛି, କିନ୍ତୁ ଗାଲାକ୍ସି M14 5G ଏକ ଭଲ ବିକଳ୍ପ କାରଣ ଏହା ସମାନ ଫିଚର ସହ କମ୍ ମୂଲ୍ୟରେ ବିକ୍ରି ହେଉଛି ।

ପ୍ରାୟତଃ, M ସିରିଜ୍ ଫୋନଗୁଡ଼ିକର କ୍ୟାମେରା ଏହାର ମୂଲ୍ୟ ହିସାବରେ A ସିରିଜ୍ ଅପେକ୍ଷା ଭଲ । ଉଭୟ ଫୋନରେ କାର୍ଯ୍ୟଦକ୍ଷତା ସମାନ କିନ୍ତୁ M14 ରେ A14 5G ଅପେକ୍ଷା ଭଲ ଡିସପ୍ଲେ ଏବଂ ବଡ ବ୍ୟାଟେରୀ ଅଛି । ସାମସଙ୍ଗ ଗାଲାକ୍ସି A14 5G ର ୬.୬ ଇଞ୍ଚ ଡିସପ୍ଲେ ସହିତ ୬୦୦୦ mAh ବ୍ୟାଟେରୀ ମଧ୍ୟ ରହିଛି । ଯାହା A14 ର ୫୦୦୦mAh ବ୍ୟାଟେରୀ ଠାରୁ ବଡ । ତେବେ ଫୋନ୍ ସହିତ ଚାର୍ଜର ଉପଲବ୍ଧ ନାହିଁ । ଏଥିରେ ଆପଣ ଏକ ପୁରୁଣା ଚାର୍ଜର ବ୍ୟବହାର କରିପାରିବେ । ଫୋନର ରିୟର ପ୍ୟାନେଲ୍ ଡିଜାଇନ୍ ସାମସଙ୍ଗର ଫ୍ଲାଗସିପ୍ ଗାଲାକ୍ସି S23 ସହିତ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.