ଭାରତରେ ଏଣ୍ଟ୍ରି କଲା Vivo X90 Series, ପ୍ରି-ବୁକିଂ କଲେ ମିଳିବ ବଢ଼ିଆ ରିହାତି

ଭାରତରେ Vivo X90 ଓ Vivo X90 pro ଲଞ୍ଚ ହୋଇଯାଇଛି। ଦୁଇଟି ଫୋନର ମୂଲ୍ୟ ଏବଂ ଫିଚର ରହିଛି ଦମଦାର। ଭିଭୋ ନିଜର ଅଫିସିଆଲ ସାଇଟ୍ ଓ ଫିଲ୍ପକାର୍ଟ ରେ ଏକ୍ସ ସିରିଜରେ ଦୁଇଟି ମଡେଲ୍ ଲଞ୍ଚ କରିଛି।

ଭାରତରେ Vivo X90 ଓ Vivo X90 pro ଲଞ୍ଚ ହୋଇଯାଇଛି। ଦୁଇଟି ଫୋନର ମୂଲ୍ୟ ଏବଂ ଫିଚର ରହିଛି ଦମଦାର। ଭିଭୋ ନିଜର ଅଫିସିଆଲ ସାଇଟ୍ ଓ ଫିଲ୍ପକାର୍ଟ ରେ ଏକ୍ସ ସିରିଜରେ ଦୁଇଟି ମଡେଲ୍ ଲଞ୍ଚ କରିଛି। ଭାରତୀୟ ବଜାରରେ ଏହାର ପ୍ରି-ବୁକିଂ ତାରିଖ, ବିକ୍ରି ହେବାର ତାରିଖ ଏବଂ ମୂଲ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା…

Vivo X90 ଓ Vivo X90 pro ଲଞ୍ଚ ହେବା ସହ ପ୍ରି-ବୁକିଂର ସୁବିଧା ଦିଆଯାଇଛି। ଆପଣ ଚାହିଁଲେ କମ୍ପାନୀର ଅଫିସିଆଲ ସାଇଟରେ ପ୍ରି-ବୁକିଂ କରିପାରିବେ । ତେବେ ସବୁଠୁ ଖାସ କଥା ହେଉଛି ପ୍ରି-ବୁକିଂ କରିବା ଦ୍ୱାରା ୧୬ ହଜାର ଟଙ୍କାର ରିହାତି ମିଳିବ। ICICI ଏବଂ HDFCର କ୍ରେଡିଟ କାର୍ଡ଼ କିମ୍ବା ଡେବିଟ କାର୍ଡ଼ ଦ୍ୱାରା ଆପଣ ପେମେଣ୍ଟ କରି ୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହାସହ ଏକ୍ସଚେଞ୍ଜ ବୋନସରୁ ୮ ହଜାର ଟଙ୍କା ରିହାତି ମିଳୁଛି।

Vivo X90 pro ମଡେଲ ରେ 12 GB RAM + 256 GB ଷ୍ଟୋରେଜ୍ ସିଷ୍ଟମ ରହିଛି । ଏହାର ମୂଲ୍ୟ ୮୪,୯୯୯ ଟଙ୍କା ହୋଇଥିବା ବେଳେ ଭିଭୋ X90 ଦୁଇ ପ୍ରକାରରେ ବଜାରକୁ ଆସିଛି । ଏହାର 8GB RAM + 256GB ଷ୍ଟୋରେଜ୍ ମୂଲ୍ୟ ୫୯,୯୯୯ ଟଙ୍କା ହୋଇଥିବା ବେଳେ 12GB RAM + 256GB ଷ୍ଟୋରେଜ୍ ମୂଲ୍ୟ ୬୩,୯୯୯ ଟଙ୍କା ରହିଛି। ଏହି ଫୋନ୍ ଆସନ୍ତା ମେ ୫ରେ ମଧ୍ୟାହ୍ନ ୧୨ଟାରେ ସେଲ ପାଇଁ ଆରମ୍ଭ ହେବ।

Vivo X90 ରେ 6.78-ଇଞ୍ଚ AMOLED HDR10 + ଡିସପ୍ଲେ ସହିତ 120Hz ଫ୍ରେସ୍ ରେଟ୍ ରହିଛି। ଯେତେବେଳେ କି Vivo X90 pro ରେ 2K ରିଜୋଲ୍ୟୁସନ ସହିତ ୬.୭୮-ଇଞ୍ଚ ଡିସପ୍ଲେ ଦିଆଯାଇଛି । ଏହା ବ୍ୟତୀତ ପ୍ରୋ ମଡେଲର ସ୍କ୍ରିନ୍ 2160Hz PWM, 452 PPI, HDR10 +, 300Hz ଟଚ୍ ସ୍ପେଲିଙ୍ଗ ରେଟ ସହିତ ଆସୁଛି।
ଆଉଟ ଫ୍ରଣ୍ଟ ବକ୍ସରେ ଫୋନ ଆଣ୍ଡ୍ରୋଏଡ୍ ୧୩-ଆଧାରିତ ଫାଇନ୍ ଟଚ୍ ଆଇଏସ ୧୩ରେ କାର୍ଯ୍ୟ କରିବ। ଏହା ଛଡ଼ା ମିଡ଼ିଆ ଟେକ୍ ଡାଇମେନସିଟି 9200 ପ୍ରୋସେସର ରହିଥିବା ବେଳେ 12GB LPDDR5 RAM ଏବଂ 256GB UFS 4.0 ଷ୍ଟୋରେଜ୍ ସହିତ ଯୋଡ଼ି ହୋଇ ରହିଛି। କ୍ୟାମେରା ବିଷୟରେ କହିବାକୁ ଗଲେ, ଭିଭୋ X90 ପ୍ରୋରେ 50MP + 50MP + 12MP ର ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି। ଉଭୟ ଫୋନ୍ 32MP ସାମ୍ନା କ୍ୟାମେରା ସେନ୍ସର ସହିତ ଆସିଚି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.