୨୦୨୪ରେ ଏହି ଦିନରେ ତିଆରି କରନ୍ତୁ ନାହିଁ ରୁଟି, ଜାଣି ନିଅନ୍ତୁ ତାରିଖ

ନୂତନ ବର୍ଷରେ ସମସ୍ତେ ନିଜ ଜୀବନରେ ସୁଖ, ସମୃଦ୍ଧି ଏବଂ ପ୍ରଗତି ଚାହୁଁଛନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ନୂଆ ବର୍ଷରେ ଏପରି ୬ ଟି ପୂଜା ପର୍ବାଣୀ ଦିନରେ ଆପଣ ରୁଟି ପୋଡିବା ଅପଣଙ୍କ ପରିବାର ପାଇଁ ଠିକ୍‌ ନୁହେଁ ।

ନୂତନ ବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ନୂତନ ବର୍ଷରେ ସମସ୍ତେ ନିଜ ଜୀବନରେ ସୁଖ, ସମୃଦ୍ଧି ଏବଂ ପ୍ରଗତି ଚାହୁଁଛନ୍ତି । ଏହି କାରଣରୁ ଆପଣ ଏହି ବର୍ଷରେ ଏପରି କିଛି କାମ କରିବା ଉଚିତ୍ ନୁହେଁ, ଯାହା ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିବ ଏବଂ ଆପଣ ଟଙ୍କା ପାଇଁ ଅସୁବିଧାରେ ପଡିପାରନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ନୂଆ ବର୍ଷରେ ଏପରି ୬ ଟି ପୂଜା ପର୍ବାଣୀ ଦିନରେ ଆପଣ ରୁଟି ପୋଡିବା ଅପଣଙ୍କ ପରିବାର ପାଇଁ ଠିକ୍‌ ନୁହେଁ । ସେହି ଦିନମାନଙ୍କରେ ଆପଣ ଚୁଲିରେ ରୁଟି ପୋଡିବା ଅଶୁଭ ହୋଇଥାଏ । ଏହା ଘରେ ଦାରିଦ୍ର୍ୟ ଆଣିଥାଏ ଏବଂ ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେ ହିନ୍ଦୁ ଧର୍ମରେ ଦେବୀ ଲକ୍ଷ୍ମୀଙ୍କ ସହ ଜଡିତ ଉପବାସ, ପର୍ବ ଦିନରେ ଚୁଲିରେ ରୁଟି ତିଆରି କରାଯାଏ ନାହିଁ । ସେହି ପରି ଆମ ଶାସ୍ତ୍ରରେ ଏପରି କିଛି ଦିନ ରହିଛି, ଯେଉଁଥିରେ ଘରେ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରାଯାଏ ନାହିଁ । ଏହାସହ ସେ ଦିନ ରୋଷେଇ ଘରର ତାଉଆ ଗରମ କରାଯାଏ ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଆସୁଥିବା ନୂତନ ବର୍ଷରେ କେଉଁ ସବୁ ଦିନରେ ରୁଟି ତିଆରି କରାଯିବ ନାହିଁ । ଏହା ସହ କ‘ଣ ପାଇଁ ଦିନ ରୁଟି କରିବା ବାରଣ ହୋଇଥାଏ । ତେବେ ଏହି ନୂତନ ବର୍ଷରେ ୬ଟି ପୂଜାରେ ଘରେ ରୁଟି କରନ୍ତୁ ନାହିଁ ।

ମକର ସଙ୍କ୍ରାନ୍ତି :
ନୂଆ ବର୍ଷରେ ମକର ସଂକ୍ରାନ୍ତି ଜାନୁଆରୀ ୧୫ରେ ପଡୁଛି । ମକର ସଙ୍କ୍ରାନ୍ତି ଦିନ ଖିଚିଡି ଖାଇବାର ଏକ ପରମ୍ପରା ରହିଛି । ଚାଉଳରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏହି ଦିନ ଖାଇ ପାରିବେ । ମକର ସଂକ୍ରାନ୍ତିରେ ରୁଟି ତିଆରି କରିବା ନିଷେଧ ହୋଇଥାଏ ।

