Below header

ଭାରତୀୟ ବଜାରରେ Stuffcool ଲଞ୍ଚ କଲା ଜବରଦସ୍ତ ଡିଜାଇନ ସହ 10,000mAhର ପାୱାର ବ୍ୟାଙ୍କ

ଘରୋଇ କମ୍ପାନୀ Stuffcool ବଜାରରେ ନିଜର ଏକ ନୂଆ ୱେୟାରଲେସ ମ୍ୟାଗନେଟିକ ପାୱାରବ୍ୟାଙ୍କ ଲଞ୍ଚ କରିଛି । କମ୍ପନୀ ଦ୍ୱାରା ପ୍ରସ୍ତୁତ ଏହି ପାୱାରବ୍ୟାଙ୍କ ମେଡ଼ ଇନ ଇଣ୍ଡିଆ ଅର୍ଥାତ ସମ୍ପୂର୍ଣ୍ଣ ରୂପେ ଭାରତରେ ପ୍ରସ୍ତୁତ । ଏଥିରେ 10000 mAh ବ୍ୟାଟେରୀ ସୁବିଧା ରହିଛି । ଏହାର ଆକାର ବି ଖୁବ ଛୋଟ ହୋଇଥିବାରୁ ଏହାକୁ ଖୁବ ସହଜରେ କେଉଁଠିକି ନବାଆଣିବା ବି କରିପାରିବେ ।

Stuffcoolର ଏହି ନୂଆ ପାୱାରବ୍ୟାଙ୍କରେ ଆପଲ କମ୍ପାନୀର Magsafe ଚାରଜିଙ୍ଗ ଟେକ୍ନୋଲୋଜି ଦିଆଯାଇଛି । ଏହି ପାୱାରବ୍ୟାଙ୍କରେ ଆପଣ iPhone 12/13 ସିରିଜରୁ ଆରମ୍ଭ କରି iPhone 12/13 ସିରିଜ ପର୍ଯ୍ୟନ୍ତ ଖୁବ ସହଜରେ ଚାର୍ଜ କରିପାରିବେ । ଏହାକୁ ଆପଣ କମ୍ପାନୀ ୱେବସାଇଟରୁ ୪ ହଜାର ୯୯୦ ଟଙ୍କା ଦେଇ କିଣିପାରିବେ । କମ୍ପାନୀ ୱେବସାଇଟ ବ୍ୟତୀତ ଏହାର ବିକ୍ରି ରିଟେଲ ଷ୍ଟୋରରେ ବି ହେଉଛି |

Stuffcoolର ଏହି ମ୍ୟାଗନେଟିକ ଚାର୍ଜରରୁ ଆପଣ ଅନ୍ୟ ୱେୟାରଲେସ ସପୋର୍ଟ ଵାଲା ଡିଭାଇସ ଗୁଡିକୁ ବି ଚାର୍ଜ କରିପାରିବେ । ଏହାର ଆଉ ଏକ ଖସିୟିତ ହେଉଛିକି ଆପଣ ଚାରଜିଙ୍ଗ ସମୟରେ ଫୋନକୁ କେଉଁଠିକି ନେଇକି ଯାଇପାରିବେ । ଏଥିରେ ଏଲଇଡ଼ି ବ୍ୟାଟେରୀ ଇଣ୍ଡିକେଟର ବି ଦିଆଯାଇଛି ।

ଏହା ସହ ମିଳୁଥିବା 15W ୱେୟରଲେସ ଚାରଜିଙ୍ଗରୁ ଆପଣ ସାମସଙ୍ଗ ଫୋନ ଓ Pixel 6/6 Pro ପରି ଫୋନ ବ୍ୟତୀତ Airpods Proକୁ ବି ଚାର୍ଜ କରିପାରିବେ । ଏଥିରେ ପାୱାରବ୍ୟାଙ୍କ ଟାଇପ-ସି ପୋର୍ଟ ଦିଆଯାଇଛି । ମାତ୍ର ୩୦ ମିନିଟରେ ଏହା ଆଇଫୋନକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିଦେଇପାରିବେ । ସୁରକ୍ଷା ଦୃଷ୍ଟିରୁ ଏହାକୁ BIS ସର୍ଟଫିକେସନ ବି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.