ଅନେକ ଲୋକଙ୍କ ଦରମା ଠାରୁ ମଧ୍ୟ ଅଧିକ ଅଟେ ଦୀପିକା ପାଦୁକୋନଙ୍କ ପାସପୋର୍ଟ କଭର

କଙ୍ଗନା ରାଣାୱତ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଫ୍ରାନ୍ସରେ ଚାଲୁଥିବା କାନ ଫିଲ୍ମ ସମାରୋହରେ ବେଶ ଚର୍ଚ୍ଚାରେ ଦୀପିକା ପାଦୁକୋନ। ଦୀପିକା ପାଦୁକୋନଙ୍କର କାନ ଲୁକ୍ ଏବେ ଠାରୁ ଚର୍ଚ୍ଚାରେ ରହିଲାଣି। ବ୍ଲାକ ଏଣ୍ଡ ହ୍ବାଇଟ୍ ଲୁକର ଏହି ଡ୍ରେସରେ ଦୀପିକା ପାଦୁକୋନ ବହୁତ ସୁନ୍ଦର ଦେଖାଯାଉଥିବାର ନଜର ଆସୁଛନ୍ତି। ଦୀପିକାଙ୍କ ପୋନି ଟେଲ ଏବଂ ତାଙ୍କ କାଜଲ ଓ ଲିପଷ୍ଟିକର ଳୁକ ପାଇଁ ମଧ୍ୟ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଦୀପିକାଙ୍କର ଲୁକ୍ ଠାରୁ ମଧ୍ୟ ଅଧିକ ଚର୍ଚ୍ଚାରେ ତାଙ୍କର ଅନ୍ୟ ଏକ ଜିନିଷ।

ଏହି ରେଡ୍ କାର୍ପେଟ ଲୁକ୍ ପୂର୍ବରୁ ଦୀପିକା ନିଜର ଟ୍ରାଭେଲ ଡିଟେଲର ପୋଷ୍ଟ ଦେଇ ନିଜର ପାସପୋର୍ଟ କଭର ର ଛବି ସୋସିଆଲ ମିଡିଆରେ ସେୟାର କରିଥିଲେ।

ଲୋକଙ୍କୁ ଏହି ପାସପୋର୍ଟ କଭର ର ଫଟୋକୁ ଅଧିକ ଆକର୍ଷିତ ହେଉଛନ୍ତି କାରଣ ସେହି ଫଟୋରେ ଦେଖାଯାଉଥିବ କଭର କୌଣସି ମାମୁଲି କଭର ନୁହେଁ। ଦୀପିକା କମ୍ପାନୀର ଡିଜାଇନର ପାସପୋର୍ଟ କଭର ବ୍ୟବହାର କରୁଛନ୍ତି। ଯାହାର ମୂଲ୍ୟ ପାଖାପାଖି ୬୭୫ ଆମେରିକା ଡଲାର ଅଟେ।

ଭାରତରେ ଏହି ପାସପୋର୍ଟ କଭରର ମୂଲ୍ୟ ପ୍ରାୟ ୪୮ ହଜାର ଟଙ୍କା ହୋଇପାରେ। ଏହା ଦୀପିକାଙ୍କ ପାଇଁ କୌଣସି ବଡ ରାଶି ହୋଇନଥିଲେ ମଧ୍ୟ ଭାରତରେ ଅନେକ ଲୋକଙ୍କର ଦରମା ଏହି ରାଶିର ପାଖାପାଖି ଅଟେ।

ଏହି ପାସପୋର୍ଟ କଭର ବ୍ୟତୀତ ଦୀପିକାଙ୍କର ଗାଉନ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଦୀପିକା ପାଦୁକୋନ ମେଟ ଗାଲା ଇଭେଣ୍ଟରେ ‘ବାର୍ବି ଲୁକ’ରେ ନଜର ଆସିଥିଲେ ଏବଂ ଏବେ ସେ ଏହି ନୂଆ ଲୁକରେ ଦେଖାଯାଉଛନ୍ତି। ଏହି ରେଡ କାର୍ପେଟ ଲୁକ ପରେ ଦୀପିକା ଏବଂ ପ୍ରିୟଙ୍କାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏବେ ଦୁଇ ଅଭିନେତ୍ରୀଙ୍କ ଲୁକକୁ ନେଇ ଏକ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.