Below header

iOS 17ର ଏହି ୭ ଟି ନୂଆ ଫିଚର୍ସ ଆପଣଙ୍କ iphone କୁ କରିଦେବ ସମ୍ପୂର୍ଣ୍ଣ ଭାବେ ନୂଆ, ଜାଣନ୍ତୁ କେମିତି

iOS 17 ଅପଡେଟରେ ମେସେଜ୍‌ ଆପକୁ ଗୋଟିଏ ବଡ଼ ଅପଗ୍ରେଡ ମିଳିଛି, ଯେଉଁଠାରେ ଏହାକୁ ଏକ ନୂଆ ଡିଜାଇନ ମିଳିବା ସହ ନୂଆ କାର୍ଯ୍ୟକ୍ଷମତା ମଧ୍ୟ ମିଳିଛି । ତେବେ ଏହି ମେସେଜ ଆପରେ ୭ ଟି ନୂଆ ଫିଚର୍ସ ଦିଆଯାଇଛି, ଯାହା ଖୁବଶୀଘ୍ର ଆପଣଙ୍କ iphone ରେ ନଜର ଆସିବ ।

iOS 17 ର ପ୍ରଥମ ପବ୍ଲିକ ବିଟା ଫିଚର୍ସ ଜାରି ହେବା ପରେ iphone ୟୁଜର୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖିବାକୁ ମିଳିଛି । ଅନେକ iphone ୟୁଜର୍ସ ଏହି ବିଟା ଭର୍ସନର ଫିଚର୍ସକୁ ନିଜ ଆଇଫୋନରେ ଏକ୍ସପେରିଏନ୍ସ କରିଛନ୍ତି । ଯଦି ଆପଣ ମଧ୍ୟ ଏହି iOS 17 ବିଟା ଭର୍ସନକୁ ଡାଉନଲୋଡ କରିଛନ୍ତି କିମ୍ବା ଡାଉନଲୋଡ କରିବାକୁ ଭାବୁଛନ୍ତି ତେବେ ଆପଣ ଏହି ଭର୍ସନରେ ଦିଆଯାଇଥିବା ସମସ୍ତ ନୂଆ ଫିଚର୍ସ ବିଷୟରେ ଜାଣି ରଖିବା ଜରୁରୀ । ନୂଆ ଫିଚର୍ସ ପାଇଁ ଏକ ବଡ଼ ହବ୍‌ ହେଉଛି ମେସେଜ ଆପ୍‌ । iOS 17 ଅପଡେଟରେ ମେସେଜ୍‌ ଆପକୁ ଗୋଟିଏ ବଡ଼ ଅପଗ୍ରେଡ ମିଳିଛି, ଯେଉଁଠାରେ ଏହାକୁ ଏକ ନୂଆ ଡିଜାଇନ ମିଳିବା ସହ ନୂଆ କାର୍ଯ୍ୟକ୍ଷମତା ମଧ୍ୟ ମିଳିଛି । ତେବେ ଏହି ମେସେଜ ଆପରେ ୭ ଟି ନୂଆ ଫିଚର୍ସ ଦିଆଯାଇଛି, ଯାହା ଖୁବଶୀଘ୍ର ଆପଣଙ୍କ iphone ରେ ନଜର ଆସିବ ।

ମାକ୍‌ ର୍ୟୁମର୍ସର ଏକ ରିପୋର୍ଟ ଅନୁଯାୟୀ, ମେସେଜ ଆପକୁ ସହଜ ଏବଂ ସରଳ ଭାବେ ବ୍ୟବହାର କରିବା ପାଇଁ ଆପଲ ଅବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି । ଅର୍ଥାତ ଆପଣ ସମସ୍ତ ଟୁଲ ଏବଂ ଫିଚର୍ସ ନିକଟରେ ପହଞ୍ଚିବା ପାଇଁ ୩ ଟି ଭିନ୍ନ ଭିନ୍ନ ସ୍ପଟରେ କ୍ଲିକ କରିବାର ଆବଶ୍ୟକତା ନାହିଁ । ଚାଟ କରୁଥିବା ସମୟରେ ଆପଣ କ୍ୟାମେରା, ଫଟୋ, ଷ୍ଟିକର, କ୍ୟାସ, ଅଡିଓ, ଲୋକେସନ, ଷ୍ଟୋର ଏବଂ ଏଭଳି ଅନେକ କିଛି ସ୍ଥାନରେ ପହଞ୍ଚିବା ପାଇଁ ମେସେଜ ବକ୍ସର ଲେଫ୍ଟ ସାଇଡରେ ଥିବା ‘+’ ଆଇକନ ଉପରେ କ୍ଲିକ କରନ୍ତୁ ।

