୨୦୨୪ ନିର୍ଵାଚନ ଆଗରୁ ବନାନ୍ତୁ ନିଜ ପାଇଁ Colour Voter ID Card

ଯଦି ଆପଣ କଲର ଭୋଟର ଆଇଡି କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଏହାକୁ ବନାଇବା ଏବେ ବହୁତ ସହଜ । ଏଥିପାଇଁ ଆପଣଙ୍କୁ ଅଧିକ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଲରଫୁଲ(ରଙ୍ଗିନ) ଏବଂ ପ୍ଲାଷ୍ଟିକ ଭୋଟର ଆଇଡି କାର୍ଡ ଜାରି କରାଯାଉଛି। ଯାହାକୁ ଆପଣ ଘରେ ବସି ଆପ୍ଲାଏ କରିପାରିବେ। ଏହି କାର୍ଡ ସାଇଜରେ ବି ଛୋଟ ହୋଇଥାଏ ଏବଂ ଏହାର ପ୍ରିଣ୍ଟିଙ୍ଗ୍ କ୍ୱାଲିଟି ମଧ୍ୟ ବହୁତ ବଢ଼ିଆ।

ଭୋଟର ଆଇଡି କାର୍ଡକୁ ଇଲେକ୍ଟୋରାଲ ଫଟୋ ଆଇଡି କାର୍ଡ ବା EPIC କୁହାଯାଏ। ଲୋକଙ୍କ ଭୋଟ ଦେବା କ୍ଷମତାକୁ ସାର୍ଥକ କରିଥାଏ ଏହି କାର୍ଡ। ଏବେ କିନ୍ତୁ ନିର୍ବାଚନ ଆୟୋଗ ଏହି କାର୍ଡକୁ ନୂଆ ରୂପରେ ଆଣିବାର ପ୍ଳାନ କରୁଛନ୍ତି। ଯାହାର ଫାଇଦା ଏବେ ନୂଆ ଭୋଟର ତଥା ପୁରୁଣା ଭୋଟର ମଧ୍ୟ ଉଠାଇପାରିବେ।ଆଗକୁ ୨୦୨୪ ନିର୍ବାଚନ ଆସୁଛି ।ଆପଣ ଚାହିଁଲେ ଏଥର କଲର ଭୋଟର ଆଇଡି କାର୍ଡ ଆପ୍ଲାଏ କରି ଭୋଟ ଦେଇପାରିବେ।

ଯଦି ଆପଣ କଲର ଭୋଟର ଆଇଡି କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଏହାକୁ ବନାଇବା ଏବେ ବହୁତ ସହଜ । ଏଥିପାଇଁ ଆପଣଙ୍କୁ ଅଧିକ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଲରଫୁଲ(ରଙ୍ଗିନ) ଏବଂ ପ୍ଲାଷ୍ଟିକ ଭୋଟର ଆଇଡି କାର୍ଡ ଜାରି କରାଯାଉଛି। ଯାହାକୁ ଆପଣ ଘରେ ବସି ଆପ୍ଲାଏ କରିପାରିବେ। ଏହି କାର୍ଡ ସାଇଜରେ ବି ଛୋଟ ହୋଇଥାଏ ଏବଂ ଏହାର ପ୍ରିଣ୍ଟିଙ୍ଗ୍ କ୍ୱାଲିଟି ମଧ୍ୟ ବହୁତ ବଢ଼ିଆ। ଏହି କାର୍ଡକୁ ବନାଇବା ପାଇଁ ଆପଣଙ୍କୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ତାହେଲେ ଆସନ୍ତୁ ଜାଣିବା କେମିତି ଏହି କାର୍ଡ ପାଇଁ ଆପ୍ଲାଏ କରିବେ।

ଏହି ୱେବସାଇଟକୁ ଯିବାକୁ ହେବ:
ଘରେ କମ୍ପ୍ୟୁଟର କିମ୍ବା ଲାପଟପ୍ ସାହାଯ୍ୟରେ ଆପଣ ନୂଆ ଆଇଡି କାର୍ଡ ବନାଇବା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ବାଚନ ଆୟୋଗ ୱେବସାଇଟ http://www.nvsp.inକୁ ଭିଜିଟ୍ କରିବାକୁ ହେବ।

ବୟସ ପ୍ରମାଣପତ୍ର ପାଇଁ ଦେବାକୁ ହେବ ଏହି ଡକ୍ୟୁମେଣ୍ଟ:
ଏଜ୍ ପୃଫ୍ ବା ବୟସ ପ୍ରମାଣ ପତ୍ର ପାଇଁ ଆପଣଙ୍କୁ ଜନ୍ମ ପ୍ରମାଣପତ୍ର ଯଥା ହାଇସ୍କୁଲ ମାର୍କସିଟ, ପାସପୋର୍ଟ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆଧାର କାର୍ଡର କପିକୁ ଦେଇପାରିବେ।

