ମାତ୍ର ୪,୯୯୯ ଟଙ୍କାରେ ପାଇବେ ଏହି ସ୍ମାର୍ଟଫୋନ, ଡୁଆଲ କ୍ୟାମେରା ସହିତ ମିଳିବ ଓକ୍ଟାକୋର ପ୍ରୋସେସର

ଯଦି ଆପଣ ମଧ୍ୟ କୌଣସି ଶସ୍ତା ସ୍ମାର୍ଟଫୋନ ଖୋଜରେ ଅଛନ୍ତି ଯେଉଁଥିରେ ତାହାର ଦାମ କମ୍ ହୋଇଥିବ ଏବଂ ସେହି ଦାମରେ ଆପଣ ନୂଆ ମଡେଲର ସବୁ ଫିଚର୍ସ ପାଇପାରିବେ। ତେବେ ଆମେ ଯଦି ଆପଣଙ୍କୁ କହିବୁ ଆପଣ ଖୋଜୁଥିବା ଏହି ସ୍ମାର୍ଟଫୋନ ବଜାରକୁ ଆସିସାରିଛି କଣ ଆପଣ ବିଶ୍ବାସ କରିବେ ? ଆଜ୍ଞା ହଁ ଆପଣଙ୍କର ଏହି ଶସ୍ତା ସୁନ୍ଦର ମଜବୁତ ବିଶିଷ୍ଟ ସ୍ମାର୍ଟଫୋନ ଏବେ ମାର୍କେଟକୁ ଆସିସାରିଛି ଏବଂ ଫୋନକୁ Itel ଲଞ୍ଚ କରିଛି। ଏହି ଫୋନରେ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ ସେନସର, ଫେସ ଅନଳକ୍ ବ୍ୟତୀତ ଡୁଆଲ ରିୟର କ୍ୟାମେରା ମିଳିବ। ଆସନ୍ତୁ ଜାଣିବା ଏହା ବିଷୟରେ।

smartphonesItel A46 ସ୍ପେସିଫିକେସନ

ଏହି ଫୋନରେ ଆପଣ ଡୁଆଲ ସିମ୍ ସପୋର୍ଟ ସହିତ ୫.୪୫ ଇଞ୍ଚର HD+ ଡିସପ୍ଲେ ପାଇବେ ଯାହାର ରିଜୋଲ୍ୟୁସନ ପିକ୍ସେଲ ଅଟେ। ୭୨୦x୧୪୪୦ର ପ୍ରୋସେସର ବିଷୟରେ କହିବାକୁ ଗଲେ ଏଥିରେ ମିଡିୟାଟେକର ଅକ୍ଟୋକୋର ପ୍ରୋସେସର ମିଳିବ। ଅବଶ୍ୟ କମ୍ପାନୀ ପ୍ରୋସେସରର ଭର୍ସନର ସୂଚନା ଦେଇନାହିଁ। ଏହି ଫୋନରେ ୨ ଜିବି ରାମ ଏବଂ ୧୬ ଜିବି ଷ୍ଟୋରେଜ ପାଇବେ। ଯାହାକୁ ଆପଣ ମେମୋରୀ କାର୍ଡ ସାହାଯ୍ୟରେ ୧୨୮ ପର୍ଯ୍ୟନ୍ତ ବଢ଼ାଇପାରିବେ।

ଏହା ସହ ପଢ଼ନ୍ତୁ : JIO ଦେଇଛି ବଡ ଉପହାର, ଗ୍ରାହକଙ୍କୁ ମାଗଣାରେ ଏକ ବର୍ଷ ପାଇଁ ମିଳିବ ପ୍ରାଇମ ମେମ୍ବରସିପ୍

Itel A46ର କ୍ୟାମେରା

ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ ଏହି ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୮ ମେଗାପିକ୍ସେଲ ଏବଂ ଅନ୍ୟଟି ହେଉଛି ଭିଜିଏ କ୍ୟାମେରା। କ୍ୟାମେରା ସହିତ ଆର୍ଟିଫିସିୟଲ ଇଣ୍ଟେଲିଜେନ୍ସର ସପୋର୍ଟ ମିଳିବ। ଫୋନରେ ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସେଲର ଅଟେ। ଦୁଇଟି କ୍ୟାମେରା ସହିତ ଆପଣଙ୍କୁ ଫ୍ଲାସ ଲାଇଟ ମିଳିବ। ଫୋନରେ ଫେସ ଅନଲକ୍ ମଧ୍ୟ ଦିଆଯାଇଛି।

itel A46Itel A46ର ବ୍ୟାଟେରୀ ଏବଂ କନେକ୍ଟିଭିଟୀ

ଏହି ଫୋନରେ ୨୪୦୦ମାହ କ୍ୟାମେରା ମିଳିବ। ଏହାଛଡା ଏଥିରେ ଡୁଆଲ ୪ଜି ଭିଓଏଲଟିଇ, ଆଣ୍ଡ୍ରଏଡ୍ ପାଇ, ୱାଇ-ଫାଇ, ବ୍ଲୁଟୁଥ୍ ଏବଂ ଏମଏମ ର ହେଡଫୋନ ମଧ୍ୟ ମିଳିବ। ଫୋନ ସହିତ ବକ୍ସରେ ଆପଣଙ୍କୁ ଏକ କଭର ମଧ୍ୟ ମିଳିବ।

Itel A46ର ଦାମ ଏବଂ ଅଫର୍ସ

ଦାମ ୪,୯୯୯ ଟଙ୍କା ଅଟେ ଏବଂ ଏହି ଫୋନ ଡାର୍କ ୱାଟର, ଗ୍ରେଡିୟଣ୍ଟ ଡାଇମଣ୍ଡ ଗ୍ରେ, ଫିୟରୀ ରେଡ ଏବଂ ନିଓନ ୱାଟର କଲର ଭେରିୟଣ୍ଟରେ ମିଳିବ। ଲଞ୍ଚିଂ ଅଫର୍ସ ବିଷୟରେ କହିବାକୁ ଯିବା ତ ଏହି ଫୋନ ସହିତ ଜିଓ ଠାରୁ ୫୦ ଜିବି ଡାଟା ଏବଂ ୧,୨୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ। ଏହାସହିତ କମ୍ପାନୀ ୧୦୦ ଦିନର ସ୍କ୍ରିନ ରିପ୍ଲେସମେଣ୍ଟର ଗ୍ୟାରେଣ୍ଟୀ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.