ନୂଆ ପ୍ରାଇଭେସି ପଲିସିକୁ ନେଇ Whatsappର ସଫେଇ: ସୁରକ୍ଷିତ ରହିବ ପ୍ରାଇଭେଟ ଚାଟ୍, ପରିବର୍ତ୍ତନ କେବଳ ବିଜନେସ ଆକାଉଣ୍ଟ ପାଇଁ

ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସି ପଲିସିକୁ ତୀବ୍ର ବିରୋଧ କରାଯାଉଛି। ୮ ଫେବ୍ରୁଆରୀରୁ କମ୍ପାନୀ ନୂଆ ପ୍ରାଇଭେସି ପଲିସିକୁ ଲାଗୁ କରିବାକୁ ଯାଉଛି। ଅନ୍ୟପଟେ ବିରୋଧ ବଢ଼ୁଥିବା ଦେଖି କମ୍ପାନୀ ସଫେଇ ଦେଇଛି। କମ୍ପାନୀ ତରଫରୁ ଦିଆଯାଇଥିବା ସଫେଇରେ କୁହାଯାଇଛି, କମ୍ପାନୀ ଆପଣଙ୍କ ଡାଟା କାହା ସହ ସେୟାର କରୁନାହିଁ। ଏହି ପରିବର୍ତ୍ତନ କେବଳ ବିଜନେସ ଆକାଉଣ୍ଟ ପାଇଁ ବୋଲି ହ୍ଵାଟ୍ସଆପ୍ କହିଛି।

ହ୍ଵାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି,ହ୍ଵାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଆପଣଙ୍କ ବ୍ୟକ୍ତିଗତ ଡାଟା କାହା ସହ ବି ସେୟାର କରିପାରିବ ନାହିଁ। ଏହି ଆପ୍‌ରେ କେହି ବି ଆପଣଙ୍କ ପ୍ରାଇଭେଟ୍‌ ମେସେଜ୍‌ ନା ପଢ଼ିପାରିବ ନା କଲ୍‌ ଶୁଣିପାରିବ। ଆପଣ ଯାହା ବି ସେୟାର କରୁଛନ୍ତି ତାହା କେବଳ ଆପଣଙ୍କ ଭିତରେ ହିଁ ରହିବ। କାରଣ ଆପଣଙ୍କ ପର୍ସନାଲ ମେସେଜ୍‌ ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍‌କ୍ରିପସନ୍‌ ଦ୍ୱାରା ସୁରକ୍ଷିତ ଅଛି। ଆମେ ଏହି ସିକ୍ୟୁରିଟିକୁ ଦୁର୍ବଳ ହେବାକୁ ଦେବୁନାହିଁ।

କମ୍ପାନୀ କହିଛି, ଟ୍ରାଡିସନାଲ ମୋବାଇଲ ବ୍ୟବହାରକାରୀ ଓ ଅପରେଟର୍ସ ଏହି ଇନ୍‌ଫରମେସନ୍‌କୁ ଷ୍ଟୋର କରିଥାନ୍ତି। ଆମେ ବିଶ୍ୱାସ କରୁଛୁ ଯେ ଦୁଇ ବିଲିୟନ୍‌ ୟୁଜର୍ସଙ୍କ ପାଇଁ ଏସବୁ ରେକର୍ଡ ରଖିବା ଏକ ଗୋପନୀୟତା ଓ ସୁରକ୍ଷା ରିସ୍କ ହେବ ଏବଂ ଆମେ ଏହାକୁ ଆଦୌ ଚୋରି ହେବାକୁ ଦେବୁନାହିଁ। ଆପଣ ଯାହା ପାଖକୁ କୌଣସି ଲୋକେସନ୍‌ ପଠାଉଛନ୍ତି ତାହା କେବଳ ଉକ୍ତି ବ୍ୟକ୍ତିଙ୍କ ନିକଟକୁ ହିଁ ଯାଉଛି। ତାଙ୍କ ବ୍ୟତୀତ ଆଉ କେହି ବି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଜାଣିପାରୁନାହାନ୍ତି। ସେହିଭଳି ଆପଣଙ୍କ କଣ୍ଟାକ୍ଟ ମଧ୍ୟ ସୁରକ୍ଷିତ ରହିଛି। ନୂଆ ପଲିସି ଲାଗୁ ହେବା ପରେ ଆପଣଙ୍କ ସୁରକ୍ଷା ଆହୁରି ମଜଭୁତ ହେବ ବୋଲି କହିଛି ହ୍ଵାଟ୍ସଆପ୍‌ ଗ୍ରୁପ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.