ଭୋଡା ଫୋନ ଆଇଡିଆ ଆଣିଲା ନୂଆ ପୋଷ୍ଟ ପେଡ୍‌ ପ୍ଲାନ୍‌, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ : ଭୋଡାଫୋନ୍‌ ଆଇଡିଆ (Vi) ତା’ର କର୍ପୋରେଟ କଷ୍ଟମରଙ୍କ ପାଇଁ ଲଞ୍ଚ କରିଛି ନୂଆ ଏଣ୍ଟରପ୍ରାଇଜେସ୍‌ ପୋଷ୍ଟ ପେଡ ପ୍ଲାନ୍‌ । ଯେଉଁଥିରେ ରହିଛି ଅନେକ କିଛି ସୁବିଧା । କମ୍ପାନୀ ଛାଡ଼ିଥିବା ଏହି ୪ଟି ନୂଆ ପ୍ଲାନର ମାସିକ ଦେୟ ରହିଛି ୨୯୯ ଟଙ୍କା, ୩୪୯ ଟଙ୍କା, ୩୯୯ ଟଙ୍କା ଏବଂ ୪୯୯ ଟଙ୍କା । ଏଥିରେ ଡାଟା ଓ ଭଏସ କଲିଂ ସୁବିଧା ରହିଛି । ଆସନ୍ତୁ ଜାଣିବା କ’ଣ ରହିଛି ସୁବିଧା ଏହି ସବୁ ପ୍ଲାନରେ ।

ବିଜିନେସ ପ୍ଲସ୍‌ ପ୍ଲାନ୍‌ ୨୯୯ ଟଙ୍କା : ଏଥିରେ ମାସକୁ ୩୦ ଜିବି ଡାଟା ସହିତ ହୋମ ଓ ନେସନାଲ୍‌ ଅନଲିମିଟେଡ ଭଏସ କଲ ସହ ରୋମିଂ ସୁବିଧା ରହିଛି । ଏଥି ସହ ମାସକ ପାଇଁ ୩୦୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ରହିଛି । ଏଥିରେ ମୋବାଇଲ ସିକ୍ୟୁରିଟି, vi ମୋଭି ଓ ଟିଭି କ୍ଲାସିକ୍‌, ପ୍ରୋଫାଇଲ ଟ୍ୟୁନ୍‌ ସହ vi କଲର ଟ୍ୟୁନ୍‌ ର ସୁବିଧା ରହିଛି ।

ବିଜିନେସ ପ୍ଲସ୍‌ ପ୍ଲାନ୍‌ ୩୪୯ ଟଙ୍କା : ଏଥିରେ ମାସକୁ ୪୦ ଜିବି ଡାଟା ସହିତ ହୋମ ଓ ନେସନାଲ୍‌ ଅନଲିମିଟେଡ ଭଏସ କଲ ସହ ରୋମିଂ ସୁବିଧା ରହିଛି । ଏଥି ସହ ମାସକ ପାଇଁ ୩୦୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ରହିଛି । ଏଥିରେ ମୋବାଇଲ ସିକ୍ୟୁରିଟି, ଲୋକେସନ ଟ୍ରାକିଂ ସୋଲୁସନ୍‌, vi ମୋଭି ଓ ଟିଭି ଭିଆଇପି, ପ୍ରୋଫାଇଲ ଟ୍ୟୁନ୍‌ ସହ vi କଲର ଟ୍ୟୁନ୍‌ ର ସୁବିଧା ରହିଛି ।

ବିଜିନେସ ପ୍ଲସ୍‌ ପ୍ଲାନ୍‌ ୩୯୯ ଟଙ୍କା : ଏଥିରେ ମାସକୁ ୬୦ ଜିବି ଡାଟା ସହିତ ହୋମ ଓ ନେସନାଲ୍‌ ଅନଲିମିଟେଡ ଭଏସ କଲ ସହ ରୋମିଂ ସୁବିଧା ରହିଛି । ଏଥି ସହ ମାସକ ପାଇଁ ୩୦୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ରହିଛି । ଏଥିରେ ମୋବାଇଲ ସିକ୍ୟୁରିଟି, ଲୋକେସନ ଟ୍ରାକିଂ ସୋଲୁସନ୍‌, vi ମୋଭି ଓ ଟିଭି ଭିଆଇପି, ପ୍ରୋଫାଇଲ ଟ୍ୟୁନ୍‌ ସହ vi କଲର ଟ୍ୟୁନ୍‌ ର ସୁବିଧା ରହିଛି ।

ବିଜିନେସ ପ୍ଲସ୍‌ ପ୍ଲାନ୍‌ ୪୯୯ ଟଙ୍କା : ଏଥିରେ ମାସକୁ ୧୦୦ ଜିବି ଡାଟା ସହିତ ହୋମ ଓ ନେସନାଲ୍‌ ଅନଲିମିଟେଡ ଭଏସ କଲ ସହ ରୋମିଂ ସୁବିଧା ରହିଛି । ଏଥି ସହ ମାସକ ପାଇଁ ୩୦୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ରହିଛି । ଏଥିରେ ମୋବାଇଲ ସିକ୍ୟୁରିଟି, ଲୋକେସନ ଟ୍ରାକିଂ ସୋଲୁସନ୍‌, vi ମୋଭି ଓ ଟିଭି ଭିଆଇପି, ପ୍ରୋଫାଇଲ ଟ୍ୟୁନ୍‌ ସହ vi କଲର ଟ୍ୟୁନ୍‌ ର ସୁବିଧା ରହିଛି । ଏଥି ସହ ଡିସନି +ହଟଷ୍ଟାର ଭିଆପି(୧ ବର୍ଷ ପାଇଁ) ସୁବିଧା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.