ଖୁବଶୀଘ୍ର ଲଞ୍ଚ ହେବ motorolaର ଏହି ଦମଦାର ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଏହି ସିରିଜ ରେ କମ୍ପାନୀ ସବୁଠାରୁ ପତଳା ଫୋଲ୍‌ଡେବଲ ଫୋନ ଲଞ୍ଚ କରିବ, ଯାହାର ଇନ ହ୍ୟାଣ୍ଡ ଫିଲ ଜବରଦସ୍ତ ରହିବ । Motorola Razr 40 ଏବଂ 40 ଅଲ୍‌ଟ୍ରାରେ କମ୍ପାନୀ 6.9 ଇଞ୍ଚର pOLED ଡିସପ୍ଲେ ଦେବ, ଯାହା 144hz ଏବଂ 165hzର ରିଫ୍ରେସ୍‌ ରେଟକୁ ସପୋର୍ଟ କରିବ । ବେସ୍‌ ମଡେଲରେ କମ୍ପାନୀ 1.47 ଇଞ୍ଚର OLED କଭର ଡିସପ୍ଲେ ଏବଂ ଟପ ମଡେଲରେ 3.6 ଇଞ୍ଚର କଭର ଡିସପ୍ଲେ ଦେବ ।

ଖୁବଶୀଘ୍ର Motorola Razr 40 Series ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଲଞ୍ଚ ହେବାକୁ ଥିବା ଏହି ସ୍ମାର୍ଟଫୋନକୁ ନେଇ ମୋବାଇଲ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ଦେଖାଯାଇଛି । ଭାରତରେ ଜୁଲାଇ ୩ରେ Motorola Razr 40 Series ଲଞ୍ଚ ହୋଇପାରେ । ଫେମସ ଟିପଷ୍ଟର ମୁକୁଲ ଶର୍ମା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ସ୍ମାର୍ଟ ଫୋନ ଲଞ୍ଚ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ସିରିଜରେ କମ୍ପାନୀ ୨ଟି ସ୍ମାର୍ଟଫୋନ ଲଞ୍ଚ କରିବ, ଯେଉଁଥିରେ Motorola Razr 40 ଏବଂ 40 ଅଲ୍‌ଟ୍ରା ସାମିଲ ହୋଇଛି । ଏହି ସିରିଜରେ ଦୁଇଟି ଖାସ ଜିନିଷ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନରେ କଣ ସବୁ ଫିଚର୍ସ ରହିଛି ।

Motorola Razr 40 Series ରେ ଆପଣ ଏକ ଫୋଲ୍‌ଡେବଲ୍‌ ଫୋନ ପାଇବେ, ଯେଉଁଥିରେ ବଡ଼ କଭର ଡିସପ୍ଲେ ରହିଛି । କମ୍ପାନୀ କହିବା ଅନୁସାରେ ଆପଣ ଏହି ଫୋନରେ 3.6 ଇଞ୍ଚର pOLED ଡିସପ୍ଲେ ପାଇବେ । ତେବେ ଆପଣ ଏହି ଫୋନ ନ ଖୋଲି ବାହାର ସ୍କ୍ରିନରେ ହିଁ ଅନେକ କାମ କରିପାରିବେ ।

ଏହି ସିରିଜରେ କମ୍ପାନୀ ସବୁଠାରୁ ପତଳା ଫୋଲ୍‌ଡେବଲ ଫୋନ ଲଞ୍ଚ କରିବ, ଯାହାର ଇନ ହ୍ୟାଣ୍ଡ ଫିଲ ଜବରଦସ୍ତ ରହିବ । ତେବେ ଏହି ସିରିଜ ୩ ଜୁଲାଇ ଦିନ ୧୨ ଟା ସମୟରେ ଲଞ୍ଚ ହେବ ବୋଲି କୁହାଯାଉଛି ।

Motorola Razr 40 ଏବଂ 40 ଅଲ୍‌ଟ୍ରାରେ କମ୍ପାନୀ 6.9 ଇଞ୍ଚର pOLED ଡିସପ୍ଲେ ଦେବ, ଯାହା 144hz ଏବଂ 165hzର ରିଫ୍ରେସ୍‌ ରେଟକୁ ସପୋର୍ଟ କରିବ । ବେସ୍‌ ମଡେଲରେ କମ୍ପାନୀ 1.47 ଇଞ୍ଚର OLED କଭର ଡିସପ୍ଲେ ଏବଂ ଟପ ମଡେଲରେ 3.6 ଇଞ୍ଚର କଭର ଡିସପ୍ଲେ ଦେବ । ଏହି ସ୍ମାର୍ଟଫୋନର ପ୍ରୋସେସରରେ ଟପ୍‌ ମଡେଲର Snapdragon 8+ Gen 1 ଚିପସେଟ୍‌ ଏବଂ ବେସ୍‌ରେ Qualcomm Snapdragon 7 Gen 1 SoC ର ସପୋର୍ଟ ମିଳିପାରିବ । Motorola Razr 40 କୁ ଆପଣ ୩ଟି କଲରରେ କିଣି ପାରିବେ । ଯେଉଁଥିରେ ସେଜ୍‌ ଗ୍ରୀନ, ସମର ଲିଲାକ୍‌ ଏବଂ ଭାନିଲା କ୍ରିମ ରହିଛି । 40 ଅଲ୍‌ଟ୍ରାକୁ ମ୍ୟାଜେଣ୍ଟା ଏବଂ ବ୍ଲାକ କଲରରେ କିଣି ପାରିବେ ।

ଏହି ଫୋନ କିଣିବା ପାଇଁ ଗ୍ରାହକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଦେଖାଯାଉ କମ୍ପାନୀ ଲଞ୍ଚ କରୁଥିବା ଏହି ଫୋନ କେତେ ମାତ୍ରାରେ ବିକ୍ରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.