ପୁଣି ଅଲୋଡା ଶିଶୁକନ୍ୟା, ପୋଖରୀ ନିକଟରୁ ଉଦ୍ଧାର କଲେ ଗ୍ରାମବାସୀ

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଅଲୋଡା ଶିଶୁକନ୍ୟା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଏକତାଳ ପୋଖରୀ ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ବିଲକୁ କାମ କରିବା ପାଇଁ ଯାଉଥିବାବେଳେ ଶିଶୁକନ୍ୟାଟିକୁ ଦେଖିଥିଲେ । ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡିଛି।