ବଦଳିଲା SBI Credit Card ନିୟମ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାନେ SBI କ୍ରେଡିଟ୍ କାର୍ଡ ଓ ପେମେଣ୍ଟ ସର୍ଭିସେସ୍ ଏସ୍‌ବିଆଇ କାର୍ଡ ମେ' ୨ ରୁ କିଛି ନିୟମ ଲାଗୁ କରିଛି । SBI ବଦଳାଇଲା କ୍ରେଡିଟ କାର୍ଡର ନିୟମ, ବ୍ୟବହାର କରୁଥିଲେ ନିହାତି ଜାଣି ନିଅନ୍ତୁ..

ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି ଯାହାକୁ ଏବେ ଏକ ମାସ ବିତିଯାଇଛି । ମେ’ ମାସ ରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଏହି ମାସରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାନେ SBI କ୍ରେଡିଟ୍ କାର୍ଡ ଓ ପେମେଣ୍ଟ ସର୍ଭିସେସ୍ ଏସ୍‌ବିଆଇ କାର୍ଡ ମେ’ ୨ ରୁ କିଛି ନିୟମ ଲାଗୁ କରିଛି । ଅଫିସିଆଲ୍ ୱେବସାଇଟ୍ ଓ ଇମେଲ ମାଧ୍ୟମରେ ଗ୍ରାହକଙ୍କୁ ଏହି ପରିବର୍ତ୍ତନ ସମ୍ପର୍କରେ ସବିଶେଷ ତଥ୍ୟ ମିଳୁଛି ଯାହାକୁ SBI Card ଜାରି କରୁଛି । ଯଦି ଆପଣ ଜଣେ SBI କାର୍ଡ ଗ୍ରାହକ, ତେବେ ଆପଣଙ୍କର ଏହି ଖବର ଜାଣିବା ନିହାତି ଜରୁରୀ ..

ସୂଚନା ଅନୁସାରେ ଗ୍ରାହକମାନେ ଆଉ AURUM କ୍ରେଡିଟ୍ କାର୍ଡ ମାଧ୍ୟମରେ EazyDiner Prime, Lenskart Gold ସଦସ୍ୟତାର ଆଉ ଲାଭ ଉଠାଇପାରିବେ ନାହିଁ । AURUM କ୍ରେଡିଟ୍ କାର୍ଡ ଧାରୀମାନେ ୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ RBL ଲକ୍ସରୁ ୫୦୦୦ ଟଙ୍କାର କୁପନ୍ ଆଉ ପାଇବେ ନାହିଁ । ଟାଟା CLiQରୁ ସେମାନେ ଏହି କୁପନ୍ ପାଆନ୍ତି । ଅନଲାଇନ୍ ଭଡା ପାଇଁ ଦେୟ ପ୍ରଦାନ କରୁଥିବାବେଳେ SBI Simple Click SBI କାର୍ଡ ଓ Simple Click Advantage SBI କାର୍ଡ ବ୍ୟବହାର ଉପରେ ଅଫର୍‌ର ପଏଣ୍ଟ ମଧ୍ୟ ହ୍ରାସ ପାଇଛି । ପୁରସ୍କାର 5x ରୁ 1xକୁ ହ୍ରାସ ପାଇଛି ।

ଏବେ ସିମ୍ପଲ କ୍ଲିକ୍ ପାଇଁ SBI କାର୍ଡ ଓ ସିମ୍ପଲ କ୍ଲିକ୍ ଆଡଭାନଟେଜ୍ ପାଇଁ SBI କାର୍ଡରେ ସଂଶୋଧନ କରାଯାଇଛି । ଅଫର୍‌ ପଏଣ୍ଟ ୧୦ ଗୁଣରୁ ପାଞ୍ଚ ଗୁଣକୁ ହ୍ରାସ ପାଇଛି । ଏହି ପରିବର୍ତ୍ତନ ଏପ୍ରିଲ୍ ୧ରୁ କାର୍ଯ୍ୟକାରୀ ହୋଇଛି । କାର୍ଡଧାରୀମାନେ ଆପୋଲୋ 24/7, ବୁକ୍ ମାଇ ଶୋ’ରୁ କ୍ରୟ କରି 10x ପୁରସ୍କାର ପଏଣ୍ଟ ମଧ୍ୟ ପାଇପାରିବେ । ଏହାସହିତ କ୍ଲିୟରଟ୍ରିପ୍, ଇଜିଡାଇନର୍, ନେଟମେଡସ୍ ସମ୍ବନ୍ଧୀୟ ଦେୟ ପାଇଁ କାର୍ଡ ବ୍ୟବହାର କରି 10x ଅଫର୍‌ର ପଏଣ୍ଟ ମଧ୍ୟ ପାଇପାରିବେ ।

ମାର୍ଚ୍ଚ ୧୭ରୁ ବ୍ୟାଙ୍କ କ୍ରେଡିଟ କାର୍ଡ ଚାର୍ଜ ମଧ୍ୟ ପରିବର୍ତ୍ତନ କରିଛି । ଏସବିଆଇ କାର୍ଡ ଓ ଏସବିଆଇ କ୍ରେଡିଟ କାର୍ଡ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ ମାଧ୍ୟମରେ ସବିଶେଷ ତଥ୍ୟ ପ୍ରକାଶ କରିଛି । ୧୯୯ + ଟ୍ୟାକ୍ସ SBI କ୍ରେଡିଟ୍ କାର୍ଡ ପାଇଁ ଦେୟ ଦେବାକୁ ପଡ଼ିବ । ଏହା ପୂର୍ବରୁ ୯୯ ଟଙ୍କା + ଟ୍ୟାକ୍ସ ଥିଲା।