କିମ୍ବଦନ୍ତୀ ଭରା ମା’ ତାରିଣୀଙ୍କ ଆଷାଢି ପର୍ବ

ମା’ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ହେଉଛି ଖୁବ ନିଆରା ଓ ଭକ୍ତିଭରା । କିମ୍ବଦନ୍ତୀ ଭରା ଏହି ପର୍ବରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମା ଦିନ ସାରା ଉପବାସ ପାଳନ କରିଥାନ୍ତି । ଯେଉଁଥିପାଇଁ ଏହି ଦିନରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସୂର୍ଯ୍ୟାସ୍ତ ପରେ ହିଁ ମନ୍ଦିର ପହଡ ଖୋଲା ଯାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ସ୍ବତନ୍ତ୍ର ପୂଜା ନୀତି ହୋଇଥାଏ। ଏଥି ସହିତ ଏହି ପର୍ବ ମଧ୍ୟ ଏକ କୃଷି ଭିତ୍ତିକ ପର୍ବ ଭାବେ ସ୍ଥାନୀୟ ଲୋକେ ପାଳନ କରଥାନ୍ତି । ନିକଟସ୍ଥ ୨୨ ଖଣ୍ଡ ମୌଜାର ମୂଖୀଆ ମାନେ ଭଲ ଚାଷ ପାଇଁ ମା’ଙ୍କ ନିକଟରେ ବୋଦା ସମର୍ପଣ କରି ଚାଷ କାମ ଆରମ୍ଭ କରିଥାନ୍ତି . ତେବେ ଅପରାହ୍ନରେ ମାଙ୍କୁ ସୁନା ବେଶରେ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

କେନ୍ଦୁଝର ଅଧିଷ୍ଟାତ୍ରୀ ଦେବୀ ମା’ତାରିଣୀଙ୍କ ଆଷାଢୀ ପର୍ବ ପାଇଁ ଯୋଡି ମହୁରି ଓ ନାଗରା ଶବ୍ଦରେ ପ୍ରକମ୍ପିତ ହୋଇଉଠିଛି ମନ୍ଦିର ବେଢା । ପରମ୍ପରା ଅନୁଯାୟୀ ପ୍ରତିଥର ଆଷାଢ ମାସ ଶେଷ ଗୁରୁବାରରେ ମା’ଜଗତ କଲ୍ୟାଣ ପାଇଁ ଦିନ ସାରା ନିଜେ ଉପବାସ ପାଳନ କରିଥାନ୍ତି । ଫଳରେ ଏହି ଆଷାଢୀ ପର୍ବରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସୂର୍ଯ୍ୟାସ୍ତ ପରେ ମା’ଙ୍କ ନୀତି ପୂଜା ଆରମ୍ଭ ହେବା ସହ ମା’ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି ।ଏହି ଦିନରେ ମାଙ୍କ ସୁନା ବେଶ ଦର୍ଶନ କଲେ ଘର ଓ ପରିବାରର ମଙ୍ଗଳ ହୋଇଥାଏ ବିଶ୍ୱାସ ରହିଛି। ସେହିପରି ରାତି ୧୦ଟା ପରେ ମା’ଙ୍କ ମନ୍ଦିରର କେବଳ ମୂଖ୍ୟ ପୂଜକ ରହି ମଧ୍ୟରାତ୍ରୀରେ ନିଶି ପୂଜା କରିଥାନ୍ତି।

କେନ୍ଦୁଝର ଜିଲ୍ଲାରେ ମା’ଙ୍କ ଆଷାଢି ପର୍ବ ଚାଷୀ ମାନଙ୍କ ପାଇଁ ଏକ ମୁଖ୍ୟ ପର୍ବ ଭାବେ ପରିଚିତ। ବର୍ଷା ଦିନର ପ୍ରାରମ୍ଭରେ ଏହି ପର୍ବ ପାଳନ ହେଉଥିବା ବେଳେ ଏହି ଦିନ ଘଟଗାଁ ଅଂଚଳର ୨୨ ଖଣ୍ଡ ମଉଜାର ଚାଷୀ ମାନେ ନିଜ ଅଂଚଳରେ ଭଲ ଚାଷ ପାଇଁ ମା’ଙ୍କ ନିକଟରେ ପୂଜା କରିଥାନ୍ତି। ବିଶ୍ବାସ ରହିଛି ଏହି ଦିନରେ ମା’ଙ୍କ ନିକଟରେ ବୋଦା ସମର୍ପଣ କଲେ ଭଲ ଫସଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.