ବେଗୁନିଆ: କାର ଧକ୍କାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ମୃତ୍ୟୁ
ଅଧ୍ୟାପକଙ୍କ ନାମ ପ୍ରଦୀପ କୁମାର ମିଶ୍ର। ସେ ଆଜି ମଧ୍ୟାହ୍ନରେ କଲେଜ ସାରି ନିଜ ସ୍କୁଟିରେ ଘରକୁ ବାହାରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତା ବ୍ଲକ ନିକଟରେ ନୟାଗଡ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର ଧକ୍କା ଦେଇ ପଳାଇଯାଇଥିଲା।
ବେଗୁନିଆ(କେନ୍ୟୁଜ୍): କାର ଧକ୍କାରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ମୃତ୍ୟୁ ।ତାଙ୍କ ନାମ ପ୍ରଦୀପ କୁମାର ମିଶ୍ର ।ସେ ଆଜି ମଧ୍ୟାହ୍ନରେ କଲେଜ ସାରି ନିଜ ସ୍କୁଟିରେ ଘରକୁ ବାହାରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତା ବ୍ଲକ ନିକଟରେ ନୟାଗଡ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର ଧକ୍କା ଦେଇ ପଳାଇଯାଇଥିଲା।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କ ତାଙ୍କୁ ବୋଲଗଡ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି ।