ପ୍ରତ୍ୟେକ ବର୍ଷ ତିଆରି ହେବାର ୫ ମାସ ପରେ ନଦୀରେ ଭାସି ଯାଇଥାଏ ସ୍ୱୀଡେନ୍‌ର ଏହି ସୁନ୍ଦର ହୋଟେଲ, ଜାଣନ୍ତୁ କାରଣ

କେବେ ଆପଣ ଏମିତି ହୋଟେଲ ବିଷୟରେ ଶୁଣିଛନ୍ତି କି, ଯାହା ପ୍ରତ୍ୟେକ ବର୍ଷ ତିଆରି ହୋଇଥାଏ, କିନ୍ତୁ ପରେ ନଦୀରେ ଭାସି ଯାଇଥାଏ? ହଁ, ଏମିତି ହୋଟେଲ ଆପଣ ଦେଖିବାକୁ ପାଇପାରିବେ ସ୍ୱୀଡେନରେ। ଏହି ହୋଟେଲ ସାରା ବିଶ୍ୱରେ ‘ଆଇସ୍‌ ହୋଟେଲ’ ନାଁରେ ଜଣାଶୁଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ହୋଟେଲଟି ପର୍ଯ୍ୟଟକଙ୍କୁ ଏତେ ମାତ୍ରାରେ ଆକୃଷ୍ଟ କରିଥାଏ ଯେ ସେମାନେ ଏଠି ରହିବା ପାଇଁ ଗୋଟିଏ ରାତି ପିଛା ୧ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥାଆନ୍ତି।

ice

ପ୍ରତ୍ୟେକ ବର୍ଷ ଶୀତଦିନେ ଏହି ହୋଟେଲ ନିର୍ମାଣ ହୋଇଥାଏ। ଏହାକୁ ସ୍ୱୀଡେନର ଟାର୍ନ ନଦୀ କୂଳରେ ତିଆରି କରାଯାଏ। ହୋଟେଲକୁ ବନାଇବା ପାଇଁ ୨୫୦୦ ଟନ୍‌ ବରଫ ଉପଯୋଗ କରାଯାଇଥାଏ। ସାଧାରଣତଃ ଅକ୍ଟୋବର ମାସରୁ ହିଁ କାମ ଆରମ୍ଭ ହୋଇଯାଇଥାଏ।

ice3
photo credit: catch hindi

ଆଗକୁ ୫ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏଠି ରହିବା ପାଇଁ ବେଶ୍‌ ଉତ୍ସାହିତ ଥାଆନ୍ତି। କାରଣ, ଏହି ଆଇସ୍‌ ହୋଟେଲ ୫ ମାସ ପରେ ତରଳିବା ଆରମ୍ଭ କରିଦେଇଥାଏ। ଖାସ୍‌ କଥା ହେଉଛି, ହୋଟେଲଟି ବିଗତ ୩୨ ବର୍ଷ ହେବ ପ୍ରତ୍ୟେକ ବର୍ଷ ତିଆରି ହୋଇଆସୁଛି। ଅର୍ଥାତ୍‌ ୧୯୮୯ ମସିହାରୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.