ଲଞ୍ଚ ହେଲା ପୃଥିବୀର ସବୁଠୁ ଛୋଟ Android PC , ଓଜନ ମାତ୍ର ୩୧ ଗ୍ରାମ

ଚୀନର ଏକ ଟେକ୍ନୋଲୋଜି କମ୍ପାନୀ ବି2ଗୋ ଏବେପର୍ଯ୍ୟନ୍ତର ସବୁଠୁ ଛୋଟ ଏଣ୍ଡ୍ରଏଡ଼ ପିସି ଏକ୍ସ96ଏସକୁ ଲଞ୍ଚ କରିଛନ୍ତି । ଏହି ଗାଜେଟର ସାଇଜ ଗୋଟେ ଚୁଇଁଗମ ପ୍ୟାକେଟ ସାଇଜ ସହ ସମାନ । ଏହାକୁ ଟିଭି କିମ୍ବା କମ୍ପୁଟର ସହ ଅତି ସହଜରେ କନେକଟ କରାଯାଇପାରିବ ଓ ସହଜରେ ନବା ଆଣିବା କରାଯାଇପାରିବ । ଏଣ୍ଡ୍ରଏଡ଼ ପିସିର ଓଜନ ମାତ୍ର ୩୧ ଗ୍ରାମ ରହିଛି । ଖୁବ ଶୀଘ୍ର ଏହାକୁ ପୃଥିବୀର ଅନ୍ୟ ଦେଶ ମାନଙ୍କରେ ଲଞ୍ଚ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

କମ୍ପାନୀ ଏହାକୁ ଦୁଇଟି ଭେରିୟାଣ୍ଟରେ ବଜାରରେ ଲଞ୍ଚ କରିଛନ୍ତି । ଯେଉଁଥିରେ ୨ ଜିବି/ ୧୬ ଜିବି ଓ ୪ ଜିବି/୩୨ ଜିବି ଷ୍ଟୋରେଜ ମାନ ସାମିଲ ଅଛି । କମ୍ପାନୀ ଏହି ପ୍ରଥମ ଭେରିୟାଣ୍ଟର ମୂଲ୍ୟ ୬,୬୦୦ ଟଙ୍କା ରଖିଥିବା ବେଳେ ୨ୟ ଭେରିୟାଣ୍ଟର ଦ୍ୱାରା ୮,୮୯୯ ଟଙ୍କା ରଖିବା ନେଇ ସ୍ଥିର କରିଛି । କମ୍ପାନୀ ଏହି ଗାଜେଟଟିରେ ଭଲ ପରଫରମନ୍ସ ପାଇଁ ମାଲି- ଜି ୩୧ ଜିପିୟୁ ସମେତ କୁୱାଡ କର ଏମୋଲୋଜିକ ଏସ ୯୦୫ ବୟ ୫ ସିପିୟୁର ସୁବିଧା ଦେଇଛି ।

ୟୁଜର୍ସ ମାନଙ୍କୁ ଏଥିରେ ୪ ଜିବି ରାମ ସହ ୩୨ ଜିବି ଷ୍ଟୋରେଜର ସୁବିଧା ମଧ୍ୟ ମିଳିଯିବ । ଏହି ପିସିରେ ଟିଭି ଓ ମନିଟରକୁ କନେକଟ କରିବା ପାଇଁ ଫୁଲ ସାଇଜ ୟୁଏସବି ପୋର୍ଟ ମଧ୍ୟ ଦିଆଯାଇଛି । ଏହାର ଫିଚର୍ସ କଥା କହିଲେ କମ୍ପାନୀ ଏହି ଗାଜେଟରେ ୫.୧ ସରାଉଣ୍ଡ ଆଉଟ ପୁଟ ସୁବିଧା ଦେଇଛି | ଏଥି ସହ ଯୁଜର୍ସ ମାନଙ୍କୁ ୪k ଅଲଟ୍ରା ଏଚଡ଼ି ରିଜୋଲୁସନ ସହ କନେକଟ କରାଯାଇପାରିବ । ଏହାବାଦ ଡୁଆଲ ବ୍ୟାଣ୍ଡ ୱାଇ-ଫାଇ ଓ ବ୍ଲୁ ଟୁଥ ବର୍ଜନ ୪.୨ର ସୁବିଧା ମିଳିପାରିବ ।

Leave A Reply

Your email address will not be published.