କେବେବି ହଜିବ ନାହିଁ ଆପଣଙ୍କ PAN ଏବଂ Aadhaar କାର୍ଡ, ଏଭଳି ରଖନ୍ତୁ ସୁରକ୍ଷିତ

ଆଜିକା ସମୟରେ ଆଧାର, ପ୍ୟାନ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଏସବୁ ଏମିତି ଜରୁରୀ ଡକ୍ୟୁମେଣ୍ଟସ, ଯାହା ହଜିଗଲେ କିମ୍ବା ନଥିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ଡକ୍ୟୁମେଣ୍ଟ ବିନା ଆପଣ ବ୍ୟାଙ୍କ ଠାରୁ ନେଇ ଘର ପଯ୍ୟର୍ନ୍ତ କୌଣସି କାମ ବି କରିପାରିବେନାହିଁ। ଏଥିପାଇଁ ଏହିସବୁ ଡକ୍ୟୁମେଣ୍ଟ ସୁରକ୍ଷିତ ରହିବା ବେଶ୍‌ ଜରୁରୀ। ତେଣୁ ଆଜି ଆମେ ଆପଣଙ୍କ ଏକ ଏମିତି ଉପାୟ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ନିଜର ସମସ୍ତ ଡକ୍ୟୁମେଣ୍ଟକୁ ସେଫ୍‌ ବା ସୁରକ୍ଷିତ ରଖିପାରିବେ।

ବ୍ୟବହାର କରନ୍ତୁ DigiLocker

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯଦି ଆପଣ ଡିଜିଟାଲୀ ମିଳୁଥିବା ଲକରର ସୁବିଧାକୁ ବ୍ୟବହାର କରିବେ, ତାହେଲେ ଆପଣଙ୍କୁ ଏହିସବୁ ଜରୁରୀ ଡକ୍ୟୁମେଣ୍ଟ ହଜିଯିବାର ଭୟ ରହିବନାହିଁ। ସେଥିପାଇଁ ଏହି ସୁବିଧାକୁ ଡିଜିଲକର (DigiLocker) ନାମ ଦିଆଯାଇଛି।

କଣ ଏହି ଡିଜିଲକର ?

ଡିଜିଟାଲ ଲକର (Digital Locker) ବା ଡିଜି ଲକର ( DigiLocker) ଏକ ପ୍ରକାର ଭର୍ଚୁଆଲ ଲକର ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୦୧୫ରେ ଲଞ୍ଚ କରିଥିଲେ। ଡିଜିଟାଲ ଇଣ୍ଡିଆ ଅଭିଯାନ ଅନୁଯାୟୀ ଡିଜିଲକରକୁ ଆରମ୍ଭ କରାଯାଇଥିଲା।

ସବୁ ସ୍ଥାନରେ ଧରାଯିବ ବୈଧ

DigiLocker ସାହାଯ୍ୟରେ ଆପଣ ନିଜର କୌଣସି ବି ଜରୁରୀ ଡକ୍ୟୁମେଣ୍ଟକୁ ସେଫଲୀ ରଖିପାରିବେ। ଏହାଛଡା ଯଦି ଆପଣ ଏହି ଲକରର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ହାର୍ଡ କପି ମଧ୍ୟ ରଖିବାର ଆବଶ୍ୟକ ପଡିବନାହିଁ।

କେମିତି କରିବେ ବ୍ୟବହାର?

  1. ଆକାଉଣ୍ଟ ବନାଇବା ପାଇଁ ସର୍ବପ୍ରଥମେ digilocker.gov.in କିମ୍ବା digitallocker.gov.କୁ ଯିବାକୁ ହେବ।
  2. ଏହାପରେ ସାଇଟର ଡାହାଣ ଆଡକୁ Sign Up ଉପରେ କ୍ଲିକ କରନ୍ତୁ।
  3. ଏବେ ଆପଣଙ୍କ ସାମ୍ନାରେ ନୂଆ ପେଜ୍‌ ଓପନ ହେବ ଯେଉଁଠି ଆପଣ ନିଜ ମୋବାଇଲ ନମ୍ବର ଏଣ୍ଟର କରିବେ।
  4. DigiLocker ଆପଣଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ପଠାଇବ ଯାହାକୁ ଆପଣଙ୍କୁ ଏଣ୍ଟର କରିବାକୁ ହେବ।
  5. ଏହାପରେ ୟୁଜର ନେମ ଏବଂ ପାସଓ୍ଵାର୍ଡ ସେଟ୍‌ କରନ୍ତୁ।
  6. ଏହିପରି ଭାବେ ଏବେ ଆପଣ ଡିଜିଲକରର ବ୍ୟବହାର କରିପାରିବେ।

ଡକ୍ୟୁମେଣ୍ଟ କେମିତି ସେଭ୍‌ କରିବେ?

ନିଜ ଡକ୍ୟୁମେଣ୍ଟକୁ DigiLockerରେ ସେଭ କରିବା ପାଇଁ ଆପଣଙ୍କୁ ନିଜ ସମସ୍ତ ଡକ୍ୟୁମେଣ୍ଟସକୁ ସ୍କାନ କରିବାକୁ ହେବ। ଯଦି ଆପଣ ଚାହିଁବେ ତ ନିଜ ଡକ୍ୟୁମେଣ୍ଟର ଏକ କ୍ଲିୟର ଫଟୋ ମଧ୍ୟ କ୍ଲିକ କରିପାରିବେ, ଯାହାକୁ ଆପଣ ଡିଜିଲକରରେ ସେଭ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.