Below header

ନୂଆବର୍ଷ ଅବସରରେ ୟୁଜର୍ସ ମାନଙ୍କୁ ନୂଆ ଫିଚର ଉପହାର ଦେବ ହ୍ଵାଟ୍ସଆପ

ନୂଆବର୍ଷ ଅବସରରେ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ନିଜର ୟୁଜର୍ସ ମାନଙ୍କ ପାଇଁ ନୂଆ ଫିଚର୍ସ ଉପହାର ଭାବେ ଆଣିଦେଉଛି । ଏଥିମଧ୍ୟରେ କିଛି ଅପଡେଟ ଆପର ବିଟା ଭର୍ସନରେ ରହିଥିବା ବେଳେ ଆଉକିଛି ଏବେ ଡେଭଲପ କରାଯାଉଛି । ତେବେ ୟୁଜର୍ସ ମାନଙ୍କ ପାଇଁ ନୂଆ ଅପଡେଟ ଅତିଶୀଘ୍ର ଜାରି କରାଯିବ । ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପର ଏପରି କିଛି ଫିଚର୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଫୋନରେ ଆସନ୍ତା କିଛିଦିନ ମଧ୍ୟରେ ଉପଲବ୍ଧ ହେବ ।

ଡାର୍କ ମୋଡ଼

Image result for whatsapp dark mode

ନିକଟରେ ହ୍ଵାଟ୍ସଆପ ନିଜ ୟୁଜର୍ସ ମାନଙ୍କ ପାଇଁ ଡାର୍କ ମୋଡ଼ ଫିଚର ଆଣିବ ବୋଲି ଘୋଷଣା କରିଥିଲା । ସୂଚନା ଅନୁଯାୟୀ ହ୍ଵାଟ୍ସଆପ ଅତିଶୀଘ୍ର IOS 13 ପାଇଁ ଡାର୍କ ମୋଡ଼ ଫିଚର ଜାରି କରିବ । ତେବେ ଡାର୍କ ମୋଡ଼ ଆକ୍ଟିଭେଟ କରିବା ପାଇଁ ଅରିଜିନାଲ ନାଇଟ ଥିମ, ଡାର୍କ ଥିମ ଏବଂ ବ୍ୟାଟେରୀ ସେଭର ମୋଡ଼ ରହିବ ।

ଆପେ ଡିଲିଟ ହୋଇଯାଉଥିବା ମେସେଜ

Image result for Self Destructing Messages on whatsapp

ଅତିଶୀଘ୍ର ଆପଣଙ୍କ ହ୍ଵାଟ୍ସଆପରେ ଏହି ଅପଡେଟ ମିଳିପାରେ । ଏଥିରେ ପର୍ସନାଲ ଏବଂ ଗ୍ରୁପ ଚାଟ୍ସର ଡିଲିଟ ମେସେଜ ଫିଚରକୁ ଅନ ଏବଂ ଅଫ କରିବାର ଆପ୍ସନ ମିଳିବ ଯେଉଁଥିରେ ୟୁଜର ମାନଙ୍କୁ ଡିଲିଟର ସମୟ ଦେବାକୁ ପଡିବ, ଏବଂ ଉପଯୁକ୍ତ ସମୟରେ ମେସେଜ ଗୁଡିକ ଆପେ ଆପେ ଡିଲିଟ ହୋଇଯିବ ।

ୱାଲପେପର

Related image

ଆପରେ ୱାଲପେପର ଅପ୍ସନକୁ ଏକ ଅଲଗା ସେକ୍ସନ ଡ଼ିସପ୍ଲେରେ ମୁଭ କରିଦିଆଯାଇଛି । ପୂର୍ବରୁ ଏହି ଅପ୍ସନ ଚାଟ ସେଟିଙ୍ଗରେ ଦେଖିବାକୁ ମିଳିଥିଲା । ୟୁଜର୍ସମାନଙ୍କୁ ଏବେ ୱାଲପେପର ବଦଳାଇବା ପାଇଁ ଡ଼ିସପ୍ଲେ ଅପ୍ସନ ସିଲେକ୍ଟ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.