ଏହି ଉପାୟରେ ବିନା ଇଣ୍ଟରନେଟରେ ମଧ୍ୟ ଆପଣ ହ୍ଵାଟ୍ସଆପରେ ପଠାଇପାରିବେ ମେସେଜ

ଏବେ ପ୍ରାୟ ଅଧିକାଂଶ ଲୋକ ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି। ମେସେଜ, ଫଟୋ, ଭିଡିଓ ଓ ଫାଇଲ ପଠାଇବାକୁ ସୁବିଧା ହେଉଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି। ତେବେ କେବଳ ନେଟ ଥିଲେ ହିଁ ଆପଣ ହ୍ଵାଟ୍ସଆପ ବ୍ୟବହାର କରିପାରିବେ। ମାତ୍ର ଆଜି ଆମେ ଆପଣଙ୍କୁ ଏକ ଏମିତି ଟେକନିକ କହିବୁ ଯାହା ସାହାଯ୍ୟରେ ବିନା ନେଟରେ ମଧ୍ୟ ଆପଣ ନିଜ ପ୍ରିୟଜନଙ୍କୁ ହ୍ଵାଟ୍ସଆପ ମେସେଜ ପଠାଇପାରିବେ।

whatsapp

ଆସନ୍ତୁ ଜାଣିବା କେମିତି…

୧. ଫୋନରେ ଏୟାରପ୍ଲେନ ମୋଡ଼ ଅନ୍ କରନ୍ତୁ।
୨. ହ୍ଵାଟ୍ସଆପ ଓପନ କରନ୍ତୁ।
୩. ମେସେଜ ଲେଖି ସେଣ୍ଡ କରନ୍ତୁ।
୪. ଏବେ ହ୍ଵାଟ୍ସଆପ ବନ୍ଦ କରିଦିଅନ୍ତୁ।
୫. ଏୟାର ପ୍ଲେନ ମୋଡ଼କୁ ଏବେ ଡିଆକ୍ଟିଭ କରନ୍ତୁ। ଦେଖିବେ ଆପଣ ପଠାଇଥିବା ମେସେଜ ସେଣ୍ଡ ହୋଇଯିବ।

ଏହା ଦ୍ୱାରା ଆପଣ ଅନଲାଇନ ଆସିଛନ୍ତି ବୋଲି ଦେଖେଇବନି କିନ୍ତୁ ଆପଣଙ୍କ ମେସେଜ ସେଣ୍ଡ ହୋଇଯିବ। ଏହି ଉପାୟରେ ଆପଣ ବିନା ନେଟ କନେକ୍ସନରେ ମଧ୍ୟ ନିଜ ପ୍ରିୟଜନ, ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କୁ ହ୍ଵାଟ୍ସଆପରେ ମେସେଜ ପଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.