ଆଡ୍ରେସ ପ୍ରମାଣ ପତ୍ର ପାଇଁ ବ୍ୟବହାର କରନ୍ତୁ ଏହି ଡକ୍ୟୁମେଣ୍ଟ:
ଏହାବ୍ୟତୀତ ଆଡ୍ରେସ ପ୍ରମାଣ ପତ୍ର ପାଇଁ ଆପଣ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ପାସବୁକ, ପୋଷ୍ଟ ଅଫିସର ପାସବୁକ, ରାସନ କାର୍ଡ, ବିଜୁଳି ବିଲ ଏବଂ ପାଣି ବିଲ ମଧ୍ୟ ଦେଇପାରିବେ।

ଏବେ ଜାଣନ୍ତ ୁ କିପରି କରିବେ ଆପ୍ଲାଏ:
-ପ୍ରଥମେ ଆପଣଙ୍କୁ ନ୍ୟାସନାଲ ଭୋଟର୍ସ ସର୍ଭିସ NVSP େଓ୍ଵବସାଇଟକୁ ଯାଆନ୍ତୁ।
-ହୋମପେଜରେ ଭୋଟର ପୋର୍ଟାଲ ବକ୍ସ ରେ କ୍ଲିକ କରନ୍ତୁ। ନଚେତ https://voterportal.eci.gov.in କୁ ଯାଆନ୍ତୁ।
-ଏବେ ଏହି ପେଜରେ ନିଜର ରେଜିଷ୍ଟର କରନ୍ତୁ। ନୂଆ ଆକାଉଣ୍ଟ ବନାନ୍ତୁ। ଆପଣ ଗୁଗଲ, ଫେସବୁକ କିମ୍ବା ଅନ୍ୟ କୌଣସି ଆକାଉଣ୍ଟରୁ ମଧ୍ୟ ଏହାକୁ ତିଆରି କରିପାରିବେ।
-ଏବେ ଆପଣଙ୍କୁ ଫର୍ମ ୬ ଭରିବାକୁ ହେବ। ନିଜ ଫଟୋ ସହିତ ଅନ୍ୟ ବ୍ୟାଙ୍କ ଡିଟେଲ୍ସ ଭରିବାକୁ ହେବ। ଏହାପରେ ଆପଣ ସବମିଟ ଅପସନକୁ କ୍ଲିକ କରିବେ। ଏହାପରେ କିଛି ଦିନ ପରେ ଆପଣଙ୍କ ଠିକଣାକୁ କଲର ଭୋଟର ଆଇଡି କାର୍ଡ ପହଞ୍ଚିଯିବ।

ଅଫଲାଇନରେ ଯଦି ଏହାକୁ ଆପ୍ଳାଏ କରିବାକୁ ଚାହୁଁଛନ୍ତି ତେବେ ଇ-ସେବା କେନ୍ଦ୍ରକୁ ଯାଆନ୍ତୁ। ସେଠାକୁ ଯାଇ ସମସ୍ତ ଜରୁରୀ ଡକ୍ୟୁମେଣ୍ଟକୁ ପୈଠ କରନ୍ତୁୁ। ଫର୍ମ ୬ କୁ ଭରନ୍ତୁ। ଥରେ ଭେରିଫିକେସନ ଶେଷ ହେବା ପରେ ଆପଣଙ୍କ ପାଇଁ କଲର ଭୋଟର ଆଇଡି କାର୍ଡ ଇସ୍ୟୁ ହୋଇଯିବ। କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ଏହାର ସୁବିଧା ପାଇପାରିବେ।

ଏକ ମାସ ଲାଗିଥାଏ ସମୟ:
ପୂରା ପ୍ରୋସେସ୍ କରିବା ପରେ ଏବଂ ସବୁ ବିବରଣୀ ଭରିବା ପରେ ନିର୍ବାଚନ ଆୟୋଗ ପକ୍ଷରୁ ବିଏଲଓ ଆପଣଙ୍କ ଘରକୁ ଆସିବେ। ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବେ। ଏହାପରେ ବିଏଲଓ ରିପୋର୍ଟ ଦେବେ। ଏହି ସବୁ ପ୍ରୋସେସ ଶେଷ ହେବାର ଏକ ମାସ ଭିତରେ ଆପଣଙ୍କୁ ନୂଆ ରଙ୍ଗିନ ପ୍ଲାଷ୍ଟିକ ଭୋଟର କାର୍ଡ ଆପଣଙ୍କ ଘର ଠିକଣାରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.