ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ ରେ ଶସ୍ତା ହେଲା ସ୍ମାର୍ଟଫୋନ

ଆରମ୍ଭ ହୋଇଛି ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭଲ ଅଫର୍ ରହିଛି ।ଏଥିରେ ଆପଣ ସାମସଙ୍ଗ, ୱାନ୍‌ପ୍ଲସ, ଲାଭା, ରେଡମି ଭଳି ବ୍ରାଣ୍ଡ ର ସ୍ମାର୍ଟଫୋନ୍ ବଜାର ମୂଲ୍ୟ ଠାରୁ ପୁରା କମ୍ ମୂଲ୍ୟ ଓ ଶସ୍ତାରେ କିଣିପାରିବେ ।

ଆରମ୍ଭ ହୋଇଛି ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭଲ ଅଫର୍ ରହିଛି । ଏଥିରେ ଆପଣ ସାମସଙ୍ଗ, ୱାନ୍‌ପ୍ଲସ, ଲାଭା, ରେଡମି ଭଳି ବ୍ରାଣ୍ଡ ର ସ୍ମାର୍ଟଫୋନ୍ ବଜାର ମୂଲ୍ୟ ଠାରୁ ପୁରା କମ୍ ମୂଲ୍ୟ ଓ ଶସ୍ତାରେ କିଣିପାରିବେ । ଫୋନ୍ ବ୍ୟତୀତ ଆପଣ ବହୁତ କମ୍ ମୂଲ୍ୟରେ ଲାପଟପ୍ ଓ ସ୍ମାର୍ଟୱାଚ୍ ମଧ୍ୟ ମିଳିଯିବ । ଏବେ ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ କେତେ ରିହାତି ରହିଛି ।

ଲାପଟପ୍ ଓ ସ୍ମାର୍ଟ ୱାଚ୍ ଉପରେ ଭଲ ଅଫର୍‌ ମଧ୍ୟ ରହିଛି । ଆମାଜନର Great Summer Sale ରେ ଥିବା ଇଲେକ୍ଟ୍ରୋନିକ୍ସ ଜିନିଷରେ ଲାପଟପ୍ ଓ ସ୍ମାର୍ଟୱାଚ୍ ରହିଛି । ଯାହା ୭୫% ପର୍ଯ୍ୟନ୍ତ ରିହାତି ଅଫର୍‌ କରୁଛି । ଆପଣ ଏଥିରେ ଲାପଟପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ଏହା ବ୍ୟତୀତ ଟାବଲେଟ ଉପରେ ୬୦% ରିହାତି ଓ ସ୍ମାର୍ଟ ୱାଚ୍ ଉପରେ ମଧ୍ୟ ଅନେକ ରିହାତି ଦିଆଯାଉଛି।

ଆପଲ୍ ଆଇଫୋନ୍ ୧୪, ନର୍ଡ ସିଏ ଲାଇଟ୍ ୫ଜି ଓ ସାମସଙ୍ଗ ଗାଲାକ୍ସି ଏସ୍‌ ୨୦ ଏଫ୍‌ଇି, ରିଅଲ୍ ନାରଜୋ ଏନ୍‌୫୫, ଟେକ୍ନୋ ସ୍ପାର୍କ ୧୦ ୫ଜି, ସାମସଙ୍ଗ ଗାଲାକ୍ସି ଏମ୍‌ ୧୪, ଲାଭା ବ୍ଲେଜ୍ ୨ ସହିତ ଅନେକ ଫୋନ୍ ଆମାଜନ ଗ୍ରେଟ୍ ସମର୍‌ ସେଲ୍‌ରେ ବିକ୍ରି କରାଯାଉଛି । ଯାହାର ଦାମ ରହିଛି ପୁରା କମ।

ଏସି ଓ ରେଫ୍ରିଜରେଟର ଉପରେ ମଧ୍ୟ ଭଲ ଅଫର୍‌ ରହିଛି। ଏସି, କୁଲର୍‌ ଓ ରେଫ୍ରିଜରେଟର ସମେତ ଖରା ଦିନରେ ଜରୁରୀ ଜିନିଷ ଉପରେ ୬୦% ପର୍ଯ୍ୟନ୍ତ ରିହାତି ମିଳୁଛି । ପୁରୁଣା ଟିଭି ବଦଳରେ ଏକ ନୂଆ ଟିଭି କିଣୁଥିବା ବ୍ୟକ୍ତି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇପାରିବେ । ଏହା ବ୍ୟତୀତ ଘର ଓ ରୋଷେଇ ଉପକରଣରେ ୭୦% ପର୍ଯ୍ୟନ୍ତ ରିହାତି ରହିଛି । ଆପଣ ଭଲ ରିହାତିରେ ଇୟରଫୋନ୍ ମଧ୍ୟ କିଣିପାରିବେ । ଆମାଜନରେ ଗ୍ରେଟ୍ ସମର୍ ସେଲ୍‌ ଆଗାମୀ ୪ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସମର୍‌ ସେଲ୍‌ ୮ ମେ ୨୦୨୩ରେ ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.