SBI IRIS Scanner କ’ଣ ?

SBIର ଆସିଲା ନୂଆ ସୁବିଧା, ଏବେ ଆଉ ଟଙ୍କା ପାଇଁ ଯିବାକୁ ପଡିବ ନାହିଁ ବ୍ୟାଙ୍କ, IRIS Scanner ରୁ ଉଠାଇବେ ଫାଇଦା

ଖୁବ ଶୀଘ୍ର ପେନସନର୍ସ ଓ ସିନିଅର ସିଟିଜେନଙ୍କ ପାଇଁ ଏସବିଆଇ ଆଣୁଛି ବଢ଼ିଆ ସୁବିଧା। ଏହି ସୁବିଧାରେ ଘରର ବରିଷ୍ଠ ନାଗରିକଙ୍କ ଆକାଉଣ୍ଟ ଥିଲେ ସେମାନଙ୍କ ଆଖି ସ୍କାନ କରି ସେମାନଙ୍କ ପରିଚୟକୁ ଚିହ୍ନଟ କରାଯିବ। ଏହାକୁ ଆଇରିସ୍‌ ସ୍କାନର କୁହାଯାଉଛି। କଣ ଏହି ସୁବିଧା କିପରି ଏହାର ଫାଇଦା ଉଠାଇବେ ଜାଣନ୍ତୁ।

ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଛି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ପେନସନଭୋଗୀ ଏବଂ ବରିଷ୍ଠ ନାଗରିକଙ୍କୁ ଶୀଘ୍ର ଏସବିଆଇ ଦ୍ୱାରା ଏକ ନୂଆ ସୁବିଧା ଦିଆଯିବ। ବରିଷ୍ଠ ନାଗରିକ ମାନେ ଏହି ସୁବିଧା ସୁଯୋଗ ନେଇପାରିବେ । ବ୍ୟାଙ୍କର ନୂତନ ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ବ୍ୟାଙ୍କ ଏଗଜିକ୍ୟୁଟିଭ ବା ଗ୍ରାହକ ସେବା କେନ୍ଦ୍ରରେ ଚିହ୍ନଟ କରାଯାଇପାରିବ।

ଏସବିଆଇ ସହଜରେ ଗ୍ରାହକଙ୍କ ପରିଚୟ ଚିହ୍ନଟ ପାଇଁ IRIS Scanner ସୁବିଧା ଆରମ୍ଭ କରିଛି । ବ୍ୟାଙ୍କ ଏଗଜିକ୍ୟୁଟିଭ ନିକଟରେ IRIS Scanner ର ସୁବିଧା ବାହାର କରିଛି । ବରିଷ୍ଠ ନାଗରିକଙ୍କୁ ଯେପରି ଆଉ ବାହାରକୁ କଷ୍ଟରେ ଯିବାକୁ ପଡିବ ନାହିଁ । ଏହି ସୁବିଧା ପରେ ସେମାନେ ସେମାନଙ୍କର ନିକଟତମ ‘ବ୍ୟାଙ୍କ ମିତ୍ର’ କେନ୍ଦ୍ରରୁ ପେନ୍ସନ୍ ପାଇଯିବେ । ଏସବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହାର ‘ବ୍ୟାଙ୍କ ମିତ୍ର’ ଅପରେଟରଙ୍କ ସହ ‘ଆଇରିସ୍ ସ୍କାନର୍’ ମିଶି ଟ୍ରାଏଲ କରୁଛି । ବରିଷ୍ଠ ନାଗରିକ ଆକାଉଣ୍ଟଧାରୀ ଏବଂ ପେନସନଭୋଗୀ ଯେଉଁ ଅସୁବିଧା ଭୋଗୁଛନ୍ତି ତାହା ଯେପରି କମିଯିବ , ସେଥିପାଇଁ ବ୍ୟାଙ୍କ ପକ୍ଷରୁ ଚେଷ୍ଟା ଚାଲିଛି ।

IRIS Scanner ସାହାଯ୍ୟରେ ଆଖି ମାଧ୍ୟମରେ ଯେକୌଣସି ବ୍ୟକ୍ତିର ପରିଚୟ ଜାଣି ହୋଇପାରିବ । ଆଜିକାଲି ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଏଣ୍ଟ୍ରି ରେକର୍ଡ ପାଇଁ ଏହି ଡିଜିଟାଲ ସୁବିଧା ରଖାଯାଇଛି ।

ନିକଟରେ ଓଡିଶାର ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧ ମହିଳା ପେନ୍‌ସନ୍‌ ନେବାକୁ ବ୍ୟାଙ୍କକୁ ଯାଇଥିଲେ। ତାଙ୍କର ଆଙ୍ଗୁଠି ନିଶ୍ଚିତ ହୋଇନଥିବାରୁ ଏଠାରେ ତାଙ୍କୁ ବହୁତ ଅସୁବିଧା ହୋଇଥିଲା। ତେବେ ଏହି ଘଟଣା ଜାତୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା । କେବଳ ସେହି ଜଣେ ବୃଦ୍ଧା ନୁହେଁ ଏଭଳି ଅନେକ ବରିଷ୍ଠ ନାଗରିକ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ବ୍ୟାଙ୍କ ତରଫରୁ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ IRIS Scanner ସୁଵିଧା ଆରମ୍ଭ କରାଯାଇଛି ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.