50 MP ବ୍ୟାକ୍‌ କ୍ୟାମେରା ସହ ଭାରତରେ ଲଞ୍ଚ ହେଲା Vivo Y75 5G ମୋବାଇଲ, ଜାଣନ୍ତୁ ଦାମ ଓ ଫିଚର୍ସ

ନୂଆଦିଲ୍ଲୀ : ଭିଭୋର ନୂଆ ସ୍ମାର୍ଟ ଫୋନ୍‌ Vivo Y75 5G ଭାରତରେ ଲଞ୍ଚ ହୋଇଛି । ଏହି ଫୋନ ୮ ଜିବି ର‍୍ୟାମ୍‌ ସହ ୧୨୮ ଜିବି ଷ୍ଟୋରେଜରେ ଆସୁଛି । ଫୋନରେ ୪ ଜିବି ଭର୍ଚୁଆଲ ର‍୍ୟାମ ସପୋର୍ଟ ମଧ୍ୟ ଦିଆଯାଇଛି । ଫୋନର ମୂଲ୍ୟ ରହିଛି ୨୧,୯୯୦ ଟଙ୍କା । ଫୋନ୍‌ ଦୁଇଟି କଲର ଯଥା ଷ୍ଟାର ଲାଇଟ ବ୍ଲାକ ଓ ଗ୍ରୋଇଂ ଗାଲାକ୍ସିର ଆସୁଛି । ଫୋନରେ ମିଡିଆଟେକ ଡାଇମେନ୍ସିଟି ୭୦୦ ଚିପସେଟ ସପୋର୍ଟ ଦିଆଯାଇଛି । ଏହି ଫୋନ୍‌ ଭିଭୋ ଇଣ୍ଡିଆ ଇ-ଷ୍ଟୋର ସମେତ ରିଟେଲ ପାର୍ଟନର ଷ୍ଟୋରରେ ୨୭ ଜାନୁଆରୀ ଅର୍ଥାତ ଆଜି ଠାରୁ ମଧ୍ୟ ମିଳିପାରେ ।

Vivo Y75 5G ସ୍ପେସିଫିକେସନ

Vivo Y75 5G ସ୍ମାର୍ଟଫୋନ୍‌ ରେ ୬.୫୮ ଇଞ୍ଚର ଫୁଲ ଏଚ୍‌ଡି ଡିସପ୍ଲେ ଦିଆଯାଇଛି । ଫୋନ 7nm ବେସଡ 5G ଚିପସେଟ ସପୋର୍ଟରେ ଆସୁଛି । ଫୋନରେ ଅକ୍ଟା କୋର-୧ Dimensity 700 ଚିପସେଟ ଦିଆଯାଇଛି । ଫୋନରେ 5000mAh ର ବଡ଼ି ବ୍ୟାଟେରୀ ମଧ୍ୟ ଦିଆଯାଇଛି ।

କ୍ୟାମେରା

Vivo Y21A ସ୍ମାର୍ଟଫୋନରେ ଟ୍ରିପିଲ ରିୟର (ବ୍ୟାକ୍‌) କ୍ୟାମେରା ସହ ଆସିଥାଏ । ଏହାର ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସେଲ ଦିଆଯାଇଛି । ଏହାଛଡ଼ା 2MP ସୁପର ମେକ୍ରୋ କ୍ୟାମେରା ଦିଆଯାଇଛି । ଏଥିସହିତ 2 ମେଗାପିକ୍ସେଲ ଆଇଫୋକସ କ୍ୟାମେରା ଦିଆଯାଇଛି । ଫୋନର ଫ୍ରଣ୍ଟରେ ଏକ୍ସଟ୍ରିମ ସୁପର ନାଇଟ ସେଲ୍ଫି କ୍ୟାମେରା ଦିଆଯାଇଛି । ଏଥିସହିତ ଫ୍ରଣ୍ଟରେ 8MP ସେଲ୍ଫି କ୍ୟାମେରା ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.