ଶିତଳଷଷ୍ଠି :
ଏହି ବର୍ଷ ଶିତଳଷଷ୍ଠିର ଉପବାସ ଏପ୍ରିଲ ୨ରେ ପଡୁଛି । ସେହି ଦିନ ଶିତଳା ମାତାଙ୍କୁ ପୁରୁଣା ଖାଦ୍ୟ ଅର୍ଥାତ୍ ଥଣ୍ଡା ଖାଦ୍ୟ ଦିଆଯାଏ । ଶିତଳା ଷଷ୍ଠି ଦିନ ଘରେ ଚୁଲି ଜଳେନାହିଁ । ଘରର ଲୋକମାନେ କେବଳ ଶିତଳା ମାତାଙ୍କୁ ଦିଆଯାଇଥିବା ପ୍ରସାଦ ଗ୍ରହଣ କରନ୍ତି । ଏହି କାରଣରୁ ଶିତଳଷଷ୍ଠି ଦିନ ରୁଟି ତିଆରି କରାଯାଏ ନାହିଁ । ସେଥିପାଇଁ ଏହି ଦିନମାନଙ୍କରେ ତାଜା ଖାଦ୍ୟ ରାନ୍ଧିବା ନିଷେଧ କରାଯାଇଥାଏ ।

ନାଗ ପଞ୍ଚାମି :
ନାଗ ପଞ୍ଚମି ନୂତନ ବର୍ଷରେ ଅଗଷ୍ଟ ୯ରେ ପାଳନ କରାଯିବ । ସେଦିନ ଘରେ ରୁଟି ତିଆରି କରନ୍ତୁ ନାହିଁ । ଏହାକୁ ଅଶୁଭ ବିବେଚନା କରାଯାଏ । ହିନ୍ଦୁ ଧର୍ମର ଧାର୍ମିକ ବିଶ୍ୱାସ ରହିଛି ଯେ ନାଗ ପଞ୍ଚାମି ଦିନ ତାଉଆକୁ ନିଆଁରେ ବସା ଯାଏନାହିଁ କାରଣ ନାଗ ପଞ୍ଚାମିରେ ଲୋକମାନେ ସାପ ଦେବତାଙ୍କୁ ପୂଜା କରନ୍ତି ଏବଂ ତାଉଆକୁ ସାପଙ୍କ ପ୍ରତୀକ ବୋଲି ଭାବନ୍ତି । ନାଗ ପଞ୍ଚାମିରେ ପୁରୀ ଏବଂ ହାଲୁଆ ତିଆରି କରାଯିବା ଉଚିତ୍ ।

ଶରଦ ପୂର୍ଣ୍ଣିମା :
ନୂଆ ବର୍ଷରେ ଶରଦ ପୂର୍ଣ୍ଣିମା ଅକ୍ଟୋବର ୧୬ରେ ପଡୁଛି । ଶରଦ ପୂର୍ଣ୍ଣିମାରେ ମଧ୍ୟ ରୁଟି ତିଆରି କରିବା ଉଚିତ୍ ନୁହେଁ । ସେହି ଦିନ ଚନ୍ଦ୍ର ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଦେବୀ ଲକ୍ଷ୍ମୀଙ୍କ ସହ ଜଡିତ ପର୍ବରେ ରୁଟି ତିଆରି କରାଯିବା ଉଚିତ୍ ନୁହେଁ ।

ଦୀପାବଳି :
ଶରଦ ପୂର୍ଣ୍ଣିମା ପରି ଦୀପାବଳିରେ ମଧ୍ୟ ରୁଟି ତିଆରି କରାଯାଏ ନାହିଁ । ସେହି ଦିନ ଚୁଲିରେ ତାଉଆ ବସାଇବା ନିଷେଧ ବୋଲି କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ବାସନକୁସନ ଦୀପାବଳିରେ କଳା ରଖିବା ଉଚିତ୍ ନୁହେଁ । ଏହା ଏକ ଅଶୁଭ ପରିସ୍ଥିତି ଭାବରେ ବିବେଚନା କରାଯାଏ । ଏହା ଦ୍ୱାରା ଘରେ ଦାରିଦ୍ର୍ୟ ଆସିଥାଏ । ଦୀପାବଳି ବ୍ୟତୀତ ସେପ୍ଟେମ୍ବର ୧୧ରେ ମହାଲକ୍ଷ୍ମୀ ଉପବାସ ରହିଛି । ସେଦିନ ମଧ୍ୟ ରୁଟି ତିଆରି କରିବା ନିଷେଧ ହୋଇଥାଏ । ତେବେ ନୂତନ ବର୍ଷର ଏହି ଦିନମାନଙ୍କରେ ଆପଣ ଘରେ ରୁଟି ପ୍ରସ୍ତୁତ କରନ୍ତୁ ନାହିଁ, କାରଣ ଏହି ଦିନରେ ଘରେ ରୁଟି ତିଆରି କରିବା ଦ୍ୱାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ । ସେଥିପାଇଁ ଆପଣ ଏହି ଦିନ ଗୁଡିକକୁ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.