ବଦଳିଗଲା ହ୍ଵାଟ୍ସଆପର ଡିଜାଇନ, ଫଟୋରେ ଦେଖନ୍ତୁ ନୂଆ ଲୁକ

ହ୍ଵାଟ୍ସଆପ ନିଜର ଲାଟେଷ୍ଟ ବିଟା(Latest Beta)ରେ ନୂଆ ଅପଡେଟ ଜାରି କରିଛି ଯେଉଁଥିରେ ଆପକୁ ରିଡିଜାଇନ କରାଯାଇଛି । ଚଳିତବର୍ଷ କମ୍ପାନୀ ନିଜ ଆପରେ ‘WhatsApp from facebook’ ଟ୍ୟାଗ ଯୋଡିଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଦଳାଇ ଦିଆଯାଇଛି । ତଳେ ଦିଆଯାଇଥିବା ଫଟୋକୁ ଭଲଭାବେ ଦେଖିଲେ ଆପଣ ଜାଣିପାରିବେ ଯେ ପୂର୍ବରୁ ଯେଉଁଠାରେ ଏହା ଛୋଟ ଅକ୍ଷରରରେ ଲେଖାଯାଇଥିଲା ସେଠାରେ ବର୍ତ୍ତମାନ ଏହାକୁ କ୍ୟାପିଟାଲ ଲେଟର୍ସରେ ଲେଖାଯାଇଛି ।

ନିକଟରେ ଫେସବୁକ ନିଜ କମ୍ପାନୀର ଲୋଗୋରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଫେସବୁକ କମ୍ପାନୀର ବଡ଼ ଅକ୍ଷର ‘FACEBOOK’ ଏବଂ ଫେସବୁକ ଆପର ଛୋଟ ଅକ୍ଷର ‘facebook’ ଭଳି କରିଦେଇଛି । ସେଥିପାଇଁ ହ୍ଵାଟ୍ସଆପରେ ମଧ୍ୟ ଏହାକୁ ରିବ୍ରାଣ୍ଡେଡ କରାଯାଇଛି ।

ଏହାସହ ପଢନ୍ତୁ ଗବେଷଣାରୁ ଜଣ ପଡିଲା ଏପରି ତଥ୍ୟ, ପରିବାର ଓ ସମ୍ପର୍କକୁ ନେଇ କରାଯାଇଥାଏ ସର୍ବାଧିକ ଟ୍ୱିଟ

 

WABetaInfoର ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପର ନୂଆ ରୂପ iOS WhatsApp ବିଜନେସ ଆପର ବିଟା 2.19.120.11 ପାଇଁ ଅଟେ । ଅନ୍ୟପଟେ ଆଣ୍ଡ୍ରଏଡ ପାଇଁ ଏହି ଅପଡେଟ 2.19.331 ବିଟା ଭର୍ସନ ପାଇଁ ରହିଛି । WABetaInfo ଏହି ନୂଆ ଅପଡେଟର ଫଟୋ ସେୟାର କରିଛି ଯେଉଁଥିରେ ଦେଖାଯାଉଛି ଯେ ବର୍ତ୍ତମାନ ଏହା କିପରି ଦେଖାଯିବ ।

WABetaInfo ने डार्क मोड का स्क्रीनशॉट शेयर किया है.

ଏହା ପୂର୍ବରୁ WABetaInfo କ୍ୟାମେରା ଆଇକନରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲା । କୁହାଯାଇଥିଲା ଯେ ହ୍ୱାଟ୍ସଆପରେ ନୂଆ କ୍ୟାମେରା ଆଇକନକୁ ଆଡ଼ କରାଯାଇଛି । ଯଦିଓ ଏହା ପୂର୍ବ ଭର୍ସନଠାରୁ ବେଶୀ କିଛି ଭିନ୍ନ ରହିବ ନାହିଁ । ହ୍ୱାଟ୍ସଆପର ଏହି ନୂଆ କ୍ୟାମେରା ଆଇକନ ଷ୍ଟାଟସ ଟ୍ୟାବରେ ମଧ୍ୟ ଦେଖାଯିବ । ଏହାବ୍ୟତୀତ ଚାଟ ବାରର କ୍ୟାମେରା ଆଇକନକୁ ମଧ୍ୟ ବଦଳାଇ ଦିଆଯାଇଛି । ଏହି ଆଇକନରେ ବ୍ୟାକଗ୍ରାଉଣ୍ଡରେ ଏକ ବଡ଼ ଗ୍ରୀନ ସେଡ ରହିବ । ସୂଚନା ଅନୁଯାୟୀ ଏହି ଆଣ୍ଡ୍ରଏଡ଼ ହ୍ୱାଟ୍ସଆପ ବିଟା ଅପଡେଟ 2.19.328 ପାଇଁ ଜାରି କରାଯାଇଛି ।

Leave A Reply

Your email address will not be published.