କିଣିବାକୁ ଚାଁହୁଛନ୍ତି Reliance Jio Fiber ? ତାହେଲେ ଏପରି କରନ୍ତୁ ବୁକିଂ

ରିଲାଏନ୍ସ ଜିଓ ଫାଇବର ସେପ୍ଟେମ୍ବର ୫ ତାରିଖ ଠାରୁ ଲଞ୍ଚ ହୋଇସାରିଛି । ଏହି ପ୍ଳାନର ସମସ୍ତ ସୂଚନା ବର୍ତ୍ତମାନ ଗ୍ରାହକ ମାନଙ୍କ ନିକଟକୁ ଆସି ସାରିଛି । ଗତ ମାସ ୪୨ତମ ଆନୁଆଲ ଜେନେରାଲ ମିଟିଙ୍ଗରେ ରିଲାଏନ୍ସ ଜିଓ ଫାଇବରର ଘୋଷଣା କରାଯାଇଥିଲା । ଜିଓ ଫାଇବର ଦ୍ୱାରା ରିଲାଏନ୍ସ ଛଅଟି ଭିନ୍ନ ତାରିଫ ପ୍ଳାନସ ଲଞ୍ଚ କରିଛି।

Related image

୬୯୯ ଟଙ୍କାରୁ ଆରମ୍ଭ ହେବ ପ୍ଲାନ

ଏହି ସମସ୍ତ ମାସିକ ପ୍ଲାନ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିବ । ଜିଓ କହିଛି କି ଜିଓ ଫାଇବର ବ୍ରଡ଼ବ୍ୟାଣ୍ଡ ସେବା ବର୍ତ୍ତମାନ ପର୍ଯ୍ୟନ୍ତ ୧୬୦୦ଟି ସହରରେ ଉପଲବ୍ଧ କରାଯାଇଛି । ତାରିଫ ପ୍ଲାନ ହିସାବରେ ଆପଣଙ୍କୁ 100Mbps ଠୁ ନେଇ 1Gbps ପର୍ଯ୍ୟନ୍ତ ସ୍ପିଡ଼ ମିଳିବ । ଏହା ବ୍ୟତୀତ ଯଦି ଆପଣ ଆନୁଆଲ ପ୍ଲାନ ସବସ୍କ୍ରାଇବ କରନ୍ତି ତାହେଲେ ଆପଣଙ୍କୁ ୫୦୦୦ ଟଙ୍କାର ଫ୍ରି ଜିଓ ହୋମ ଗେଟୱେ ଓ କେବୁଲ ଟିଭି କନେକ୍ସନ ପାଇଁ ପାଖାପାଖି ୬୪୦୦ ଟଙ୍କାର 4K ସେଟ ଟପ ବକ୍ସ ମିଳିବ । ଯେଉଁ ଆନୁଆଲ ପ୍ଲାନ ଆପଣ ବାଛୁଚନ୍ତି ସେହି ଆଧାରରେ ଆପଣଙ୍କୁ ୨୪ ଇଞ୍ଚଠୁ ନେଇ ୩୨ ଇଞ୍ଚ HD ଓ 43 ଇଞ୍ଚ HDର 4K ଟିଭି ମଧ୍ୟ ମିଳିବ ।

କିପରି ପାଇବେ ଜିଓ ଫାଇବର ସର୍ଭିସ

Image result for reliance jio fiber

  • ପ୍ରଥମେ www.jio.com କିମ୍ବା Myjio appକୁ ଡାଉନଲୋଡ଼ କରନ୍ତୁ
  • ତାପରେ ଜିଓ ଫାଇବର ସର୍ଭିସ ପାଇଁ ରେଜିଷ୍ଟର କରନ୍ତୁ
  • ଯଦି ଜିଓ ଫାଇବର ଆପଣଙ୍କ ଅଂଚଳରେ ଉପଲବ୍ଧ ଅଛି ତାହେଲେ ସର୍ଭିସ ରିପ୍ରେଜେଣ୍ଟେଟିଭ ଆପଣଙ୍କୁ ସମ୍ପର୍କ କରିବେ
  • ମାଇ ଜିଓ ଆପ ଡାଉନଲୋଡ଼ କରନ୍ତୁ କାରଣ ୟୁଜର୍ସ ମାନଙ୍କର ସମସ୍ତ କମ୍ୟୁନିକେସନ ଏହାଦ୍ୱାରା ହୋଇଥାଏ
  • ମନ୍ଥଲି, କ୍ୱାର୍ଟରଲି କିମ୍ବା ଆନୁଆଲ ପ୍ଲାନରେ ରିଚାର୍ଜ କରିବା ଦ୍ୱାରା ଜିଓ ଫାଇବର ୟୁଜର୍ସଙ୍କୁ ଏକ ସେଟଟପ ବକ୍ସ ମିଳିବ

ଏହାସହ ପଢନ୍ତୁ ବର୍ଷର ଶେଷ ମଧ୍ୟରେ ଚୀନ ଲଞ୍ଚ କରିପାରେ ନିଜର କ୍ରିପ୍ଟୋ କରେନ୍ସି,, ଫେସବୁକର ଲିବ୍ରାକୁ ଦେବ ଟକ୍କର

ମିଳିବ ଫ୍ରି ଲ୍ୟାଣ୍ଡଲାଇନ

Image result for reliance jio fiber

ୟୁଜର୍ସ ମାନଙ୍କୁ ଫ୍ରି ଲ୍ୟାଣ୍ଡଲାଇନ ଫୋନ କନେକ୍ସନ ସହିତ ସାରା ଭାରତକୁ ଫ୍ରି ଅନଲିମିଟେଡ଼ ଭଏସ କଲ କରିବାର ସୁବିଧା ମିଳିବ । ଏହି ସେବାକୁ ବ୍ୟବହାର କରି ୟୁଜର ସାରାଦେଶରେ ମାଗଣାରେ କଲ ଏବଂ ଖୁବ କମ ଦାମରେ ଇନ୍ଟରନ୍ୟାଶନାଲ କଲର ଲାଭ ଉଠାଇପାରିବେ । ନିକଟରେ ଜିଓ ଫିକ୍ସଡ଼ ଲାଇନକୁ ସବସ୍କ୍ରାଇବ ମାନଙ୍କ ପାଇଁ ରୋଲ ଆଉଟ କରିଦିଆ ଯାଇଛି ।

ଅନ୍ୟ ସୁବିଧା

Image result for reliance jio fiber

ଏହା ବ୍ୟତୀତ ଆପଣଙ୍କୁ ଜିଓ ଫାଇବର ଦ୍ୱାରା ଫ୍ରି ଭଏସ କଲିଙ୍ଗ, କନ୍ଫରେନ୍ସିଂ ଓ ଇନ୍ଟରନ୍ୟାସନାଲ କଲିଂ, ଟିଭି ଭିଡିଓ କଲିଂ ଓ କନ୍ଫରେନ୍ସିଂ, ଏଣ୍ଟରଟେନମେଣ୍ଟ ଓଟିଟି ଆପ୍ସ, ଗେମିଙ୍ଗ, ହୋମ ନେଟୱର୍କିଙ୍ଗ, ଡିଭାଇସ ସିକ୍ୟୁରିଟି, ଭର୍ଚୁଆଲ ରିୟାଲିଟିର ଅନୁଭବ ସହିତ ପ୍ରିମିୟମ କଣ୍ଟେଣ୍ଟ ପ୍ଲାଟଫର୍ମ ଭଳି ସୁବିଧା ଗୁଡିକ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.