Below header

Twitterରେ ଆସିଲା ନୂଆ ଫିଚର, ଏଣିକି 4K ଫଟୋକୁ କରିପାରିବେ ସେୟାର

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ଵିଟର ଲମ୍ବା ସମୟ ପରେ ନିଜ ୟୁଜର୍ସଙ୍କୁ ୪କେ ଫଟୋ ଟ୍ଵିଟ କରିବା ଏବଂ ଦେଖିବା ପାଇଁ ସୁବିଧା ଦେଇଛି। Twitter ଏହାର ସୂଚନା ଟ୍ଵିଟ କରି ଦେଇଛି। 4K ଫଟୋର ସପୋର୍ଟ ଏବେ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ପାଇଁ ଜାରି କରିଦିଆଯାଇଛି।

ଟ୍ଵିଟର ୱେବ ଭର୍ସନରେ ପୂର୍ବରୁ ହିଁ ହାଇ ରିଜୋଲ୍ୟୁସନ ଅର୍ଥାତ 4096×4096 ପିକ୍ସେଲ ରିଜୋଲ୍ୟୁସନ ଥିବା ଫଟୋକୁ ସେୟାର କରିବାର ସପୋର୍ଟ ଦେଇଛି। କିନ୍ତୁ ମୋବାଇଲ ପାଇଁ ଏହି ରିଜୋଲ୍ୟୁସନ 2048×2048 ପିକ୍ସେଲ ରହିଛି। ଟ୍ଵିଟର ବହୁତ ଦିନ ଧରି ଏହାର ଟେଷ୍ଟିଙ୍ଗ ମୋବାଇଲ ଆପରେ 4K ଫଟୋ ଅପଲୋଡ ଜରିଆରେ କରୁଥିଲା ଏବଂ ଏବେ ଏହାକୁ ସମସ୍ତଙ୍କ ପାଇଁ ଜାରି କରିବାକୁ ଯାଉଛି।

4K ଫଟୋ ସର୍ପୋର୍ଟ ଏନାବଲ କରିବା ପାଇଁ ଆପଣଙ୍କୁ ଆପର ସେଟିଙ୍ଗକୁ ଯିବାକୁ ହେବ ଏବଂ ତାପରେ ର ବିକଳ୍ପକୁ ବାଛିବାକୁ ହେବ। ଏହାପରେ ଆପଣଙ୍କୁ ର ବିକଳ୍ପ ମିଳିବ, ଯାହାକୁ ଅନ୍‌ କରିବା ପରେ ଆପଣ ଟ୍ଵିଟରର ମୋବାଇଲ ଆପରେ ୪କେ ଫଟୋ ଅପଲୋଡ କରିପାରିବେ ଏବଂ ଦେଖି ପାରିବେ। ଏଥିରେ ଓ୍ଵାଇ-ଫାଇ ଏବଂ ମୋବାଇଲ ନେଟଓ୍ଵାର୍କର ମଧ୍ୟ ଅପସନ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.