ଲଞ୍ଚ ହେଲା Vivoର ନୂଆ Y02A ମଡେଲ, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଲଞ୍ଚ ହେଲା Vivo Y02A । ଭିଭୋ ନିଜର ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ Vivo Y02A କୁ ଲଞ୍ଚ କରିଛି। ଏହି ଫୋନରେ ଡିଜାଇନ ଆକର୍ଷକ ରହିଥିବା ବେଳେ ଡ୍ୟୁଡ୍ରପ ନଚ୍‌ ର ବ୍ୟବହାର କରାଯାଇଛି। ଏହି ଫୋନରେ ଅନେକ କିଛି ଜରୁରୀ ଫିଚର୍ସ ସହ ସ୍ପେଶିଫିକେସନ ରହିଛି। ବାଙ୍ଗଲାଦେଶରେ ଲଞ୍ଚ ହୋଇଥିବା ଏହି ଫୋନ ଗତ ବର୍ଷ ଡିସେମ୍ବର ରେ ଭାରତରେ ଲଞ୍ଚ କରାଯାଇଥିବା Vivo Y02 ସହିତ ମେଳ ଖାଇବ। ଏହି ଦୁଇଟି ହ୍ୟାଣ୍ଡସେଟର ସ୍ପେଶିଫିକେସନ ମଧ୍ୟ ମିଳୁଛି।

ଭିଭୋ ନିଜର ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ Vivo Y02A କୁ ଲଞ୍ଚ କରିଛି। ଏହି ଫୋନରେ ଡିଜାଇନ ଆକର୍ଷକ ରହିଥିବା ବେଳେ ଡ୍ୟୁଡ୍ରପ ନଚ୍‌ ର ବ୍ୟବହାର କରାଯାଇଛି। ଏହି ଫୋନରେ ଅନେକ କିଛି ଜରୁରୀ ଫିଚର୍ସ ସହ ସ୍ପେଶିଫିକେସନ ରହିଛି। ବାଙ୍ଗଲାଦେଶରେ ଲଞ୍ଚ ହୋଇଥିବା ଏହି ଫୋନ ଗତ ବର୍ଷ ଡିସେମ୍ବର ରେ ଭାରତରେ ଲଞ୍ଚ କରାଯାଇଥିବା Vivo Y02 ସହିତ ମେଳ ଖାଇବ। ଏହି ଦୁଇଟି ହ୍ୟାଣ୍ଡସେଟର ସ୍ପେଶିଫିକେସନ ମଧ୍ୟ ମିଳୁଛି।

ଭିଭୋ ଗ୍ରାହକଙ୍କ ପାଇଁ ଖୁସି ଖବର। ଏବେ ଆସୁଛି ଆଉ ଏକ ନୂଆ ଦମଦାର ମଡେଲ। ଯାହାର ନାମ ରହିଛି Vivo Y02A। ତେବେ ଏହାକୁ ପ୍ରଥମେ ବାଙ୍ଗଲାଦେଶରେ ଲଞ୍ଚ କରାଯାଇଛି। ଏହାର ଦାମ ବିଡ଼ିଟି ୧୨,୪୯୯ମାନେ ପାଖାପାଖି ୯,୬୪୨ ଟଙ୍କା ରଖାଯାଇଛି। ଏହା ଦୁଇଟି କଲର ଭାରିଏଣ୍ଟରେ ସାମ୍ନାକୁ ଆସିଛି। Cosmis Grey ଓ Orchid Blue କଲରର ଏହି ଫୋନ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଛି।

ସ୍ପେଶିଫିକେସନ:
ଭିଭୋର ଏହି ହ୍ୟାଣ୍ଡସେଟରେ ୬.୫୧ ଇଞ୍ଚର IPS LCD ସ୍କ୍ରିନ ଦିଆଯାଇଛି। ଯାହା ଟିୟରଡ୍ରପ ନଚ୍‌ କେକ ସହିତ ସାମ୍ନାକୁ ଆସିଛି । ଏହି ପ୍ୟାନେଲରେ ୟୁଜର୍ସ ଙ୍କୁ HD+ରିଜଲ୍ୟୁସନ ମିଳିବ। ଯାହା 720*1600 ପିକ୍ସଲ ର ରହିଛି। ଏଥିରେ 60Hz ରିଫ୍ରେଶ ରେଟ ଦିଆଯାଇଛି।

Vivo Y02Aର ପ୍ରୋସେସର ଓ ର‍୍ୟାମ:
ଭିଭୋର ଏହି ହ୍ୟାଣ୍ଡସେଟରେ Helio P35 ଚିପସେଟ ଦିଆଯାଇଛି। ସେମିତି ଭାରତରେ ଲଞ୍ଚ କରାଯାଇଥିବା ଫୋନରେ Helio P22 ର ବ୍ୟବହାର କରାଯାଇଛି । Vivo Y02A ଫୋନରେ ୩ ଜିବି ର‍୍ୟାମ, ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି। ଏହି ଫୋନରେ 5000mAh ର ବ୍ୟାଟେରୀ ଦିଆଯାଇଛି। ଯାହା 10W ର ଚାର୍ଜର ସହିତ ଆସିଛି। ଏଥିରେ କନେକ୍ଟିଭିଟି ପାଇଁ ଦୁଆଲ ସିମ, 4G VoLTE ଓ ଦୁଆଲ ବ୍ୟାଣ୍ଡ ଓ୍ଵାଇଫାଇ ର ବ୍ୟବହାର କରାଯାଇଛି। ଏହି ସ୍ମାର୍ଟଫୋନରେ Fun Touch OS 12 ବେସଡ Android 12 Go Edition ସହ ଆସୁଛି।

କ୍ୟାମେରା:
Vivo Y02Aର ସାମ୍ନାରେ ଡ୍ୟୁଡ୍ରପ ନଚ୍‌ ର ବ୍ୟବହାର କରାଯାଇଛି। ଯେଉଁଥିରେ 5MP ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ବ୍ୟାକ ପ୍ୟାନେଲ ରେ ସର୍କୁଲାର ମଡ୍ୟୁଲ ର ବ୍ୟବହାର କରାଯାଇଛି। ଯେଉଁଥିରେ 8MP ର ପ୍ରାଇମେରୀ କ୍ୟାମେରା ଦିଆଯାଇଛି।

ସେମିତି ଭିଭୋ ଭାରତରେ ଖୁବ ଶୀଘ୍ର Vivo T2 5G ଓ Vivo T2x 5G ସ୍ମାର୍ଟଫୋନ ଲଞ୍ଚ କରିବ।ସୁଚନା ଅନୁସାରେଏଥିରେDimensity 700 ଓ Snapdragon 695 ର ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.