Below header

ଆଜି ଭାରତରେ ଲଞ୍ଚ ହେବାକୁ ଯାଉଛି Vivo Z1x, ଏଥିରେ ୱାଟର ଡ୍ରପ୍ ନଚ୍ ସହିତ ରହିଛି ସୁପର AMOLED ଡିସପ୍ଳେ

ଆଜି ଭାରତରେ ଲଞ୍ଚ ହେବାକୁ ଯାଉଛି Vivo Z1x । ଏହା ଭାରତରେ କମ୍ପାନୀର Z ସିରିଜ୍ ର ଦ୍ବିତୀୟ ସ୍ମାର୍ଟଫୋନ୍ । Vivo ଲଞ୍ଚିଙ୍ଗ ପୂର୍ବରୁ ଏହି ସ୍ମାର୍ଟଫୋନ୍ ର ବହୁତ ସ୍ପେସିଫିକେସ୍ ସାମ୍ନାକୁ ଆସିଛି । ସବୁଠାରୁ ଖାସ୍ କଥା ଏହା କି, ଏଥିରେ ରିୟର ଟ୍ରିପଲ୍ କ୍ୟାମେରା ସେଟ ଅପ୍ ରହିଛି । ଯାହାର ପ୍ରାଇମେରୀ କ୍ୟାମେରା ୪୮ଏମପି ର ରହିବ । ଏହା ସହିତ ଏଥିରେ ୪,୫୦୦ଏମଏଏଚ୍ ବ୍ୟାଟେରୀ ମଧ୍ୟ ମିଳିବ ।

vivoVivo Z1x ର ଲଞ୍ଚିଙ୍ଗ ଲାଇଭ ଷ୍ଟ୍ରିମିଙ୍ଗ କମ୍ପାନୀର ଫେସବୁକ୍ ପେଜ୍ ଜରିଆରେ କରାଯିବ। ବର୍ତ୍ତମାନ ଏହାର ମୂଲ୍ଯ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ଏବେ ଯାଏଁ ମିଳିଥିବା ସ୍ପେସିଫିକେସନ୍ ଜରିଆରେ ଜଣାପଡୁଛି କି, ଏହାର ମୂଲ୍ୟ ପାଖାପାଖି ୨୦ହଜାର ଟଙ୍କା ହୋଇପାରେ ।

ଏହାସହ ପଢନ୍ତୁ:

ଅପଡେଟ୍‌ ଦେବାରେ ନୋକିଆ ପ୍ରଥମ, ଜାଣନ୍ତୁ ଅନ୍ୟ କମ୍ପାନୀଙ୍କ ସ୍ଥାନ

ଏବେ ଯାଏଁ ସାମ୍ନାକୁ ଆସିଥିବା ସୂଚନା ମୁତାବକ, vivo-z1x ରେ ୱାଟର ଡ୍ରପ୍ ନଚ୍ ସହିତ ସୁପର AMOLED ଡିସପ୍ଳେ ଦିଆଯାଇଛି । ଆଶା କରାଯାଉଛି କି, ଏଥିରେ ୬.୩୮ ଇଞ୍ଚର ଡିସପ୍ଳେ ଦିଆଯାଇଛି । ଏହାବ୍ଯତିତ ଏଥିରେ ସ୍ରେପଡ୍ରାଗନ୍ ୭୧୨ ପ୍ରୋସେସର ଦିଆଯାଇଛି । ଏହାର ବ୍ୟାଟେରୀ ୪,୫୦୦ଏମଏଏଚ୍ ରହିବ ଏବଂ ୨୨.୫ଡବ୍ଳୁ ପ୍ଳେସଚାର୍ଜର ମଧ୍ୟ ସପୋର୍ଟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.