ହ୍ଵାଟସ ଆପର ବଡ଼ ଘୋଷଣା, ଏବେ ମେସେଜ ଫରୱାର୍ଡ କରିବା ଉପରେ ଲାଗିପାରେ ରୋକ୍

ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ଵାଟସ ଆପ ଅନ୍ୟତମ। ଏହି ଆପ ମାଧ୍ୟମରେ ମେସେଜ କରିବା ଖୁବ ସହଜ ହୋଇଥିବାରୁ ଏବେ ଅଧିକାଂଶ ଲୋକ Whats app ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ହ୍ଵାଟସ ଆପ ନିଜ ଆପରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣକୁ ନେଇ ଭୁଲ ତଥା ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ ହ୍ଵାଟସ ଆପ ଫରୱାର୍ଡ ମେସେଜରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି।

Leaker suggests WhatsApp for iPad and Mac in the works - 9to5Mac

ହ୍ଵାଟସ ଆପର ସୂଚନା ମୁତାବକ ୟୁଜର ଏବେ କୌଣସି ଭାଇରାଲ ମେସେଜ, ମିମ, ଫଟୋ କିମ୍ବା ଭିଡିଓକୁ ଏକରୁ ଅଧିକ ଲୋକଙ୍କୁ ଫରୱାର୍ଡ କରିପାରିବେ ନାହିଁ। କରୋନା ଭାଇରସକୁ ନେଇ ବୁଲୁଥିବା ଗୁଜବକୁ ରୋକିବାକୁ ହ୍ଵାଟସ ଆପ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କମ୍ପାନୀର କହିବାନୁସାରେ ଲୋକମାନେ ଭୁଲ ତଥ୍ୟ ଦେଇ ଅନ୍ୟମାନଙ୍କୁ ଭୁଲ ସୂଚନା ଦେଉଛନ୍ତି। ଏଣୁ କୌଣସି ମେସେଜକୁ ଫରୱାର୍ଡ କରିବା ସୀମା ୫ ଜଣଙ୍କ ଯାଏଁ ସୀମିତ ଥିଲା। ମାତ୍ର ଏହାକୁ ଏବେ ୧ ଜଣଙ୍କୁ କମାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନାକୁ ଶୁଣିବାକୁ ମିଳୁଥିବା ଗୁଜବକୁ ବିଶ୍ୱାସ କରିବାକୁ ଲୋକଙ୍କୁ ମନା କରିଛନ୍ତି। ଯେଉଁ ସୂଚନା ସରକାରଙ୍କ ତରଫରୁ ଦିଆଯାଉଛି କେବଳ ତାକୁ ହିଁ ବିଶ୍ୱାସ କରିବାକୁ ମୋଦି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.