Telegram ରେ ଆସିଲା ଏହିସବୁ ନୂଆ ଫିଚର୍ସ, ଜାଣନ୍ତୁ କ’ଣ କ’ଣ

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଓ୍ଵାର୍କ ଫ୍ରମ ହୋମ, ଭର୍ଚୁଆଲ ଚାଟ ବେସଡ କନଭେନସନ, ମିଟିଂ ଅନଲାଇନ ମାଧ୍ୟମରେ ହେଉଛି। ଏହା ମଧ୍ୟରେ ଟେଲିଗ୍ରାମ ନିଜର ପ୍ଲାଟଫର୍ମରେ କିଛି ନୂଆ ଫିଚର୍ସ ଆଡ୍‌ କରିଛି। ଏହି ମେସେଞ୍ଜରରେ ସର୍ଚ୍ଚ ଫିଲଟର, କମେଣ୍ଟସ୍‌, ଇମୋଜି ଏବଂ ଆଡମିନ ସମ୍ବନ୍ଧୀୟ କିଛି ଅପଡେଟ୍‌ ଜାରି କରାଯାଇଛି।

ଟେଲିଗ୍ରାମ ସର୍ଚ୍ଚ ଫିଲଟର୍ସ ସାହାଯ୍ୟରେ ୟୁଜର୍ସ ସହଜରେ କୌଣସି ସ୍ପେସିଫିକ୍‌ ମେସେଜକୁ ସର୍ଚ୍ଚ କରିପାରିବେ। ଆପ୍‌ରେ ଚାଟସ୍‌, ମଡିଆ, ଲିଙ୍କସ, ଫାଇଲ୍ସ, ମ୍ୟୁଜିକ ଏବଂ ଭଏସ ମେସେଜ ପାଇଁ ୬ଟି ଅଲଗା ଅଲଗା ଟ୍ୟାବ୍ସ ପ୍ରସ୍ତୁତ ହୋଇଛି। ଏହା ଜରିଆରେ ଡାଇମ, ପର୍ସନ, ଗ୍ରୁପ ଏବଂ ଚ୍ୟାନେଲ ଆଧାରରେ ମେସେଜକୁ ଅଲଗା ଅଲଗା ରଖାଯାଇପାରିବ।

tele

ଲାଟେଷ୍ଟ ଅପଗ୍ରେଡ ପରେ ଏବେ ୟୁଜର୍ସ ଏହି ଚ୍ୟାନେଲ ଜରିଆରେ ପୋଷ୍ଟ ଉପରେ କମେଣ୍ଟ କରିପାରିବେ। ପୂର୍ବରୁ ଏହା କେବଳ ଓ୍ଵାନ େଓ୍ଵ କାମ କରୁଥିଲା। ଏହାଛଡା ଏବେ ଆପଣ କମେଣ୍ଟ ଜରିଆରେ ଭଏଜ ମେସେଜ, ଷ୍ଟିକର୍ସ ଏବଂ GIF ପଠାଇପାରିବେ। ତା’ ଛଡା ଆଡମିନ ପାଖରେ ଏମିତି ପାଓ୍ଵର ରହିବ କି, ସେ ଗ୍ରୁପର ମର୍ଯ୍ୟାଦା ରଖିବେ ଏବଂ କୌଣସି ମଧ୍ୟ କମେଣ୍ଟକୁ ବ୍ଲକ କରିପାରିବେ। ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ନୂଆ ଆନିମେସନ ପପ୍‌ ଅପ୍ସ ମଧ୍ୟ ଜାରି ହୋଇଛି। ଏମିତିରେ ମେସେଜ ଡିଲିଟ କରିବା ସମୟରେ, ମିଡିଆ ସେଭ୍‌ କିମ୍ବା ନୋଟିଫିକେସନ ପରିବର୍ତ୍ତନ କରିବା ସମୟରେ ଆନିମେସନ ନଜର ଆସିବ।

Leave A Reply

Your email address will not be published.