ଫ୍ଲିପକାର୍ଟରେ ଆରମ୍ଭ ହେଲା Vivo 5G ସ୍ମାର୍ଟଫୋନ ସେଲ, ୨୮ ହଜାର ଫୋନକୁ କିଣନ୍ତୁ ମାତ୍ର ୭ ହଜାର ଟଙ୍କାରେ

‍ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବମ୍ପର ଡିସକାଉଣ୍ଟ ସେଲ। ଯେଉଁଥିରେ ଭିଭୋ ସ୍ମାର୍ଟଫୋନକୁ କିଣିପାରିବେ ଏକଦମ ଶସ୍ତାରେ। VivoV25 5G ର ସେଲ ଆରମ୍ଭ ହୋଇସାରିଛି। ଏହି ଫୋନକୁ ଆପଣ ୨୮ ହଜାର ଟଙ୍କା ବଦଳରେ ୭ହଜାରରୁ କମ ଦାମରେ କିଣି ଘରକୁ ଆଣିପାରିବେ। ଏବେ ଜାଣନ୍ତୁ କିପରି ଏହାର ଫାଇଦା ଉଠାଇବେ।

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ ନିକଟରେ ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି। VivoV25 5G ରେ ଫିଚର୍ସ ମଧ୍ୟ ରହିଛି ଜବରଦସ୍ତ। ଏହି ସ୍ମାର୍ଟଫୋନର ସେଲ ୨୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଯାହାକୁ ଆପଣ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ କିଣିପାରିବେ। ସବୁଠୁ ବଡ଼ କଥା ହେଉଛିଏହି ଫୋନକୁ ଆପଣ ଖୁବ ଶସ୍ତାରେ କିଣିପାରିବେ। ସେ ବି ବଢ଼ିଆ ଡିସକାଉଣ୍ଟରେ.. ଏହାକୁ କିନ୍‌ ସ୍ପେଶିଫିକେସନ ସହିତ ଲଞ୍ଚ କରାଯାଇଛି।

VivoV25 5G ର ସେଲ ଆଜିଠୁ ଆରମ୍ଭ ହୋଇଛି। ଫ୍ଲିପକାର୍ଟରେ ଏହି ଫୋନ ର ଦାମ ରହିଛି ୨୭,୯୯୯ ଟଙ୍କା। ଏହି ଫୋନକୁ କିଣିବା ସମୟରେ ଯଦି ଆପଣ ଏଚଡିଏଫସି ବ୍ୟାଙ୍କ, ଆଇସିଆଇ ବ୍ୟାଙ୍କ କିମ୍ବା ଏସବିଆଇ ର କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୨୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏମିତିରେ ଫୋନର ଦାମ ହୋଇଯିବ ୨୫,୪୯୯ ଟଙ୍କା।
ଏହି ଫୋନକୁ ୭ ହଜାର ଟଙ୍କାରେ ଘରକୁ ନେବାକୁ ଚାହୁଁଥିଲେ ଆପଣଙ୍କୁ ବ୍ୟାଙ୍କ ଅଫର ସହିତ ଏକ୍ସଚେଞ୍ଜ ଅଫରର ଫାଇଦା ମିଳିବ। ନିଜ ପୁରୁଣା ଫୋନକୁ ବଦଳାଇବାକୁ ଚାହୁଁଥିଲେ ଏମିତିରେ ୧୯ ହଜାର ଟଙ୍କାର ବଚତ କରିପାରିବେ। ଯଦି ଆପଣଙ୍କୁ ଏହି ଫୋନ ଅଫର ପୁରା ଫାଇଦା ମିଳିଯାଏ ତେବେ ଆପଣ ଏହାକୁ ମାତ୍ର ୬,୪୯୯ ଟଙ୍କାରେ କିଣିପାରିବେ ।

ଭିଭୋର ଏହି ନୂଆ ୫ଜି ସ୍ମାର୍ଟଫୋନ ରେ ଆପଣଙ୍କୁ ୮ଜିବି ରାମ୍‌ ଓ ୧୨୮ ଜିବି ର ଇଣ୍ଟରନାଲ ଷ୍ଟୋରେଜ ମିଳିବ। ପ୍ରୋସେସର କଥା କହିଲେ ଏହି ଫୋନରେ ମିଡ଼ିଆଟେକ ଡାଇମେନସିଟି ୯୦୦ ଚିପସଟ ରେ କାମ କରିବ। ୬.୪୪ ଇଞ୍ଚର ଫୁଲ ଏଚଡି + ଆମୋଲେଡ ଡିସପ୍ଲେ ର ଏହି ଫୋନରେ ଆପଣଙ୍କୁ 4500 mAh ବ୍ୟାଟେରୀ ଓ ଏହାସହିତ କ୍ୱିକ ଚାର୍ଜିଂ ସପୋର୍ଟ ମିଳିବ। ଭିଭୋର ଏହି ମଡେଲରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଦିଆଯିବ। ଯେଉଁଥିରେ ୬୪ଏମପି ର ପ୍ରାଇମେରୀ ସେଂସର , ୮ଏମପିର ଦ୍ୱିତୀୟ ଓ ୨ ଏମପିର ତୃତୀୟ ସେଂସର ମିଳିବ। ଏହି ଫୋନରେ ୫୦ ଏମପିର ଶାନଦାର ଫ୍ରଣ୍ଟ କ୍ୟାମେରା ରୁ ଲେସ୍‌ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.