ଷ୍ଟାଇଲିସ୍‌ ଡିଜାଇନ ସହ ଭାରତରେ ଲଞ୍ଚ ହେଲା Vivo Y17s, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଭିଭୋ ଅଫିସିଆଲ ଭାବରେ ଭାରତରେ Vivo Y17s ଲଞ୍ଚ କରିଛି । ଭିଭୋ ତରଫରୁ କୁହାଯାଇଛି ଯେ Vivo Y17s ସ୍ମାର୍ଟଫୋନ୍ ଭାରତର ଗ୍ରେଟର ନୋଏଡାର ପ୍ଲାଣ୍ଟରେ ତିଆରି କରାଯାଇଛି । ଏହି Vivo Y17sରେ ୱାଟରଡ୍ରପ୍ ଡିଜାଇନ୍ ସହିତ ୬.୬୫ଇଞ୍ଚର LCD ସ୍କ୍ରିନ୍ ରହିଛି ।

ଭିଭୋ ନିଜର ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ମଡେଲ ଆଣିଥାଏ । କମ୍‌ ଦାମରେ ଭଲ ଫିଚର ଫୋନ ଗ୍ରାହକଙ୍କୁ ଯୋଗାଇଥାଏ ଭିଭୋ । ତେବେ ଭିଭୋ ଅଫିସିଆଲ ଭାବରେ ଭାରତରେ Vivo Y17s ଲଞ୍ଚ କରିଛି । ଭିଭୋ ତରଫରୁ କୁହାଯାଇଛି ଯେ Vivo Y17s ସ୍ମାର୍ଟଫୋନ୍ ଭାରତର ଗ୍ରେଟର ନୋଏଡାର ପ୍ଲାଣ୍ଟରେ ତିଆରି କରାଯାଇଛି । ଏହି Vivo Y17sରେ ୱାଟରଡ୍ରପ୍ ଡିଜାଇନ୍ ସହିତ ୬.୬୫ଇଞ୍ଚର LCD ସ୍କ୍ରିନ୍ ରହିଛି । ଏହି ଡିଭାଇସରେ AI ପାଓ୍ଵର୍ଡ ବ୍ୟାଟେରୀ ଫିଚର ସହିତ ୫୦୦୦mAh ବ୍ୟାଟେରୀ ଆସିଥାଏ । ତେବେ ନୂଆ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ୍ ବିଷୟରେ ଆସନ୍ତୁ ଅଧିକ ଜାଣିବା ।

Vivo Y17sର 4GB + 64GB ମଡେଲର ଦାମ ୧୧,୪୯୯ ଟଙ୍କା ରହିଛି । ସେହିପରି ଏହି ସ୍ମାର୍ଟଫୋନର 4GB + 128GB ଭାରିଆଣ୍ଟର ଦାମ ୧୨,୪୯୯ ଟଙ୍କା ରହିଛି । ଏହି ଡିଭାଇସ୍ ଦୁଇଟି କଲର ଅପ୍ସନ ଗ୍ଲିଟର ପର୍ପଲ ଏବଂ ଫରେଷ୍ଟ ଗ୍ରୀନରେ କିଣିବା ପାଇଁ ଉପଲବ୍ଧ । ଆପଣ Vivo Y17sକୁ ଆମାଜନ, ଫ୍ଲିପକାର୍ଟ, ଭିଭୋ ଅନଲାଇନ୍ ଷ୍ଟୋର୍ ଏବଂ ଭିଭୋର ପାର୍ଟନର ଅଫଲାଇନ୍ ଷ୍ଟୋରରୁ କିଣି ପାରିବେ ।

Vivo Y17s ସ୍ପେସିଫିକେସନ :
Vivo Y17sରେ 1612 x 720 ରିଜୋଲୁସନ ସହିତ ୬.୬୫ଇଞ୍ଚର IPS LCD ସ୍କ୍ରିନ୍ ରହିଛି । ଏଥିରେ 60Hz ର ରିଫ୍ରେସ ରେଟ ସହିତ ଏକ HD ପ୍ୟାନେଲ୍ ରହିଛି । ସ୍କ୍ରିନରେ 700 ନଟ୍ ପର୍ଯ୍ୟନ୍ତ ପିକ୍‌ ବ୍ରାଇଟନେସ ଦିଆଯାଇଛି । Vivo Y17s ଏକ ପ୍ଲାଷ୍ଟିକ୍ ୟୁନିବଡି ବିଲ୍ଡ ସହିତ ଆସିଥାଏ । ଡିଭାଇସରେ IP54 ରେଟିଂ ମଧ୍ୟ ଦିଆଯାଇଛି । ମିଡିଆଟେକ୍ ହେଲିଓ G85 ପ୍ରୋସେସର ଦ୍ୱାରା ଏହି ସ୍ମାର୍ଟଫୋନ୍ ଲ୍ୟାସ କରାଯାଇଛି । ଡିଭାଇସ୍ ଆଣ୍ଡ୍ରଏଡ୍ 13 ଉପରେ ଆଧାର କରି ଫନଟଚ୍‌ OS 13 ରେ ଚାଲିଥାଏ ।

ଭିଭୋ Y17 ର ଫିଚର୍ସ
Vivo Y17sର ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ପ୍ରାଇମେରୀ କ୍ୟାମେରା ହେଉଛି 50MP ସେନ୍ସର । ସେକେଣ୍ଡାରୀ କ୍ୟାମେରାରେ 2MP ଡେପ୍ଥ ସେନ୍ସର ରହିଛି । ରିୟର କ୍ୟାମେରା 1080p 30fps ରେ ଭିଡିଓ କ୍ୟାପଚର କରିଥାଏ । ରିୟର କ୍ୟାମେରାରେ ଗୋଟିଏ ଏଲଇଡି ଫ୍ଲାସ୍ ଅଛି । ସେଲଫି କ୍ୟାମେରାରେ 8MP ସେନ୍ସର ରହିଛି ।

Vivo Y17sର ବ୍ୟାଟେରୀ କ୍ଷମତା 5000mAh ରହିଛି । ଏହା ୧୫Wର ଚାର୍ଜିଂକୁ ସପୋର୍ଟ କରେ । ଫୋନରେ କନେକ୍ଟିଭିଟି ଅପ୍ସନଗୁଡ଼ିକରେ 4G LTE, ଡୁଆଲ୍-ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍ 5.0, ଜିପିଏସ୍, ଏବଂ ଏଫଏମ ରେଡିଓ ସାମିଲ ଅଛି । ଡିଭାଇସରେ ୩.୫ ମିମି ହେଡଫୋନ୍ ଜ୍ୟାକ୍ ମଧ୍ୟ ମିଳୁଛି । ଏହି ଫୋନ୍ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ସହିତ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.