Below header

ଭାରତରେ ଲଞ୍ଚ ହେଲା ପ୍ରଥମ ସ୍ମାର୍ଟ ସନଗ୍ଲାସ୍, ଏଥିରେ ଗୀତ ସହିତ ରହିଛି ଭଏସ କଲର ସୁବିଧା

ପ୍ରତିଦିନ ବୈଷୟିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଉଛି। କେବଳ ସ୍ମାର୍ଟଫୋନ ନୁହେଁ, ବରଂ ଅନେକ ପ୍ରକାର ପ୍ରଡକ୍ଟରେ ମଧ୍ୟ ଏହିସବୁ ଜିନିଷ ଦେଖିବାକୁ ମିଳୁଛି। ଏମିତିରେ ଇଂଲଣ୍ଡର ଏକ ଷ୍ଟାଟଅପ୍ କମ୍ପାନୀ XERTZ ପ୍ରଥମ ଥର ପାଇଁ ଟୁ ୱେୟାରଲେସ ଷ୍ଟେରିଓ ଟେକନୋଲଜି ଉପରେ ଆଧାରିତ ଅଡିଓ ଫ୍ରେମ ଏବଂ ଅଡିଓ ସନ ଗ୍ଲାସ ଭଳି ପ୍ରଡକ୍ଟ ଲଞ୍ଚ କରିଛି। ଯାହା ଷ୍ଟାଇଲିଶ ଡିଜାଇନ ସହିତ ଶାନଦାର ଫିଚର୍ସ ମଧ୍ୟ ଦେଉଛି। ଏହି ସନଗ୍ଲାସରେ ୟୁଜର୍ସ କେବଳ ଗୋଟେ ବଟନ ଦବାଇ ମ୍ଯୁଜିକ ମଜା ନେଇପାରିବ। ଏହି ଗ୍ଲାସକୁ Carbon XZ01 ଏବଂ Elite XZ01 ନାମରେ ଭାରତରେ ଲଞ୍ଚ କରାଯାଇଛି।

ଦାମ: ଏହାର ପ୍ରାରମ୍ଭିକ ଦାମ୍ ଭାରତରେ ୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ଇ-କମସର୍ ସାଇଟ୍ ଆମାଜନ ଇଣ୍ଡିଆ ଏବଂ କମ୍ପାନୀର ଅଧିକାରକ ୱେବସାଇଟ www.xertz.in ରୁ କିଣିପାରିବେ। ଏହା ଅନେକ ଡିଜାଇନ ଏବଂ ଷ୍ଟାଇଲରେ ଉପଲବ୍ଧ।

ଫିଚର୍ସ: ଏହା ୟୁଜର୍ସଙ୍କ ପାଇଁ ଖାସ୍ କରି ତିଆରି ହୋଇଛି। ଯେଉଁଥିରେ ଆପଣ ମ୍ଯୁଜିକର ଆନନ୍ଦ ନେଇପାରିବେ। Carbon XZ01 ଅଡିଓ ଫ୍ରେମ ରିଡିଂ ଗ୍ଲାସ ସହିତ ସନଗ୍ଲାସ୍ ଦୁଇଟି ଭାରିଅଣ୍ଟରେ ଉପଲବ୍ଧ। ୟୁଜର୍ସ ଏହାକୁ ନିଜ ସୁବିଧାନୁସାରେ ଚୟନ କରିପାରିବେ। Elite XZ01 ସିରିଜରେ ଅଡିଓ ଗ୍ଲାସ ଏବଂ ଡାର୍ଟ ଫ୍ରୁଫ ଡିଭାଇସ ରହିଛି। ଏହି ଦୁଇଟି ଯାକ ଗ୍ଲାସରେ ଡିଆଇଏଏମ କୋଟିଂ ଏବଂ ଇଏକ୍ସଟି ଲେୟର ରହିଛି, ଯାହା ପାଣି ଏବଂ ତେଲ ପ୍ରତିରୋଧୀ। ଏଥିରେ ଆଣ୍ଟି ଗ୍ଲେଏର ସନ ଲେନ୍ସ ରହିଛି, ଯାହା ଡ୍ରାଇଭିଂ କରିବା ସମୟରେ ୟୁଜର୍ସଙ୍କୁ ଆଖିକୁ ସୁରକ୍ଷିତ ରଖିବ।

glasses
photo credit: Xertz

ଗ୍ଲାସର ଦୁଇପଟରେ ୧୧୦mAhର ବ୍ଯାଟେରୀ ରହିଛି। ଯାହା ୫ ଘଣ୍ଟାର ମ୍ଯୁଜିକ ପ୍ଲେ ଟାଇମ ରହିବ। ଏହାକୁ ଚାର୍ଜ ହେବାକୁ ୨ ଘଣ୍ଟା ସମୟ ଲାଗିବ। କନେକ୍ଟିଭିଟ ପାଇଁ ଏଥିରେ ବ୍ଲୁଟୁଥ ସପୋର୍ଟ ମିଳିବ। ଏହା ସାହାଯ୍ଯରେ କେବଳ ମ୍ଯୁଜିକ ନୁହେଁ ବରଂ ଭଏସ କଲର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.