ଏସ୍‌ବିଆଇ କ୍ଲର୍କ ପ୍ରିଲିମିନାରୀର ଆଡମିଟ୍‌ କାର୍ଡ ଜାରି, ଏମିତି କରନ୍ତୁ ଡାଉନ୍‌ଲୋଡ୍‌

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କ୍ଲର୍କ ପଦ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍‌ କାର୍ଡ ଜାରି କରାଯାଇଛି। ଏସ୍‌ବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୧ ଆଡମିଟ୍‌ କାର୍ଡର ଲିଙ୍କ ଅଫିସିଆଲ ୱେବ୍‌ସାଇଟ୍‌ sbi.co.in ରେ ଦିଆଯାଇଛି। ଯେଉଁ ପ୍ରାର୍ଥୀ ଏସ୍‌ବିଆଇ ଜୁନିୟର ଆସୋସିଏଟ୍ସ (SBI Clerk 2021) ପାଇଁ ଆବେଦନ କରିଛନ୍ତି ସେମାନେ ଏଠାରୁ ନିଜ ନିଜ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ଏମିତି କରନ୍ତୁ ଡାଉନ୍‌ଲୋଡ୍‌:

  • ପ୍ରଥମେ ଏସ୍‌ବିଆଇର ୱେବ୍‌ସାଇଟ୍‌ sbi.co.କୁ ଯାଆନ୍ତୁ। ହୋମ୍‌ ପେଜ୍‌ରେ ଡାହାଣ ପଟ ଉପରେ ଆପଣଙ୍କୁ Careersର ଲିଙ୍କ୍‌ ନଜର ଆସିବ। ତା’ ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ଏସ୍‌ବିଆଇ କ୍ୟାରିୟର ପେଜ୍‌ ଖୋଲିବ। ଏଠାରେ ଲାଟେଷ୍ଟ ଆନାଉନ୍ସମେଣ୍ଟ ସେକ୍ସନ୍‌ରେ ଏସ୍‌ବିଆଇ ଜୁନିୟର ଆସୋସିଏଟ୍ସ କଲ ଲେଟର ୨୦୨୧ର ଲିଙ୍କ ମିଳିବ। ଏହା ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ଆଡମିଟ୍‌ କାର୍ଡ ପେଜ୍‌ ଖୋଳିଯିବ। ଏଠାରେ ନିଜ ରେଜିଷ୍ଟ୍ରେସନ୍‌ ନମ୍ବର କିମ୍ବା ରୋଲ ନମ୍ବର ଓ ପାସ୍‌ଓ୍ଵାର୍ଡ କିମ୍ବା ଜନ୍ମ ତାରିଖ ଦିଅନ୍ତୁ।
  • ଏବେ ସ୍କ୍ରିନ୍‌ରେ ସିକ୍ୟୁରିଟି କୋଡ୍‌ ଲେଖି ଲଗ୍‌ ଇନ୍‌ କରିବାକୁ ଇନ୍‌ଷ୍ଟ୍ରକସନ୍‌ ଆସିବ। ଆପଣ ତାହାକୁ ଲଗ୍‌ ଇନ୍‌ କରନ୍ତୁ।
  • ଏବେ ଆପଣଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରନ୍ତୁ।
  • ଅଗଷ୍ଟ ୨୯, ୨୦୨୧ ଯାଏଁ ଆପଣ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.