ଆଜି ଭାରତରେ ଲଞ୍ଚ ହେବାକୁ ଯାଉଛି Vivo X50 ସିରିଜ , ଜାଣନ୍ତୁ କଣ ରହିଛି ଏହାର ସ୍ପେଶାଲ ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ (Vivo ) ନିଜ ଲାଟେଷ୍ଟ ଏକ୍ସ 50 ସିରିଜର ଏକ୍ସ 50 ଓ ଏକ୍ସ 50 ପ୍ରକୁ ଆଜି ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ୟୁଜର୍ସଙ୍କୁ ଏହି ଫୋନରେ 5ଜି କନେକ୍ଟିଭିଟି ସହ ରିୟରରେ ଚାରି ଚାରିଟି କ୍ୟାମେରା ସୁବିଧା ବି ମିଳିପାରିବ । ଏହାବାଦ ଦୁଇଟି ଯାକ ସ୍ମାର୍ଟଫୋନରେ ପାୱାରଫୁଲ ପ୍ରୋସେସର ସୁବିଧା ବି ଦିଆଯାଇଛ ସାମ୍ନାକୁ ଆସିଥିବା ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭିଭୋ ଏକ୍ସ 50 ସିରିଜର ଦର ୪୦,୦୦୦ ରୁ ୫୦,୦୦୦ ଭିତରେ ରଖାଯିବ ବୋଲି ସ୍ଥିର ହୋଇଛି ଯେବେକି ଏହି ଦୁଇଟି ଉଭୟ ଭିଭୋ ଏକ୍ସ 50 ଓ ଏକ୍ସ 50 ପ୍ର ସ୍ମାର୍ଟଫୋନର ବିକ୍ରି ପାଇଁ ଇ -କମର୍ସ ସାଇଟ ଆମାଜନ ଇଣ୍ଡିଆ ଓ ଫ୍ଲିପକାର୍ଟ ଉପରେ ଉପଲବ୍ଧ କରାଯାଇଛି ଭିଭୋ ତରଫରୁ ଜାରି ହୋଇଥିବା ଏହି ଦୁଇ ସ୍ମାର୍ଟ ଫୋନରେ ୬.୫୬ ଇଞ୍ଚ ଡିଷ୍ପ୍ଲେ ସୁବିଧା ମିଳିପାରିବ

vivo smartphone

ଏହା ସହ ଏହି ସ୍ମାର୍ଟଫୋନରେ ଏମୋଲେଡ଼ ଡିଷ୍ପ୍ଲେ ପ୍ୟାନେଲ ସୁବିଧା ମଧ୍ୟ ଦିଆଯାଇଛି ଏହାସହ କମ୍ପାନୀ ଦୁଇ ଫୋନରେ ଭଲ ପରଫରମାନ୍ସ ପାଇଁ କ୍ବାଲକମ ୭୬୫, 5ଜି ଚିପସେଟର ସପୋର୍ଟ ବି ଦିଆଯାଇଛି ଏହି ଦୁଇ ଡିଭାଇସ ଏଣ୍ଡ୍ରଏଡ଼ ୧୦ ରେ ଆଧାରିତ ଫନଟଚ ଓଏସ ୧୦ ସହାୟତାରେ ହିଁ କାମ କରିଥାଏ କ୍ୟାମେରା ଦୃସ୍ଟିରୁ ଦେଖିଲେ ୟୁଜର୍ସଙ୍କୁ ଦୁଇ ସ୍ମାର୍ଟଫୋନରେ କୱାଡ କ୍ୟାମେରା ସେଟଅପ ସମେତ ଦୁଇଟି ଯାକରେ ସେନ୍ସର ସୁବିଧା ଦିଆଯାଇଛି ଏକ୍ସ ୫୦ ସ୍ମାର୍ଟଫୋନରେ ୪୮ ମେଗାପିକସଲ ପ୍ରାଇମେରୀ ସେନ୍ସର, ୧୩ ମେଗାପିକ୍ସଲ ପୋଟ୍ରେଟ ଲେନ୍ସ, ୮ ମେଗାପିକ୍ସଲର ଅଲଟ୍ରା ୱାଇଡ ଆଙ୍ଗଲ ସେନ୍ସ ସମେତ ୫ ମେଗାପିକ୍ସଲ ମାଇକ୍ରୋ ଲେନ୍ସ ସୁବିଧା ଦିଆଯାଇଛି

ଏହାସହ ଏକ୍ସ 50 ପ୍ରରେ ୪୮ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର, ୧୩ ମେଗାପିକ୍ସଲର ପୋଟ୍ରେଟ ଲେନ୍ସ, ୮ ମେଗାପିକ୍ସଲର ଅଲଟ୍ରା ବଇଣ୍ଡା ୱାଇଡ ଆଙ୍ଗଲ ଲେନ୍ସ ଭଳି ଅତ୍ୟାଧୁନିକ ସୁବିଧା ମାନ ମିଳିପାରିବ । କନେକ୍ଟିଭିଟି ଦୃଷ୍ଟିରୁ ଏହି ଦୁଇ ସ୍ମାର୍ଟ ଫୋନରେ 5ଜି, ଏନଏଫସି,ଜିପିଏସ,ବଳୁଟୁଥ, ୱାଇ -ଫାଇ ସହ ୟୁଏସବି ଟାଇପ-ସି ପରି ଫିଚର ମାନ ମଧ୍ୟ ଦିଆୟାଜିଛି ଏହା ସହ ୟୁଜର୍ସଙ୍କୁ ୪୨୦୦ ଏମଏଏଚ ରୁ ୪୩୧୫ ଏମଏଏଚ ପର୍ଯ୍ୟନ୍ତର ବ୍ୟାଟେରୀ ସୁବିଧା ମିଳିପାରିବ
Leave A Reply

Your email address will not be published.