ଆଜି ରାଧାଷ୍ଟମୀ, ପୌରାଣିକ ଶାସ୍ତ୍ର ଅନୁଯାୟୀ ଏହି ଦିନର ରହିଛି ବିଶେଷ ମହତ୍ୱ

ରାଧାଷ୍ଟମୀ ଏକ ପବିତ୍ର ଉତ୍ସବ, ଯାହା ରାଧାରାଣୀଙ୍କ ଜୟନ୍ତୀ ପ୍ରତୀକ। ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ। ଏହି ଦିନକୁ ହିଁ ରାଧା ଜୟନ୍ତୀ ରୂପେ ପାଳନ କରାଯାଏ। ରାଧା ଭଗବାନ କୃଷ୍ଣଙ୍କର ପତ୍ନୀ। ହିନ୍ଦୁ ପୌରାଣିକ କଥା ଅନୁଯାୟୀ ଏହି ଉତ୍ସବ ଜନ୍ମାଷ୍ଟମୀର ୧୫ ଦିନ ପରେ ହିଁ ପାଳନ କରାଯାଇଥାଏ। ଚଳିତ ବର୍ଷ ରାଧାଷ୍ଟମୀ ଆଜିର ଦିନରେ ପାଳନ କରାଯାଉଛି।

ଏହାସହ ପଢନ୍ତୁ: ଜନ୍ମାଷ୍ଟମୀ ଅବସରରେ କାହିଁକି ଭଙ୍ଗାଯାଏ ଦହି ହାଣ୍ଡି, ଜାଣନ୍ତୁ ଏହାର ବିଶେଷତ୍ବ

ପୌରାଣିକ ଶାସ୍ତ୍ର ଅନୁଯାୟୀ ରାଧାଷ୍ଟମୀ ଦିନ ଉପବାସ କରିବାର ଏକ ବିଶେଷ ମହତ୍ୱ ରହିଛି। ଏହି ଦିନ ଉପବାସ କରିଥିବା ବ୍ୟକ୍ତି ରାଧାଙ୍କୁ ଧୂପ-ଦୀପ, ଫୁଲ, ଚନ୍ଦନ, ଅକ୍ଷତ, କୁଙ୍କୁମ ଆଦି ଅର୍ପଣ କରିଥାନ୍ତି। ମଧ୍ୟାହ୍ନ ସମୟରେ ଲୋକମାନେ ରାଧାରାଣୀଙ୍କୁ ପୂଜା କରିଥାନ୍ତି। ସେହିପରି ଉତ୍ତର ପ୍ରଦେଶର ମଥୁରାରେ ଅବସ୍ଥିତ ବର୍ଷାଣା, ଯାହା ରାଧାରାଣୀଙ୍କ ଜନ୍ମସ୍ଥଳୀ ଭାବେ ପରିଚିତ। ଏହି କାରଣରୁ ରାଧାଷ୍ଟମୀ ଦିନ ଏଠାରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ରାଧା ଜୟନ୍ତୀ ଉତ୍ସବ ପାଳନ କରାଯାଇଥାଏ।

Leave A Reply

Your email address will not be published.