ରେଲୱେ ଷ୍ଟେସନରେ ଶୋଇଥିବା ନାବାଳକକୁ ଗୋଇଠା ମାରି ଉଠାଇଥିବା ଆରପିଏଫ କର୍ମଚାରୀ ନିଲମ୍ବିତ
ଉତ୍ତରପ୍ରଦେଶ ବେଲଠରା ରେଲୱେ ଷ୍ଟେସନରେ ଶୋଇଥିବା ନାବାଳକକୁ ଗୋଇଠା ମାରି ଉଠାଇବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଆରଫିଏଫ କର୍ମଚାରୀ । ଭିଡିଓ ଭାଇରଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
ରେଲୱେ ପ୍ଲାଟଫର୍ମରେ ନାବାଳକ ଶୋଇଥିବା ବେଳେ ଗୋଇଠା ମାରି ନିଲମ୍ବିତ ହୋଇଛନ୍ତି ଜଣେ ଆରପିଏଫ ଅଧିକାରୀ । ଭିଡିଓ ଭାଇରଲ ହେବା ପରେ ଆରପିଏଫ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବେଲଠରା ରେଲୱେ ଷ୍ଟେସନରେ ଜଣେ ନାବାଳକ ଶୋଇଥିବା ବେଳେ ଜଣେ ଆରପିଏଫ ଅଧିକାରୀ ଆସି ଗୋଇଠା ମାରି ତାକୁ ଉଠାଇଥିଲେ । ଏହି ଭିଡିଓ ଭାଇରଲ ହେବା ପରେ ଆରପିଏଫ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ନିଲମ୍ବନ ହୋଇଛନ୍ତି । ଆରପିଏଫ ଅଧିକାରୀ ଜଣକ ହେଉଛି ବଲିନ୍ଦର ସିଂ । ସେ ବାରାଣାସୀ ଡିଭିଜନରେ ଆରପିଏଫ ଭାବେ କାର୍ଯ୍ୟ କରୁଥିଲେ ।
बलिया में RPF के जवान द्वारा बच्चे को मारने का वीडियो,बच्चे को बेरहमी से मारने का वीडियो वायरल,रेलवे स्टेशन प्लेटफार्म पर सो रहा था बच्चा,बच्चे के शरीर पर पैर रखकर धकेला गया,बेल्थरा रेलवे स्टेशन का बताया जा रहा वीडियो. @RPF_INDIA @AshwiniVaishnaw pic.twitter.com/2KzQs99Bsl
— Vineet Gupta (@aapka_vineet) July 16, 2023
ଭିଡିଓ ଭାଇରଲ ହେବା ପରେ ଅନେକ ନିନ୍ଦା କରିଥିଲେ । ଆଉ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁଜର୍ସ ଦାବି କରିଥିଲେ । ଏହି ଘଟଣାରେ ତୁରନ୍ତ ରେଲୱେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।