ଏବେ ହ୍ବାଟ୍ସଆପରେ ଗୋଟିଏ ଥରରେ ପଠାଇପାରିବେ ୩୦ଟି ଅଡିଓ ଫାଇଲ୍ , ଏହା ହେଉଛି ପ୍ରକ୍ରିୟା

ନୂଆଦିଲ୍ଲୀ : ଇଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଆପ ନିଜର ଗ୍ରାହକଙ୍କ ପାଇଁ ଏକ ଖାସ ଫିଚର ଆଣିବା ପାଇଁ ପ୍ରସ୍ତୁତି କରୁଛି। ଏହି ଫିଚର ଆସିବା ପରେ ଗ୍ରାହକ ଏକାଥରରେ ୩୦ଟି ଅଡିଓ ଫାଇଲ ପଠାଇବାରେ ସକ୍ଷମ ହେବେ।

ମିଡିଆ ରିପୋର୍ଟ ମୁତାବକ, ଖୁବ ଶୀଘ୍ର ହ୍ବାଟ୍ସଆପ ଏହାର ବିଟା ୨.୧୯.୮୯ ଭର୍ସନ ଅପଡ଼େଟ କରିବାକୁ ଯାଉଛି। ଯାହାଦ୍ବାରା ଥରକେ ଜଣେ ୟୁଜର୍ସ ୩୦ଟି ଅଡିଓ କ୍ଳିପ୍ ପଠାଇପାରିବେ। ଅନଡ୍ରୋଏଡ ପାଇଁ ଆସିଥିବା ଏହି ବିଟା ଅପଡେଟରେ ଅଡିଓ ଫାଇଲ ସିଲେକ୍ଟ କରିବା ପାଇଁ ନୂଆ ଗ୍ରାହକଙ୍କୁ ଇଣ୍ଟରଫେସ ଦିଆଯାଇଛି। ଏହା ସହ ଗ୍ରାହକ ଅଡିଓ କ୍ଳିପ ପଠାଇବା ପୂର୍ବରୁ ତାହାକୁ ଶୁଣିମଧ୍ୟ ପାରିବେ। ଏଥିସହ ଜାନୁଆରୀରେ ହ୍ବାଟ୍ସଆପରେ ହୋଇଥିବା ଅଡିଓ ପିକରକୁ ମଧ୍ୟ ଏହି ବିଟା ଅପସନରେ ଉପଲବ୍ଧ କରାଯିବ।

କିପରି ପଠାଇବେ ୩୦ଟି ଭଏସ ମେସେଜ୍

-ନିଜ ହ୍ବାଟ୍ସଆପ ଭର୍ସନକୁ ପ୍ରଥମେ ନୂତନ ବିଟା ୨.୧୯.୮୯ରେ ଉପଲବ୍ଧ କରାନ୍ତୁ।
-ଏହାପରେ ହ୍ବାଟ୍ସ ଆପ ଚାର୍ଟକୁ ଯାଆନ୍ତୁ।
-ଆଟାଚମେଣ୍ଟ ଫାଇଲକୁ ଯାଇ ଅଡିଓ କ୍ଳିପ ସିଲେକ୍ଟ କରି ସେଣ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.