ଡଷ୍ଟବିନରେ ପକାଯାଇଥିବା ଏ ଜିନିଷ ବଢ଼ାଇପାରେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ୍‌, ଜାଣନ୍ତୁ କିପରି

ଆଜିକାଲି ଇଣ୍ଟରନେଟ ବିନା ସବୁକିଛି ଅଧୁରା ଲାଗିଥାଏ । ଆମର ସବୁ କାମ ସ୍ମାର୍ଟଫୋନ ବା ଲାପଟପ ଦ୍ୱାରା ହୋଇଥାଏ । ଏହା ବିନା ଇଣ୍ଟରନେଟରେ ଚାଲିବା ଅସମ୍ଭବ । କେହି କେହି ଇଣ୍ଟରନେଟ ସ୍ପିଡ ବଢ଼ାଇବା ପାଇଁ ଓ୍ଵାଇଫାଇ ବ୍ୟବହାର କରିଥାନ୍ତି । କେବେ କେବେ ଓ୍ଵାଇଫାଇ ବି ସ୍ଲୋ ସ୍ପିଡ ଦେଇଥାଏ । ଯଦି ଆପଣଙ୍କ ଘରେ ଓ୍ଵାଇଫାଇ ସ୍ଲୋ ସ୍ପିଡ ହେବାଯୋଗୁ ଅସୁବିଧା ହେଉଥାଏ, ତେବେ ଆମେ ଆପଣଙ୍କୁ ଏକ କମାଲ ଟ୍ରିକ ଦେଉଛୁ ଯାହାର ସହାୟତାରେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ ବଢ଼ାଇ ପାରିବେ । ଆସନ୍ତୁ ଜାଣିବା ଏହି ଟ୍ରିକ ସମ୍ପର୍କରେ ।

ଓ୍ଵାଇଫାଇ ବଢ଼ାଇବାର ଟ୍ରିକ୍‌

ସୋସିଆଲ ମିଡ଼ିଆରେ ବହୁତ ଭିଡିଓ ତିଆରି ହୁଏ ଓ ଏହାକୁ ସେୟାର ମଧ୍ୟ କରାଯାଏ । କିଛି ଦିନ ପୂର୍ବରୁ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏକ କୋଲ୍ଡ ଡ୍ରିଙ୍କସର ଖାଲି କେନ୍‌ ଦ୍ୱାରା ଆପଣ ଘରେ ବା ଅଫିସରେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ ବଢ଼ାଇ ପାରିବେ ।

ଏମିତି କାମ କରିଥାଏ ଏହି ଟ୍ରିକ୍‌

ଦିଆଯାଇଥିବା ଭିଡିଓର ଟ୍ରିକ ଅନୁସାରେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ ବଢ଼ାଇବା ପାଇଁ ଏକ କୋଲ୍ଡ ଡ୍ରିଙ୍କସର ଖାଲି କେନ ନିଅନ୍ତୁ । ଏବେ ଏହି ଖାଲି କେନକୁ ମଝିରୁ କାଟି ଦିଅନ୍ତୁ । ଏବେ ଏହି କେନ୍‌କୁ ଓ୍ଵାଇଫାଇ ରାଉଟର ଆଣ୍ଟିନାରେ ଫିଟ କରି ଦିଅନ୍ତୁ । ଏବେ ଆପଣଙ୍କ ଓ୍ଵାଇଫାଇ ସ୍ପିଡ ଦେଖନ୍ତୁ । ଦେଖିବେ ନିଶ୍ଚିତ ସ୍ପିଡ ବଢ଼ିଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.