ବଦଳିପାରେ WhatsAppର ଲୁକ୍‌, ୱେବ୍ ଭର୍ସନରେ ଆସିବ ନୂଆ ଡିଜାଇନ୍

ଯେଉଁମାନେ WhatsApp ୱେବ୍ ଭର୍ସନ୍ କୁ କମ୍ ଲାଇଟରେ ବ୍ୟବହାର କରନ୍ତି ସେମାନଙ୍କ ପାଇଁ WhatsAppର ଏହି ଅପକମିଂ ଫିଚର ବେଷ୍ଟ ହେବ । ଏହି ଫିଚରର ସୁବିଧା ହେଉଛି ଆଖିରେ ଯନ୍ତ୍ରଣା ହେବ ନାହିଁ ।

ଯଦି ଆପଣ WhatsApp ୱେବ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । WhatsApp ୱେବର ଡିଜାଇନ୍ ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି । WhatsApp ୨୦୨୦ରେ ୱେବ୍ ଭର୍ସନ ପାଇଁ ଡାର୍କ ମୋଡ୍ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ନୂଆ କଲର ସ୍କିମ୍ ଏବଂ ଡାର୍କ ଥିମ୍ ସହିତ ଏକ ନୂଆ ଡିଜାଇନ୍ ହୋଇଥିବା ସାଇଡବାର୍ ଲଞ୍ଚ କରିବାକୁ ଯାଉଛି ।

ଯେଉଁମାନେ WhatsApp ୱେବ୍ ଭର୍ସନ୍ କୁ କମ୍ ଲାଇଟରେ ବ୍ୟବହାର କରନ୍ତି ସେମାନଙ୍କ ପାଇଁ WhatsAppର ଏହି ଅପକମିଂ ଫିଚର ବେଷ୍ଟ ହେବ । ଏହି ଫିଚରର ସୁବିଧା ହେଉଛି ଆଖିରେ ଯନ୍ତ୍ରଣା ହେବ ନାହିଁ । କିନ୍ତୁ WhatsApp ଏହି ନୂଆ ଫିଚରକୁ ନେଇ କୌଣସି ଅଫିସିଆଲ ସୂଚନା ଦେଇନାହିଁ ।

WhatsAppର ଏହି ନୂଆ ଫିଚର ବିଷୟରେ WABetaInfo ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, WhatsApp ୱେବର ବିଟା ଭର୍ସନରେ ଏହି ନୂଆ ଫିଚର ପରୀକ୍ଷା କରାଯାଉଛି । ନୂଆ ସାଇଡବାରକୁ ନେଇ କୁହାଯାଉଛି କି ଏହା ଭଲ ଏକ୍ସପେରିଏନ୍ସ ଦେବ ।

ସୂଚନା ଥାଉ କି ନିକଟରେ WhatsApp ପର୍ସନାଲ ଚାଟ୍ ପାଇଁ ପିନ୍ ଫିଚର ଲଞ୍ଚ କରିଛି । ନୂଆ ପିନ୍ ଫିଚର ଅନୁସାରେ କୌଣସି ମ୍ୟାସେଜକୁ ୩୦ ଦିନ ପର୍ଯ୍ୟନ୍ତ ପିନ୍ କରି ହେବ । ଏହା ବ୍ୟତୀତ ଭଏସ୍ ମେସେଜ୍ ପାଇଁ ଭ୍ୟୁ ଓ୍ଵାନ୍ସ ଫିଚର ମଧ୍ୟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.