ଲଞ୍ଚ୍‌ ହେଲା ଦୁନିଆର ସବୁଠୁ ଛୋଟ ୪ଜି ସ୍ମାର୍ଟଫୋନ୍‌ Mony Mist, ପାପୁଲିରେ ବି ରହିଯିବ ଆରାମସେ

ମୋବାଇଲ୍‌ ଜଗତରେ ପ୍ରତିଦିନ କିଛି ନା କିଛି ନୂଆ ଟେକ୍‌ନିକ୍‌ ଓ ଫିଚର ଆସୁଛି। ଏଭଳି ସ୍ଥିତିରେ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଫୋନ୍‌ ନିର୍ମାତା କମ୍ପାନୀ ଅତି ଉନ୍ନତମାନର ଡିଭାଇସ୍‌ ଲଞ୍ଚ୍‌ କରୁଛନ୍ତି। ଏବେ ଯାଏଁ ବଜାରରେ ବଡ଼ସ୍କ୍ରିନ୍‌ ମୋବାଇଲର ଚାହିଦା ଅଧିକ ରହିଛି। କିନ୍ତ ଏବେ ବଜାରକୁ ଆସିଛି ସବୁଠୁ ଛୋଟ ସ୍ମାର୍ଟଫୋନ୍‌। ଏହି ଫୋନ୍‌ର ନାଁ ରହିଛି Mony Mist। ଏହା ଦୁନିଆର ସବୁଠୁ ଛୋଟ ୪ଜି ସ୍ମାର୍ଟଫୋନ୍‌। ଏହା ୟୁଜର୍ସଙ୍କ ହାତ ପାପୁଲିରେ ଆରାମରେ ରହିପାରିବ।

ଏହି ଛୋଟ ୪ଜି ଫୋନ୍‌କୁ ଆପଲ କମ୍ପାନୀର ମୁଖ୍ୟ ଷ୍ଟିଭ୍‌ ଜବ୍ସଙ୍କ ସ୍ମୃତିରେ ତିଆରି କରାଯାଇଛି। ଏଣୁ ଏହା ଦେଖିବାକୁ କେତେକାଂଶରେ ଆପଲ ମୋବାଇଲ ଭଳି। ଏହି ଫୋନ୍‌କୁ କ୍ରାଉଡ୍‌ଫଣ୍ଡିଂ ମାଧ୍ୟମରେ ଉପଲବ୍ଧ କରାଯିବ। ଏହାର ଦାମ୍‌ ୯୯ ଡଲାର ବା ୧୧,୨୦୦ ଟଙ୍କା ରହିଛି।

Mony Mist ର ଦୈର୍ଘ୍ୟ ୮୯.୫ମିମି, ପ୍ରସ୍ଥ ୪୫.୫ମିମି ଓ ଉଚ୍ଚତା ୧୧.୫ ମିମି। ଏହାର ଆକାର ବହୁତ ଛୋଟ। ଏହାକୁ ଆପଣ ପାପୁଲିରେ ସହଜରେ ଧରିପାରିବେ। ଛୋଟ ସ୍କ୍ରିନ୍‌ ଯୋଗୁ ଏଥିରେ ପଢ଼ିବା ଓ ଇଣ୍ଟରନେଟ୍‌ ବ୍ୟବହାର କରିବାରେ ୟୁଜର୍ସଙ୍କୁ ଅସୁବିଧା ହୋଇପାରେ। ଏଥିରେ ୩ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଏହାର ସ୍କ୍ରିନ୍‌ ରିଜଲ୍ୟୁସନ୍‌ ରହିଛି ୪୮୦*୮୫୪ ପିକ୍ସେଲ।

ଏହି ଫୋନ୍‌ ଆଣ୍ଡ୍ରଏଡ୍‌ ୯ ଓଏସ୍‌ ଉପରେ ଆଧାରିତ। ମୋବାଇଲରେ ୩ ଜିବି ରାମ ଓ ୩୨ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। କିନ୍ତୁ ଏଥିରେ ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ୍‌ ନାହିଁ। ଏହି କୁନି ଫୋନ୍‌ରେ ଆପଣ ଫଟୋଗ୍ରାଫି ବି କରିପାରିବେ। ଫୋନ୍‌ରେ ୧୩ଏମ୍‌ପି ରିୟର କ୍ୟାମେରା ଓ ଭିଜିଏ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିସହ ପାଓ୍ଵାର ବ୍ୟାକ୍‌ଅପ୍‌ ପାଇଁ ଫୋନ୍‌ରେ ୧୨୫୦mAhର ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.