ସ୍ୱାମୀର ପରକୀୟା ପ୍ରୀତି ଧରାପଡିବା ପରେ ମୋବାଇଲ ଚାର୍ଜର ତାରରେ ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ବନ୍ଧ ରଖି କରୁଥିଲେ ଅଶ୍ଳୀଳ ଚାଟିଂ । ରାଗରେ ସ୍ତ୍ରୀ ଯାହା କଲା ତାକୁ ବିଶ୍ୱାସ କରି ହେଉ ନାହିଁ । ଫୋନ ଚାର୍ଜର ତାରରେ ସ୍ୱାମୀର ତଣ୍ଟି ଚିପି ନେଇଗଲା ଜୀବନ। ରାଜସ୍ଥାନର ଫତେପୁର ଶେଖାବଟୀରେ ରହୁଥିବା ମହିଳା ଜଣକ ସ୍ୱାମୀକୁ ମାରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୋଲିସ ଧରି ପକାଇଲା। ଆଉ ସେହି ହତ୍ୟାକାରୀ ସ୍ତ୍ରୀ ହେଉଛି ମଦିିନା ।

ରିପୋର୍ଟ ମୁତାବକ, ୬ ବର୍ଷ ତଳେ ମଦିନା ଓ ମକସୁଦଙ୍କର ବାହାଘର ହୋଇଥିଲା । ତେବେ ଏତେ ବର୍ଷ ପରେ ବି ସେମାନଙ୍କୀ କୌଣସି ସନ୍ତାନ ନଥିଲେ। ଏହାକୁ ନେଇ ଦୁହିଙ୍କ ଭିତରେ ସବୁବେଳେ କଳି ଝଗଡ଼ା ଲାଗୁଥିଲା ।
ଏପଟେ ମକସୁଦ ଅନ୍ୟ କୌଣସି ମହିଳାଙ୍କ ସହିତ ସଂପର୍କ ରଖିଥିଲେ ବୋଲି ମହିଳାଙ୍କର ସନ୍ଦେହ ରହିଥିଲା। ମକସୁଦ ମଧ୍ୟ ପତ୍ନୀଙ୍କ ସାମ୍ନାରେ ଅନ୍ୟ ଜଣେ ମହିଳାଙ୍କ ସହ ଅଶ୍ଳୀଳ ଚାଟ୍ କରିବା ସହିତ ଭିଡିଓ କଲ୍ ମଧ୍ୟ କରୁଥିଲେ। ଏକଥା ଜାଣିବା ପରେ ରାଗରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ପ୍ଲାନ କରିଥିଲେ।

ଗତ ଜୁଲାଇ ୨ ତାରିଖରେ ମଦିନା ନିଜ ଶାଶୁ ଏବଂ ସ୍ୱାମୀଙ୍କ ସହିତ ଏକ ବାହାଘରକୁ ଯାଇଥିଲେ। ସ୍ୱାମୀ ମକସୁଦ ଏହି ବାହାଘରରୁ ଶୀଘ୍ର ଘରକୁ ପଳାଇ ଆସିଥିଲେ । ମଦିନା ପରେ ଫେରିଥିଲେ। ମକସୁଦ ଘରକୁ ଆସି ଶୋଇଥିବା ବେଳେ ମଦିନାକୁ ହତ୍ୟା କରିବା ପାଇଁ ସୁଯୋଗ ମିଳିଥିଲା। ତେଣୁ ପ୍ରଥମେ ମଦିନା ଓଢଣୀରେ ଫାଶ କରି ରଖିବା ପରେ ମୋବାଇଲ ଚାର୍ଜର ତାରରେ ସ୍ୱାମୀ ବେକକୁ ଚାପି ହତ୍ୟା କରିଥିଲା। ଆଉ ମାରିବା ପରେ ଓଢଣୀରେ ଲଟକାଇ ଆତ୍ମହତ୍ୟାର ରୂପ ଦେଇଥିଲା। ଘର ଲୋକ ଆସି ପହଞ୍ଚିବା ପରେ ମଦିନା ସେମାନଙ୍କୁ କହିଥିଲା ଯେ ମକସୁଦ ଆତ୍ମହତ୍ୟା କରିଛି ।

ଏପଟେ ପୋଲିସ୍‌ ଝଂଝଟରୁ ବର୍ତ୍ତିବା ପାଇଁ ଘର ଲୋକ ମକସୁଦର ଅନ୍ତିମ ସଂସ୍କାର କରି ଦେଲେ । ତେବେ ଦିନେ ଦୁଇଦିନ ପରେ ମଦିନାର ହାବଭାବ ଦେଖି ଶାଶୁ ସନ୍ଦେହ କରିଥିଲେ। ତେଣୁ ସେ ପୋଲିସକୁ ଖବର ଦେଲେ । ପୋଲିସ୍‌ ଆସି କବର ଭିତରୁ ମକସୁଦର ଶବ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତାରି ଭିତରେ ଯେତେବେଳେ ମଦିନାକୁ ପୋଲିସ୍‌ ଜେରା କଲା, ମଦିନା ସବୁ ସତ କହିଦେଲା ।

ମଦିନା ପୋଲିସକୁ କହିଥିଲା କି, ତାଙ୍କ ସ୍ୱାମୀ ତାଙ୍କୁ ମାରପିଟ୍ କରୁଥିଲେ। ଅନ୍ୟ ସ୍ତ୍ରୀ ସହିତ ସଂପର୍କ ରଖିଥିଲେ। ତେଣୁ ରାଗରେ ଆସି ତାଙ୍କୁ ମାରିଦେଲି । ଏହା ପରେ ପୋଲିସ୍‌ ତାକୁ ଗିରଫ କରିଛଇ । ଅନ୍ୟପକ୍ଷରେ ତାର ଶାଶୁ ମଧ୍ୟ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଲେ କି ମଦିନା ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ସହ ସମ୍ପର୍କ ରଖିଛି । ତେବେ ପୋଲିସ୍‌ ତଦନ୍ତ କରି ଏହି ଅଭିଯୋଗ ମିଛ ବୋଲି ଜାଣି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.