ଏମିତି ଲୋନରେ ମିଳେ ଅଧିକ ଫାଇଦା

ଆର୍ଥିକ ସମସ୍ୟାରେ FD ନ ଭାଙ୍ଗି ବି ଆଣିପାରିବେ ଲୋନ, ଜାଣନ୍ତୁ FD ଅପେକ୍ଷା କେତେ ମିଳିବ ଫାଇଦା

ଯେକୌଣସି ବ୍ୟକ୍ତି ଋଣ ଆଣନ୍ତି ଇଚ୍ଛା କରନ୍ତି ଯେ ଏହାର ସୁଧ କମ୍ ରହୁ ବୋଲି। କିନ୍ତୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରଖିଲେ ସମସ୍ତେ ଚାହାନ୍ତି ଏହାର ସୁଧ ବଢ଼ୁ। ଯାହାକି ଗ୍ରାହକଙ୍କ ପାଇଁ ଖୁବ୍ ଭଲ ହୋଇପାରିବ। ସୁରକ୍ଷିତ ବିନିଯୋଗ ପାଇଁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ ଏକ ବଢ଼ିଆ ମାଧ୍ୟମ । ବ୍ୟାଙ୍କ FD ପାଇଁ ଏକ ବଡ ସୁବିଧା ଦେଉଛି। ଏବେ ଆପଣ ଏହା ବଦଳରେ ଋଣ ନେଇପାରିବେ ଯାହାକୁ Loan Against FD କୁହାଯାଉଛି । ଆଜି ଆମେ ଆପଣଙ୍କୁ ବ୍ୟାଙ୍କ ଏଫ୍‌ଡି ଦ୍ବାରା ଏହାର ଅନ୍ୟାନ୍ୟ ଲାଭ ବିଷୟରେ କହିବୁ…

ଜୀବନରେ ପ୍ରାୟ ସମସ୍ତଙ୍କର ଏଭଳି ପରିସ୍ଥିତି ଆସିଥାଏ ଯେଉଁଠି ଟଙ୍କାର ଆବଶ୍ୟକତା ପଡିଥାଏ । ଏଭଳି ପରିସ୍ଥିତିରେ ଟଙ୍କାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ପାଖରେ ଟଙ୍କା ନଥିଲେ ଆମେ ଅନ୍ୟ କାହା ଠାରୁ ଟଙ୍କା ସାହାଯ୍ୟ ଋଣ ଆକାରରେ ମାଗିଥାଉ କିମ୍ବା ଆମର ଏଫଡି ଭାଙ୍ଗିବାକୁ ପଡ଼ିଥାଏ । କିନ୍ତୁ ଆପଣ ଜାଣନ୍ତି କି ଏବେ ଆଉ FD ଭାଙ୍ଗି ଆପଣଙ୍କର ସଞ୍ଚୟକୁ ନଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ପରିବର୍ତ୍ତେ ଆପଣ FD ଉପରେ ଋଣ ନେଇ ଆପଣଙ୍କର ଆବଶ୍ୟକତା ପୂରଣ କରିପାରିବେ ।

ପର୍ସନାଲ ଲୋନ ଅପେକ୍ଷା ବହୁତ କମ୍ ସୁଧ ହାର ମିଳେ :
ଯଦି ଆପଣ FD ଦ୍ବାରା ଋଣ ନିଅନ୍ତି, ତେବେ ଏହି ଋଣ ଉପରେ ସୁଧ ହାର ପର୍ସନାଲ ଲୋନ ତୁଳନାରେ ବହୁତ କମ୍ ହୋଇଥାଏ । ଏଥିରେ କେବଳ ସେହି ରାଶି ଉପରେ ସୁଧ ଆଦାୟ କରାଯିବ, ଯାହାକୁ ଆପଣ ବ୍ୟବହାର କରିବେ ।

ଋଣ ୯୦% ରୁ ୯୫% ପର୍ଯ୍ୟନ୍ତ ନେଇପାରିବେ:
ଋଣ ପରି ଏଫ୍‌ଡିରେ ଜମା ହୋଇଥିବା ଅର୍ଥର ୯୦% ରୁ ୯୫% ବ୍ୟାଙ୍କ ପ୍ରଦାନ କରନ୍ତି। ଏହି ପ୍ରକାର ଋଣ ସୁରକ୍ଷିତ ଋଣ ବା safety loan ଅନ୍ତର୍ଗତ ଆସିଥାଏ ।

FD ହାର ଅପେକ୍ଷା ୨% ଅଧିକ ସୁଧ ମିଳେ:
FD ରେ ଋଣ ସାଧାରଣତଃ FD ହାର ଅପେକ୍ଷା ୨% ଅଧିକ ସୁଧ ଆଦାୟ କରେ । ଏହି ଋଣ ପାଇଁ କୌଣସି ଶୁଳ୍କ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.