ଚେକ ଇନ୍‌ ଫିଚର:
ଆପଲର ଅନେକ ନୂଆ ଫିଚର୍ସ ମଧ୍ୟରୁ ଚେକ ଇନ୍‌ ଫିଚର ଅନ୍ୟତମ ଯାହା ସେଫ୍ଟି ଫିଚର୍ସର ଏକ ଅଂଶ । ଆପଣଙ୍କ ଯାତ୍ରା ସମୟରେ ଏହା ଅନ୍ୟ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଭଳି ଫିଚର ଦେଇଛି । ଯେତେବେଳେ ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ଏହା ଆପଣଙ୍କୁ ଜଣାଇଦେବ । ଯଦି ଆପଣ ଏହାକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରନ୍ତି ନାହିଁ ତେବେ iphone ଆପଣଙ୍କୁ ସଂକେତ ଦେବ । ଯଦି ଆପଣ ଉତ୍ତର ଦେଉ ନାହାନ୍ତି ତେବେ ଏହା ସେହି ବ୍ୟକ୍ତିଙ୍କୁ ଆପଣଙ୍କର ଡାଟା ପଠାଇବା ଆରମ୍ଭ କରିବ । ଯେଉଁଥିରେ ଆପଣଙ୍କର ବ୍ୟାଟେରୀ ଲାଇଫ, ନେଟଓ୍ଵର୍କ ସିଗନାଲ, ରୁଟ ଟ୍ରାଭେଲ, ଆଇଫୋନ ଅନଲକର ଲାଷ୍ଟ ଲୋକେସନ ଏବଂ ଆପଲ ଓ୍ଵାଚ ବାହାର କରିବାର ଲାଷ୍ଟ ଲୋକେସନ ସାମିଲ ରହିଛି ।

ଷ୍ଟିକର କ୍ରିଏସନ:
ଅନ୍ୟ ଏକ ନୂଆ ଫିଚରରେ ଆପଣ ଚାଟ କରିବା ସମୟରେ ଇମୋଜିକୁ ଷ୍ଟିକର ଭାବେ ବ୍ୟବହାର କରି ପାରିବେ । ଅନ୍ୟପଟେ ଆପଣ ଷ୍ଟିକର ମଧ୍ୟ ପ୍ରସ୍ତୁତ କରି ପାରିବେ, ଯାହା ଦ୍ୱାରା ଆପଣ ନିଜ ସାଙ୍ଗମାନଙ୍କୁ ଏହା ପଠାଇ ପାରିବେ ।

ନୂଆ ମେମୋଜି:
iOS 17 ନୂଆ ମେମୋଜି ଷ୍ଟିକର ଆଣିବ । ଆପଣ ବର୍ତ୍ତମାନ ହାଲୋ, ସ୍ମିର୍କ ଏବଂ ପିକାବୋ ଷ୍ଟିକର୍ସ ଗୁଡ଼ିକୁ ନିଜ କଲେକ୍ସନରେ ସାମିଲ କରି ପାରିବେ ।

କ୍ୟାଚ୍‌ ଅପ୍‌ ଆରୋ:
ସେହିପରି ବର୍ତ୍ତମାନ ଆପଣ ଅନରିଡ ମେସେଜକୁ ଗୋଟିଏ ଆରୋ ସହିତ ଦେଖି ପାରିବେ, ଯାହା ଆପଣଙ୍କୁ ଶେଷ ଅନରିଡ ମେସେଜ ପର୍ଯ୍ୟନ୍ତ ପହଞ୍ଚାଇବ । ଅର୍ଥାତ ଆପଣ ନିଜ ଚାଟ୍‌ ଗ୍ରୁପରେ ରହି ମେସେଜ୍‌ ଦେଖି ପାରି ନଥିଲେ ଆପଣ କ୍ୟାଚ୍‌ ଅପ୍‌ ଆରୋର ବ୍ୟବହାର କରି ପାରିବେ ।

ସ୍ୱାଇପ୍‌ ଟୁ ରିପ୍ଲାଏ:
iOS 17 ରେ ସ୍ୱାଇପ ଟୁ ରିପ୍ଲାଏ ଫିଚର ରହିଛି । ଯାହା ହ୍ଵାଟ୍ସଆପରୁ ପ୍ରେରିତ । ସ୍ୱାଇପ ଟୁ ରିପ୍ଲାଏ ଦ୍ୱାରା ଆପଣ ତୁରନ୍ତୁ ରିପ୍ଲାଏ ପାଇଁ ଲେଫ୍ଟ ରୁ ରାଇଟ ସାଇଡକୁ ସ୍ୱାଇପ କରିବେ ।

ଅଡିଓ ମେସେଜ ଟ୍ରାନ୍ସକ୍ରିପସନ୍‌:
ଅଡିଓ ମେସେଜ ଟ୍ରାନ୍ସକ୍ରିପସନ୍‌ ଫିଚର ଦ୍ୱାରା ଅଡିଓ ମେସେଜ କଣ୍ଟେଟ ଅଟୋମେଟିକାଲି ଟ୍ରାନ୍ସକ୍ରିପ୍ଟ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.