କୋଭିଡ-୧୯ : ସଂକ୍ରମଣ ରୋକିବାରେ ସକ୍ଷମ ହେବ ମର୍ସ ପ୍ରତିଷେଧକ : ମୂଷା ଉପରେ ପରୀକ୍ଷଣ ସଫଳ

ସାରା ପୃଥିବୀରେ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ କିପରି ରୋକାଯିବ ଏହାକୁ ନେଇ ବିଶ୍ୱର ପ୍ରାୟ ଦେଶ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ତେବେ ମର୍ସ(ମିଡିଲ ଇଷ୍ଟ ରେସୋପାରେଟୋରୀ ସିଣ୍‍୍ୟମ୍‍) ପ୍ରତିଷେଧ ଟୀକା କରୋନା ସଂକ୍ରମଣକୁ ରୋକିବାକୁ ସକ୍ଷମ ହେବ ବୋଲି ଆମେରିକାର ଜର୍ଜିଆ ଏବଂ ଲୋୱା ବିଶ୍ୱବିଦ୍ୟାଳୟର ଗବେଷକ ଦାବି କରିଛନ୍ତି । ଗବେଷକମାନେ ଏକ ମୂଷା ଉପରେ ଏହି ଟୀକାର ସଫଳ ପରୀକ୍ଷଣ କରିଛନ୍ତି । ମର୍ସ ଟୀକା କୋଷିକାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ଏହା କରୋନା ସଂକ୍ରମଣ କ୍ଷେତ୍ର ମଧ୍ୟ ସଫଳ ରହିବା ବୋଲି ଗବେଷକ କହିଛନ୍ତି । ଏହି ଟୀକାକୁ ମୂଷା ଶରୀରରେ ସଫଳତାର ସହତି ପ୍ରୟୋଗ କରାଯାଇଛି । ଏନେଇ ଏମ୍‍ବାୟୋ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

mars

ଏହି ଟୀକାରେ ପାରାଏନଫ୍ଲୁଞ୍ଜା ଭୂତାଣୁ ରହିଛି । ଏଥିରେ ସ୍ପାଇକ ପ୍ରୋଟିନ ରହିଥାଏ । ଏହାକୁ ପ୍ରୟୋଗ କରାଯିବାରୁ ମୂଷା ମର୍ସରୁ ମୁକ୍ତରୁ ହୋଇଥିବା ଗବେଷକ କହିଛନ୍ତି । ଏହି ନେଇ ଲୋୱା ୟୁନିଭରସିଟିର ଗବେଷକ ପ୍ରଫେସର ପୋଲ ମୋକ୍ରେ କହିଛନ୍ତି, କରୋନା ସଂକ୍ରମଣ ରୋକିବା ପାଇଁ ପାରାଏନଫ୍ଲଏଞ୍ଜା ଭୂତାଣୁର ପ୍ରୟୋ ଦ୍ୱାରା ବେଶ ସଫଳତା ମିଳିବ । ଅଧିକ ପରୀକ୍ଷା ନୀରୀକ୍ଷା ପରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମର୍ସ ଭୂତାଣୁ ଅଧିକ ପ୍ରାଣଘାତୀ । କିନ୍ତୁ ୨୦୧୨ରେ ଏହି ଭାଇରସ ବ୍ୟାପିବା ପରେ ଏପର୍ଯ୍ୟନ୍ତ ମାତ୍ର ୨,୪୯୪ ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.