ବିଶ୍ୱକପ୍‌ ୨୦୧୯ : ଛୋଟ ବାଉଣ୍ଡାରୀ ଲାଇନ୍‌, ଅନେକ ରେକର୍ଡ଼ ଭାଙ୍ଗିବା ସମ୍ଭାବନା

ସାରା ବିଶ୍ୱରେ ଏବେ ଓ୍ଵାର୍ଲଡ କପ ଫିଭର୍‌। କ୍ରିକେଟ ପ୍ରେମୀ ଇଂଲଣ୍ଡ ମୁହାଁ ହେଲେଣି। ଏଥର କିଛି ହେଭିେଓ୍ଵଟ ଖେଳାଳିଙ୍କ ଏହା ଶେଷ ଓ୍ଵାର୍ଲଡ କପ୍‌ ହେବ । ସେହିପରି ରେକର୍ଡ ଲକ୍ଷ୍ୟରେ ଅଛନ୍ତି ୟଙ୍ଗ ଷ୍ଟାର୍‌। ବହୁ ନୂଆ ରେକର୍ଡ ବି ହେବାର ସମ୍ଭାବନା ରହିଛି। ନଜର ପକାଇବା ବିଶ୍ୱକପର ଚଳିତ ସଂସ୍କରଣରେ କେଉଁ ରେକର୍ଡ ଭାଙ୍ଗିବ।

ସର୍ବାଧିକ ଦଳୀୟ ସ୍କୋର (ଅଷ୍ଟ୍ରେଲିଆ-୪୧୭)

୨୦୧୫ ବିଶ୍ୱକପରେ ଅଷ୍ଟ୍ରେଲିଆ କରିଥିଲା ସର୍ବାଧିକ ୪୧୭ ରନ୍‌। ଆଫଗାନିସ୍ତାନ ବିପକ୍ଷରେ ଏହି ରନ୍‌ ପାହାଡ଼ ଠିଆ କରିଥିଲା କଙ୍ଗାରୁ ଦଳ। ଏଥର ଏହି ରେକର୍ଡ ଭାଙ୍ଗିବ କିଏ? ଇଂଲଣ୍ଡର ଛୋଟ ବାଉଣ୍ଡ୍ରି ଲାଇନ୍‌ ସାଙ୍ଗକୁ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଜଲଓ୍ଵାରେ ପୁରୁଣା ରେକର୍ଡ ଉଡ଼ିଯିବା ସମ୍ଭାବନା ଅଧିକ। ଦିନିକିଆରେ ସର୍ବାଧିକ ରନ୍‌ର ରେକର୍ଡ ରହିଛି ଇଂଲଣ୍ଡ ନାଁରେ। ୨୦୧୬ରେ ପାକିସ୍ତାନ ବିପକ୍ଷରେ ୪୪୪ ରନ୍‌ ଓ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ୪୮୧ ରନ୍‌ ସ୍କୋର କରିଥିଲ ଇଂଲଣ୍ଡ। ତେଣୁ ଏକଥା ସ୍ପଷ୍ଟ ହେଉଛି ଯେ, ଆଜିର ଜମାନାରେ ୪ ଶହ ରନ୍‌ କିଛି ନୁହେଁ। ତେଣୁ ଅପେକ୍ଷା, ଏଥର ଗତବର୍ଷର ରେକର୍ଡ କିଏ ଭାଙ୍ଗିବ?

AUSTRALIA TEAM-2015

ସର୍ବାଧିକ ଶତକ-୦୪ (କୁମାର ସାଙ୍ଗାକାରା)

ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା। ୨୦୧୫ ବିଶ୍ୱକପରେ ଜବରଦସ୍ତ ଇନିଂସ ଖେଳିଥିଲେ। ୭ଟି ମ୍ୟାଚରୁ ହାସଲ କରିଥିଲେ ମୋଟ୍‌ ୫୪୧ ରନ୍‌। ୧୦୮.୨୦ ଆଭରେଜ୍‌ରେ ୪ଟି ଶତକର ଅଧିକାରୀ ହୋଇଥିଲେ ସାଙ୍ଗାକାରା। ବର୍ତ୍ତମାନର କ୍ରିକେଟରଙ୍କ ଫର୍ମ ଓ ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ସାଙ୍ଗାକାରାଙ୍କ ରେକର୍ଡ ମାଟିରେ ମିଶି ଯାଇପାରେ।

KUMAR SANGAKARA

ସର୍ବାଧିକ ବ୍ୟକ୍ତିଗତ ସ୍କୋର- ଅପରାଜିତ ୨୩୯ (ମାର୍ଟିନ୍‌ ଗପଟିଲ୍‌)

MARTIN GUPTIL

ଦିନିକିଆ କ୍ରିକେଟରେ ଦ୍ୱିଶତକ। କିଛି ନୂଆ କଥା ନୁହେଁ। କିନ୍ତୁ ୨୦୧୫ ବିଶ୍ୱକପ ଦେଖିଥିଲା ଦୁଇ ଦୁଇଟି ଡବଲ୍‌ ସେଞ୍ଚୁରୀ। ପ୍ରଥମ ଶତକ ମାରିଥିଲେ େଓ୍ଵଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଜିମ୍ବାେଓ୍ଵ ବିପକ୍ଷରେ ପିଟିଥିଲେ ୨୧୫ ରନ୍‌। ଏହାର କିଛି ଦିନ ଭିତରେ ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ୍‌ ହାସଲ କରିଥିଲେ ଦ୍ୱିଶତକ। କ୍ୱାର୍ଟର ଫାଇନାଲରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଅପରାଜିତ ୨୩୭ ରନ୍‌। ଯାହା ବିଶ୍ୱକପ୍‌ରେ ଏଯାଏଁ ସର୍ବାଧିକ। କିନ୍ତୁ ଇଂଲଣ୍ଡର ଫ୍ଲାଟ୍‌ ଓ ବ୍ୟାଟିଂ ଫ୍ରେଣ୍ଡଲି ପିଚରେ ଏହି ରେକର୍ଡକୁ ପାର କରିବା ଜମାରୁ କଷ୍ଟସାଧ୍ୟ ନୁହେଁ।

ଅଜିତ କୁମାର ଦେହୁରୀ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.